fbpx

ବିବାହରେ କାହିଁକି ଲଗାଯାଏ ମେହେନ୍ଦୀ ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ପୁଣି ଆରମ୍ଭ ହୋଇଗଲାଣି ବିବାହ ଋତୁ । କୌଣସି ବାହାଘର ପୂର୍ବରୁ ବର ଓ କନ୍ୟାଙ୍କ ହାତରେ ମେହେନ୍ଦୀ ଲଗାଯାଇଥାଏ । ହିନ୍ଦୁ ଧର୍ମ ହେଉ ବା ମୁସଲିମ, ସମସ୍ତ ବାହାଘରେ ବର-କନ୍ୟାଙ୍କ ହାତରେ ମେହେନ୍ଦୀ ଲାଗିଥାଏ । ବିବାହଠାରୁ ଆରମ୍ଭ କରି ଅନ୍ୟାନ୍ୟ ପର୍ବରେ ବି ଝିଅମାନେ ହାତରେ ମେହେନ୍ଦୀ ଲଗାଇବାକୁ ପସନ୍ଦ କରନ୍ତି । ହିନ୍ଦୁ ଧର୍ମରେ ମେହେନ୍ଦୀଙ୍କୁ ଷୋଳ ଶୃଙ୍ଗାରର ଏକ ଅଂଶ ଭାବେ କୁହାଯାଏ । ଆପଣ ଜାଣନ୍ତି କି, ମେହେନ୍ଦୀ ଲଗାଇବା ପଛରେ ବି ରହିଛି ବୈଜ୍ଞାନିକ କାରଣ ।

ତେବେ ବାହାଘର ସମୟରେ ବର ଓ କନ୍ୟାଙ୍କ ମନ ବିଚଳିତ ହୋଇଥାଏ । ଏଥିପାଇଁ ଯେବେ ହାତ ଓ ପାଦରେ ମେହେନ୍ଦୀ ଲାଗିଥାଏ, ତେବେ ତାହା ଥଣ୍ଡା ପ୍ରଦାନ କରିଥାଏ । ଯେତେବେଳେ ହାତ ଓ ପାଦରେ ମେହେନ୍ଦୀ ଲଗାଯାଇଥାଏ, ସେବେ ଶରୀରର ତାପମାତ୍ରା କମିଯାଏ । ଫଳରେ ବର-କନ୍ୟାଙ୍କ ମନ ବିଚଳିତ ହେବା ବନ୍ଦ ହୋଇଥାଏ । ଏହି କାରଣ ଯୋଗୁଁ ବର-କନ୍ୟାଙ୍କ ହାତ ଓ ପାଦରେ ମେହେନ୍ଦୀ ଲଗାଯାଇଥାଏ ।

ଏହା ବ୍ୟତୀତ ମେହେନ୍ଦୀଙ୍କୁ ପ୍ରେମର ସଙ୍କେତ ଭାବେ ମଧ୍ୟ ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ, ବର ଓ କନ୍ୟାର ମେହେନ୍ଦୀ ରଙ୍ଗ ଯେତେ ଗାଢ଼ ହୁଏ, ସେମାନଙ୍କ ମଧ୍ୟରେ ପ୍ରେମ ସେତିକି ବଢ଼ିଥାଏ । ଯେପର୍ଯ୍ୟନ୍ତ ମେହେନ୍ଦୀର ରଙ୍ଗ ରହିଥାଏ, ଦମ୍ପତିଙ୍କ ପାଇଁ ତାହା ଭାଗ୍ୟଶାଳୀ ବୋଲି କୁହାଯାଏ । ମେହେନ୍ଦୀ କନ୍ୟାର ସୌନ୍ଦର୍ଯ୍ୟକୁ ଅଧିକ ବଢ଼ାଇଥାଏ । ଏହା ସହିତ ମେହେନ୍ଦୀକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ ।

ମେହେନ୍ଦୀ ପ୍ରତ୍ୟେକ ଧର୍ମରେ ପବିତ୍ର ବୋଲି କୁହାଯାଏ । ଏହା କେବଳ ଭାରତରେ ନୁହେଁ, ବରଂ ପାକିସ୍ତାନ ଓ ବାଂଲାଦେଶରେ ମଧ୍ୟ ଏହାର ବ୍ୟବହାର କରାଯାଏ । ମେହେନ୍ଦି କେବଳ ହାତରେ ନୁହେଁ ବରଂ କେଶରେ ମଧ୍ୟ ବ୍ୟବହାର କରାଯାଏ । ଏହା ବ୍ୟତୀତ ପ୍ରାକୃତିକ ରଙ୍ଗ ପାଇଁ ମଧ୍ୟ ମେହେନ୍ଦୀ ବ୍ୟବହୃତ ହୁଏ । ମୁସଲମାନ ଧର୍ମର ଲୋକମାନେ ମଧ୍ୟ ଦାଢ଼ିରେ ମେହେନ୍ଦୀ ଲଗାନ୍ତି ।

Get real time updates directly on you device, subscribe now.