fbpx

ଯୁବପିଢ଼ିଙ୍କୁ ମାଇଗ୍ରେନର ବିପଦ ସବୁଠାରୁ ଅଧିକ: ଲକ୍ଷଣ ଓ ଏଥିରୁ ରକ୍ଷା ପାଇବାର ଉପାୟ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମାଇଗ୍ରେନର ସମସ୍ୟା ଲଗାତାର ଭାବେ ବଢ଼ିବାରେ ଲାଗିଛି । ସବୁ ବୟସର ଲୋକମାନେ ଅଧିକରୁ ଅଧିକ ମାଇଗ୍ରେନର ଶିକାର ହେଉଛନ୍ତି । ମାଇଗ୍ରେନରେ ପ୍ରବଳ ମୁଣ୍ଡବିନ୍ଧା, ବାନ୍ତି ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଦେଇଥାଏ । ପ୍ରାୟତଃ ଲୋକମାନେ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନକୁ ନେଇ ଦ୍ୱନ୍ଦ୍ୱରେ ରୁହନ୍ତି । ଅନେକ ଲୋକ ଏହାର ପ୍ରାରମ୍ଭିକ ଲକ୍ଷଣକୁ ଚିହ୍ନଟ କରିପାରନ୍ତି ନାହିଁ, ଯେଉଁଥିପାଇଁ ସମସ୍ୟା ଗୁରୁତର ହୋଇଯାଏ । ମାଇଗ୍ରେନ୍ କ’ଣ, ଏହାର ଲକ୍ଷଣ, କାରଣ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ ବିଷୟରେ କ’ଣ କୁହନ୍ତି ବିଶେଷଜ୍ଞ, ଆସନ୍ତୁ ଜାଣିବା…

ମାଇଗ୍ରେନ୍ କ’ଣ ?
ସର୍ବୋଦୟ ହସ୍ପିଟାଲ୍ (ଫରିଦାବାଦ) ର ନ୍ୟୁରୋସର୍ଜନ ଡାକ୍ତର ଗୌରବ କେସରୀ କହିଛନ୍ତି ଯେ, ମାଇଗ୍ରେନ୍ ହେଉଛି ଏକ ପ୍ରକାର ମୁଣ୍ଡବିନ୍ଧା । ଏଥିରେ ବ୍ୟକ୍ତିଙ୍କର ହଠାତ୍ ମୁଣ୍ଡବିନ୍ଧା, ବାନ୍ତି ଏବଂ ଉଚ୍ଚ ଶବ୍ଦ, ଉଜ୍ଜ୍ୱଳ ଆଲୋକରୁ ସମସ୍ୟା ହୋଇଥାଏ । ଅନେକ ପ୍ରକାରର ମାଇଗ୍ରେନ୍ ରହିଛି, ଯେଉଁଥିରେ ବିଭିନ୍ନ ଲକ୍ଷଣ ଏବଂ ସମସ୍ୟା ଦେଖାଯାଏ । ଅନେକ ଥର ମାଇଗ୍ରେନରେ ପୀଡିତ ବ୍ୟକ୍ତିଙ୍କୁ ପ୍ରବଳ ମୁଣ୍ଡବିନ୍ଧା ସହ ଶରୀରର ଗୋଟିଏ ଅଂଶରେ ଦୁର୍ବଳତା ଅନୁଭବ ହୋଇଥାଏ । ଅବଶ୍ୟ କିଛି ସମୟ ପରେ ଶରୀରର ଅବସ୍ଥା ସ୍ୱାଭାବିକ ହୋଇଯାଏ । ଯଦି ଆପଣ ୨ ସପ୍ତାହରୁ ଅଧିକ ସମୟ ପାଇଁ ଏହି ପ୍ରକାରର ସମସ୍ୟାର ସାମ୍ନା କରୁଛନ୍ତି, ତେବେ ଏହା ମାଇଗ୍ରେନ୍ ହୋଇପାରେ । ଆପଣଙ୍କୁ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍ ।

କେଉଁ କାରଣ ଯୋଗୁଁ ହୋଇଥାଏ ମାଇଗ୍ରେନ୍?
ଡାକ୍ତର ଗୌରବଙ୍କ କହିବା ମୁତାବକ, ବର୍ତ୍ତମାନ ଯୁବିପଢ଼ିମାନଙ୍କ ଠାରେମାଇକ୍ରେନର ସମସ୍ୟା ଅଧିକ ଦେଖାଦେଉଛି । ୧୮ରୁ ୩୦ ବର୍ଷ ମଧ୍ୟରେ କାର୍ଯ୍ୟରତ ଯୁବକମାନେ ଏଥିରୁ ରକ୍ଷା ପାଇବା ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ । ଜୀବନଶୈଳୀ ବିଗିଡ଼ିବା କାରଣରୁ ମାଇଗ୍ରେନ୍ ସମସ୍ୟା ଦେଖାଦେଇଥାଏ । ଅନେକ ଲୋକ ବିଳମ୍ବିତ ରାତିରେ ଶୁଅନ୍ତି ଓ ଠିକ୍ ସମୟରେ ଖାଦ୍ୟ ଖାଆନ୍ତି ନାହିଁ । ଏହି କାରଣ ଯୋଗୁଁ ମାଇଗ୍ରେନ ସମସ୍ୟା ହୋଇପାରେ । ୱାର୍କ ଫ୍ରର୍ମ ହୋମ୍ ସମୟରେ ମାଇଗ୍ରେନର ସମସ୍ୟାଅଧିକ ବଢ଼ିଥିବା ଦେଖିବାକୁ ମିଳିଥିଲା ।

ରକ୍ଷାପାଇବାର ଉପାୟ:-
ମାଇଗ୍ରେନ୍ ହେଉଛି ଏକ ଜୀବନଶୈଳୀ ରୋଗ, ଯାହାକୁ ସହଜରେ ରୋକାଯାଇପାରିବ ବୋଲି ଡାକ୍ତର ଗୌରବ କହିଛନ୍ତି । ସର୍ବପ୍ରଥମେ ଆପଣଙ୍କୁ ନିଜ ଜୀବନଶୈଳୀକୁ ସୁଧାରିବାକୁ ପଡିବ । ଶୋଇବା ସମୟ ସ୍ଥିର କରିବାକୁ ପଡିବ । ସୁସ୍ଥ ଖାଦ୍ୟ ଗ୍ରହଣ କରିବାକୁ ପଡିବ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଚାପକୁ ଏଡାଇବା ଉଚିତ୍ । ପ୍ରତି ୩ ରୁ ୪ ଘଣ୍ଟା ମଧ୍ୟରେ ବ୍ଲଡ ଗ୍ଲୁକୋଜକୁ ବଜାୟ ରଖିବା ପାଇଁ କିଛି ଖାଇବା ଉଚିତ୍ । ଦୀର୍ଘ ସମୟ ପର୍ଯ୍ୟନ୍ତ ଉପବାସକୁ ଏଡ଼ାଇବା ଉଚିତ୍ । ଆପଣ ଯୋଗ କରିବା ଉଚିତ୍ । ଯଦି ଆପଣ ଏହି ଜିନିଷଗୁଡ଼ିକର ଯତ୍ନ ନିଅନ୍ତି, ତେବେ ଆପଣ ମାଇଗ୍ରେନ୍ ସମସ୍ୟାକୁ ଏଡାଇ ପାରିବେ ବୋଲି ଡାକ୍ତର କହିଛନ୍ତି ।

ମାଇଗ୍ରେନ ଚିକିତ୍ସା ମେଡିସନ୍ ମାଧ୍ୟମରେ କରାଯାଇଥାଏ । କିନ୍ତୁ ପ୍ରତ୍ୟେକ ରୋଗୀର ଅବସ୍ଥା ଅଲଗା ହୋଇଥାଏ । ସର୍ବପ୍ରଥମେ, ମାଇଗ୍ରେନକୁ ଚିହ୍ନିବା ପାଇଁ ସମସ୍ତ ପରୀକ୍ଷା କରାଯାଏ । ତା’ପରେ ଲକ୍ଷଣ ଅନୁଯାୟୀ ମେଡିସିନ୍ ଦିଆଯାଏ । ଗୁରୁତର ପରିସ୍ଥିତିରେ ଚିକିତ୍ସା ପ୍ରକ୍ରିୟା ଅଲଗା ହୋଇପାରେ ବୋଲି ଡାକ୍ତର ଗୌରବ କହିଛନ୍ତି ।

Get real time updates directly on you device, subscribe now.