fbpx

୧୦୦ବଲ ବିଶିଷ୍ଟ ମ୍ୟାଚରେ ୧୦୦ ଲଗାଇ ଇତିହାସ ରଚିଲେ ,ତାଜୁବ ହେଲେ କ୍ରିକେଟର

ନୂଆଦିଲ୍ଲୀ:ଇତିହାସ ରଚିଲେ ୱିଲ ସ୍ମିଦ୍। ଲଣ୍ଡନରେ ଚାଲିଥିବା ଏକ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିବା ପରେ ତାଙ୍କ ନାମ ବର୍ତ୍ତମାନ ବହୁତ ଚର୍ଚ୍ଚା ହେଉଛି । ସୂଚନାମୁତାବକ ଏହି ଟୁର୍ଣ୍ଣାମେଣ୍ଟରେ ୧୦୦ ଟି ବଲକୁ ନେଇ ଖେଳ ଆୟୋଜିତ ହୋଇଥାଏ । ଆଉ ୧୦୦ ବଲରେ ଅର୍ଦ୍ଧ ଶତକ ମାରିବା ବହୁତ କଷ୍ଟକର ହୋଇଥାଏ । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ସ୍ମିଦ୍ ଶତକ ମାରି ସମସ୍ତଙ୍କୁ ଚକିତ କରିଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ଟି-୨୦ ଭଳି ଖେଳ ହୋଇଥାଏ । କିନ୍ତୁ ଏଥିରେ ୧୦୦ ଟି ବଲରେ ଖେଳ ହୋଇଥାଏ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଜସ ବଟଲର,ଲିଆମ ଲିଭିଂଷ୍ଟୋନ,ମୋଇଲ ଅଲ୍ଳୀଙ୍କ ଭଳି ଅନେକ ଖେଳାଳୀ ଖେଳନ୍ତି । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଆଜି ପର୍ଯ୍ୟନ୍ତ କେହି ଶତକ ମାରି ପାରି ନାହାନ୍ତି । କିନ୍ତୁ ଏହି ୨୦ ବର୍ଷୀୟ ୱିଲ ସ୍ମିଦ୍ ସମସ୍ତଙ୍କୁ ନିଜ ଖେଳ ମାଧ୍ୟମରେ ତାଜୁବ କରି ଦେଇଛନ୍ତି ।

 

ସୂଚନାମୁତାବକ ଏହି ଟୁର୍ଣ୍ଣାମେଣ୍ଟର ଏକ ମୁକାବିଲାରେ ବର୍ମିଂହାମି ଫୋନିକ୍ସ ସଦର୍ଣ୍ଣ ବ୍ରେଭ ମୁହାଁ ମୁହିଁ ହୋଇଥିଲେ । ଫୋନିକ୍ସ ପାଇଁ ଖେଳୁଥିବା ସ୍ମିଦ୍ ୫୦ ବଲରେ ୧୦୧ ରନ କରିଥିଲେ । ଏହି ମ୍ୟାଚରେ ସେ ୨୦୨ ଷ୍ଟ୍ରାଇକ ରେଟରେ ଖେଳୁଥିଲେ । ତାଙ୍କର ଏହି ଜବରଦସ୍ତ ଇନିଂସ ଦେଖି ସେଠାରେ ଉପସ୍ଥତି ଥିବା ସବୁ ଖେଳାଳୀ ଆଉ କ୍ରିକେଟ ଦର୍ଶକ ମାନେ ତାଙ୍କୁ ବହୁତ ଶୁଭେଚ୍ଚା ଜଣାଇଛନ୍ତି । ସ୍ମିଦଙ୍କ ଏହି ଦମଦାର ପ୍ରଦର୍ଶନ ଫଳରେ ଟିମ ୧୦୦ ବଲରେ ୧୭୬ ମ୍ୟାଚ କରିବାକୁ ସକ୍ଷମ ହୋଇ ପାରିଲା । କେବଳ ଏତିକି ନୁହେଁ ଏହା ସହିତ ଦଳ ବିଜୟ ମଧ୍ୟ ହାସଲ କରିପାରିଥିଲା । ଏହି ଟର୍ଣ୍ଣାମେଣ୍ଟର ସେ ପ୍ରଥମ ଖେଳାଳୀ ପାଲଟିଛନ୍ତି ଯେ ଅପରାଜେୟ ଶତକ ହାସଲ କରି ପାରିଛନ୍ତି ।

Get real time updates directly on you device, subscribe now.