ଭାରତର ୧ ଟଙ୍କା ଲଣ୍ଡନରେ କେତେ, ୧୦୦ ଟଙ୍କାରେ ସେଠାରେ କ’ଣସବୁ କିଣିହେବ…

ଲଣ୍ଡନରେ ଗୋଟେ ପାଣି ବୋତଲର ମୂଲ୍ୟ ବି ଢେର୍ ଅଧିକ।

ଓଡିଶାଭାସ୍କର: ଆଜିର ଦିନରେ ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ଜୋରଦାର ଭାବେ ଭାଇରାଲ୍ ହେଉଛି, ଯାହାକୁ ଦେଖି ପ୍ରତ୍ୟେକ ଭାରତୀୟଙ୍କ ମନ ଭାରି ହୋଇଯାଉଛି।

ଭାବନ୍ତୁ, ଆମ ଦେଶରେ ଯେ ୧୦୦ ଟଙ୍କାର ନୋଟ୍‌ରେ ଆମେ କେତେ କିଛି କିଣିପାରୁଛୁ, ହେଲେ ସେହି ନୋଟ୍‌ର ମୂଲ୍ୟ ଲଣ୍ଡନର ରାସ୍ତାରେ ଦୁଇଟି ଗାଜର ଠାରୁ ବେଶୀ ନୁହେଁ।

“ଇନଷ୍ଟାଗ୍ରାମରେ @veggiewander ନାମକ ଗୋଟିଏ ପେଜ୍‌ରୁ ଏହି ଭିଡିଓଟି ସେୟାର କରାଯାଇଛି, ଯେଉଁଥିରେ ଜଣେ ମହିଳା ହାତରେ ୧୦୦ ଟଙ୍କାର ନୋଟ୍ ଧରି କ୍ୟାମେରା ସମ୍ମୁଖରେ କହୁଛନ୍ତି- ଆସନ୍ତୁ ଦେଖିବା ଯେ ଭାରତର ଏହି ନୋଟ୍‌ରେ ଆମେ ଲଣ୍ଡନରେ କ’ଣ କିଣିପାରିବା। ହେଲେ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

୧୦୦ ଟଙ୍କାରେ ମିଳିବନି ପାଣି: 

ପ୍ରଥମେ, ମହିଳା ଜଣକ ଏକ ସାଣ୍ଡୱିଚ୍ କିଣିବାକୁ ଚେଷ୍ଟା କଲେ, କିନ୍ତୁ ଦାମ ଶୁଣି ସେ ଆଶ୍ଚର୍ୟ ହୋଇଗଲେ।। ତା’ପରେ, ସେ ଭାବିଲେ ଯେ ଅତି କମରେ ସେ ତାଙ୍କର ଶୋଷ ମେଣ୍ଟାଇବା ପାଇଁ କିଛି ପାଣି ତ କିଣିପାରିବେ; କିନ୍ତୁ, ସେଠାରେ ଗୋଟିଏ ବୋତଲ ପାଣିର ମୂଲ୍ୟ ୧୪୩ ଟଙ୍କା ଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ୧୦୦ ଟଙ୍କାରେ ଗୋଟିଏ ବନ୍ଧାକୋବି ମଧ୍ୟ କିଣିପାରିଲେ ନାହିଁ।

ଶେଷରେ ଗାଜରରେ ସନ୍ତୁଷ୍ଟ ହେଲେ:

ଦୋକାନରେ ବୁଲି ବୁଲି ମହିଳାଜଣକ ତାଙ୍କ ବଜେଟ୍ ମଧ୍ୟରେ କିଛି ନପାଇବା ପରେ, ଶେଷରେ ସେ ଓରିଓ ବିସ୍କୁଟ ସହିତ ନିଜର ଭାଗ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ; ଦୁଃଖର ବିଷୟ, ସେଠାରେ ମଧ୍ୟ ତାଙ୍କୁ ନିରାଶାର ସମ୍ମୁଖୀନ ହେବାକୁ ପଡିଲା। ପରିଶେଷରେ ସେ ଜାଣିଲେ ଯେ ୧୦୦ ଟଙ୍କାର ନୋଟ୍ ରେ କେବଳ ଦୁଇଟି ଗାଜର ମାତ୍ର କିଣିହେବ

ଲଣ୍ଡନ ଛାଡ଼ି ଭାରତ ଆସ:

ଯେତେବେଳେ ଏହି ଭିଡିଓ ଭାଇରାଲ୍ ହେଲା, ନେଟିଜେନ୍ସମାନେ କମେଣ୍ଟ୍‌ର ବର୍ଷା କରିଦେଲେ। ଜଣେ ଲେଖିଲେ ଆମ ଦେଶରେ ଏହି ଟଙ୍କାରେ ଅନେକ ପରିବା ଆସିଯିବ।

ଅନ୍ୟ ଜଣେ ଆଶ୍ଚର୍ୟ ହୋଇ ଲେଖିଲେ- ଯେଉଁଠାରେ ପାଣି ମଧ୍ୟ ୧୪୩ ଟଙ୍କାର, ସେଠାରେ ଲୋକେ କେମିତି ବଞ୍ଚୁଛନ୍ତି ଭାଇ! ଆଉ ଜଣେ ୟୁଜର କମେଣ୍ଟ୍ କଲେ ଲଣ୍ଡନ ଛାଡ଼ି ଭାରତକୁ ଆସନ୍ତୁ, ଏଠାରେ ୧୦୦ ଟଙ୍କାର ବହୁତ ମୂଲ୍ୟ ଅଛି।

ଆଉ ଜଣେ ଲେଖିଲେ- ଭାରତ ସହିତ କାହିଁକି ତୁଳନା କରୁଛନ୍ତି ମ୍ୟାଡାମ୍? କରିବାକୁ ହେଲେ ସାଲାରି ସହିତ କରନ୍ତୁ, ସବୁ କ୍ଲିୟାର ହୋଇଯିବ।