ଟ୍ରମ୍ପଙ୍କ ଖୁସି କହିଲେ ନସରେ; ନୋବେଲ ପୁରସ୍କାର ପାଇବାର ଇଚ୍ଛା ପୂରଣ କଲେ ମାଚାଡୋ, ଭବିଷ୍ଯତରେ ଭେନେଜୁଏଲାରେ ସେ ରାଜ୍ କରିବେ ବୋଲି କହିଲେ!

ରାଷ୍ଟ୍ରପତି ବିବାଦରୁ କେବେ ହଟିବ ସସପେନ୍ସ?

ଓଡିଶା ଭାସ୍କର: ଭେନେଜୁଏଲା ବିରୋଧି ଦଳର ନେତ୍ରୀଙ୍କ ବୟାନ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ବିରୋଧୀ ଦଳ ନେତ୍ରୀ ମାରିଆ କୋରିନା ମାଚାଡୋ ନିକଟରେ ନିଜର ଶାନ୍ତି ନୋବେଲ ପୁରସ୍କାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦେଇଥିଲେ।

ଏହାପରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏନେଇ ଏଖ ଇଣ୍ଟରଭ୍ଯୁ ଚାଲିଥିବା ବେଳେ ତାଙ୍କୁ ଭେନେଜୁଏଲା ରାଷ୍ଟ୍ରପତିଙ୍କ ବାବଦରେ ପଚରାଯିବାରୁ ସେ କହିଥିଲେ କି ସେ ହିଁ ଭବିଷ୍ଯତରେ ଭେନେଜୁଏଲାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଠିକ ସମୟ ଆସିଲେ ତାଙ୍କ ନାମ ଘୋଷଣା କରାଯିବ ବୋଲି ସେ କହିଥିଲେ।

ମାଚାଡୋ ନରୱେରେ ନୋବେଲ ଶାନ୍ତି ପୁରସ୍କାର ପାଇବା ପରେ ଇଉରୋପ ଓ ଆମେରିକା ଦେଶକୁ ଯାତ୍ରା କରିଥିଲେ। ଭେନେଜୁଏଲାର ଜଣେ ଶସକ୍ତ ବିରୋଧୀ ଦଳରେ ନେତ୍ରୀ ଭାବରେ ସେ ଲୋକଲୋଚନାକୁ ଆସିଥିଲେ। ବର୍ଷ ବର୍ଷ ଧରି, ଭେନେଜୁଏଲାର ବିରୋଧୀ ଦଳ, ଆମେରିକାର କ୍ରମାଗତ ରିପବ୍ଲିକାନ୍ ଏବଂ ଡେମୋକ୍ରାଟିକ୍ ପ୍ରଶାସନ ଦ୍ୱାରା ସମର୍ଥିତ, ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ହଟାଇ ତୈଳ ସମୃଦ୍ଧ ଦେଶରେ ଗଣତନ୍ତ୍ର ପୁନରୁଦ୍ଧାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

କିନ୍ତୁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାଦୁରୋ ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗ୍ୱେଜ୍ ଙ୍କୁ ନିୟନ୍ତ୍ରଣ ଗ୍ରହଣ କରିବାକୁ ଅନୁମତି ଦେବା ପରେ ବିରୋଧୀ ନେତାମାନେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ।

ଅନ୍ଯପଟେ ଗତବର୍ଷର ନୋବେଲ ଶାନ୍ତି ପୁରସ୍କାର ଜିତିବା ପରେ ମାଚୋଡୋ ଏହି ପୁରସ୍କାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭେନେଜୁଏଲା ଦେଶର ଲୋକଙ୍କୁ ସମର୍ପିତ ବୋଲି କହିଥିଲେ। ମାଚାଡୋ ବିରୋଧୀ ପ୍ରାଥମିକ ନିର୍ବାଚନରେ ​​ବିଜୟୀ ହୋଇଥିଲେ ଏବଂ ଗତ ବର୍ଷର ରାଷ୍ଟ୍ରପତି ଦୌଡ଼ରେ ମାଦୁରୋଙ୍କୁ ଚ୍ୟାଲେଞ୍ଜ କରିବାକୁ ଯୋଜନା କରିଥିଲେ। କିନ୍ତୁ, ଭେନେଜୁଏଲା ସରକାର ତାଙ୍କୁ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ବାରଣ କରିଥିଲେ।ଅବସରପ୍ରାପ୍ତ କୂଟନୀତିଜ୍ଞ ଏଡମୁଣ୍ଡୋଙ୍କୁ ତାଙ୍କ ବଦଳରେ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା।