fbpx

କୋଭିଡ୍ ପରେ କମ୍ ଖାଉଛି କି ଆପଣଙ୍କ ଶିଶୁ: ହୋଇଥାଇପାରେ ଏହି ରୋଗ, ଏମିତି କରନ୍ତୁ ଚିକିତ୍ସା

ନୂଆଦିଲ୍ଳୀ: କରୋନା ମହାମାରୀ ଦିନକୁ ଦିନ ଚିକିତ୍ସା ବିଜ୍ଞାନୀଙ୍କ ପାଇଁ ଜଟିଳ ହେବାରେ ଲାଗିଛି । ପ୍ରାରମ୍ଭରୁ ବୟସ୍କ ମାନେ ଏହାଦ୍ୱାରା ଅଧିକ ପ୍ରଭାବ ଶିଶୁଙ୍କ ଉପରେ ଅଧିକ ଦେଖା ଦେଉଛି । ଏହା ସହିତ କରୋନା ପରବର୍ତ୍ତୀ ପରସ୍ଥିତିରେ ଶିଶୁ ମାନେ କମ ଖାଉଥିବାର ନଜିର ମଧ୍ୟ ଦେଖିବାକୁ ମିଳୁଛି । ଏମିତି ଏକ ଡିଜଅର୍ଡର ସମ୍ମୁଖରେ ନିକଟରେ ସୂଚନା ମିଳିଛି । କୋଭିଡ୍-୧୯ରୁ ସୁସ୍ଥ ହେଉଥିବା ଶିଶୁ ମାନେ କମ ଖାଉଛନ୍ତି । ପୂର୍ବରୁ କୋଭିଡରୁ ସୁସ୍ଥ ହେଉଥିବା ବୟସ୍କ ମାନେ ସ୍ୱାଦ ଏବଂ ଗନ୍ଧ ବାରି ପାରୁନଥିବା ବେଳେ ବର୍ତ୍ତମାନ ଶିଶୁଙ୍କ ଠାରେ ସମାନ ଲକ୍ଷଣ ଦେଖାଦେଉଛି । ୟୁନିଭର୍ସିଟି ଅଫ୍ ଇଷ୍ଟ ଆଙ୍ଗଲିଆ ଏବଂ ଫିଫ୍ଥ ସେନ୍ସ ପକ୍ଷରୁ ଏକ ପରୀକ୍ଷଣ କରାଯାଇ ଏହା ସ୍ପଷ୍ଟ କରାଯାଇଛି । ଶିଶୁଙ୍କୁ ସେମାନଙ୍କ ଖାଇବା ସ୍ୱାଦ ହୀନ ଲାଗିବା ସହିତ ଏଥିରୁ ବିଭିନ୍ନ ରାସାୟନିକ ପଦାର୍ଥର ଗନ୍ଧ ଆସୁଛି ଏବଂ ପଚା ମାଂସର ବାସ୍ନା ମଧ୍ୟ ଆସୁଛି । ପାରୋସ୍ମିଆ ପୂର୍ବରୁ ବୟସ୍କଙ୍କ ଠାରେ ନଜର ଆସୁଥିବା ବେଳେ ବର୍ତ୍ତମାନ ଏହା ଶିଶୁଙ୍କ ଠାରେ ମଧ୍ୟ ଦେଖା ଦେଉଛି । ୟୁକେରେ ପ୍ରାୟ ଅଢେଇ ଲକ୍ଷ ବୟସ୍କ କୋଭିଡ ଆକ୍ରାନ୍ତ ହୋଇଥିବା ବେଳେ ସେପ୍ଟେମ୍ବରରେ ସ୍କୁଲ ଖୋଲିବା ପରେ ଶିଶୁ ମାନେ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ଶିଶୁଙ୍କ ଠାରେ ପାରୋସ୍ମିଆ ଦେଖା ଦେଉଥିବା ନେଇ ଖବର ଆସିଥିଲା ।

ଏହି ଡିଜଅର୍ଡରରେ ଖାଇବାରୁ ପଚା ମାଂସ, ପିଆଜ, ରସୁଣ କିମ୍ବା କଫିର ବାସ୍ନା ଆସିଥାଏ । ତେବେ ଭିନ୍ନ ଭିନ୍ନ ଶିଶୁଙ୍କ ପାଇଁ ଏହି ଲକ୍ଷଣ ଅଲଗା ଅଲଗା ରହିଥାଏ । ଶିଶୁ ରୋଗ ବିଶେଷଜ୍ଞ ଡ. ଜଗଦୀଶ କାଥୱାଟେ କହିଛନ୍ତି ନାକରେ ଦେଖା ଦେଉଥିବା ସଂକ୍ରମଣ କାରଣରୁ ଏହି ସମସ୍ୟା ଦେଖା ଦେଇଥାଏ । ନାକର ଅଗ୍ରଭାଗରେ ରହିଥିବା ସ୍ନାୟୁରେ ସମସ୍ୟା କାରଣରୁ ଭିନ୍ନ ଭିନ୍ନ ଗନ୍ଧ ଶିଶୁ ମାନେ ଅନୁଭବ କରିଥାନ୍ତି । ସେହିପରି କୋଭିଡ ପରେ ଶିଶୁ ମାନେ ଖାଉନଥିବା ନେଇ କିଛି ପିତା ମାତା ଅଭିଯୋଗ କରିଥାନ୍ତି ବୋଲି କହିଛନ୍ତି ଶିଶୁ ଡାକ୍ତର ଶ୍ରୀକାନ୍ତ ମଣିକାଣ୍ଟି । ଏହାକୁ ଡାକ୍ତରୀ ଭାଷାରେ ଲଙ୍ଗ କୋଭିଡ ବୋଲି କୁହାଯାଇଥାଏ । ତେବେ ଏହାର ବାସ୍ତବ କାରଣ ଖୋଜିବାରେ ବୈଜ୍ଞାନିକ ମାନେ ସକ୍ଷମ ହୋଇ ନାହାନ୍ତି । ବିଭିନ୍ନ ସଂକ୍ରମଣକୁ ଷ୍ଟଡି କରିବା ପରେ ମିଳିଥିବା ତଥ୍ୟ ଅନୁଯାୟୀ ୯୪.୩ ପ୍ରତିଶତ ଶିଶୁ ମାସକରେ ସୁସ୍ଥ ହେଉଥିବା ବେଳେ ଦୁଇ ମାସରେ ୧୦୦ ପ୍ରତିଶତ ଶିଶୁ ସୁସ୍ଥ ହେଉଛନ୍ତି ।

ଏହି ସମୟରେ ଶିଶୁଙ୍କୁ କୌଣସି ମସଲା ଯୁକ୍ତ ଖାଇବା ଦେବା ବଦଳରେ ସନ୍ତୁଳା ଏବଂ ସିଝା ଖାଦ୍ୟ ଦେବା ଉଚିତ । ଏହା ସହିତ ଏହାର କୌଣସି ଠୋସ ଚିକିତ୍ସା ନାହିଁ । ନାଜାଲ ସ୍ପ୍ରେ ବ୍ୟବହାର କରିହେବ ମାତ୍ର ଏହା ଏତେଟା ଫଳପ୍ରଦ ହେବ ନାହିଁ ।

Get real time updates directly on you device, subscribe now.