fbpx

ଗୋଟିଏ ପଟେ ଶରଦ-ପ୍ରଶାନ୍ତ, ଅନ୍ୟପଟେ ମୋଦି-ଉଦ୍ଧବ ସାକ୍ଷାତ: କ’ଣ ହୋଇପାରେ ଏହି ଆଲୋଚନାର ଭିତିରି ରହସ୍ୟ

ମୁମ୍ବାଇ: ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗତକାଲି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଦୁହେଁ ଏକତ୍ର ୩ ଘଣ୍ଟା ଧରି ଆଲୋଚନା କରିଥିଲେ । ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ । ସେହିପରି ଶିବସେନା ନେତା ସଞ୍ଜୟ ରାଉତ ମୋଦିଙ୍କୁ ଦେଶର ଶୀର୍ଷ ନେତା ବୋଲି ଅଭିହିତ କରି ପ୍ରଶଂସା କରିଛନ୍ତି । ଉପରୋକ୍ତ ଘଟଣାବଳୀ ଯେ ରାଜନୀତି ପାଇଁ ଗୁରୁତ୍ୱ ବହନ କରୁଛି, ତାହା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି । ତେବେ ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସାକ୍ଷାତ ଥିଲା, ରାଜନୀତି ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ପ୍ରଶାନ୍ତ ନିଜ ପ୍ରତିକ୍ରିୟାରେ କହିଥିଲେ ମଧ୍ୟ ୨୦୨୪ରେ ଅନୁଷ୍ଠିତ ହେବାକୁ ନିର୍ବାଚନକୁ ଲକ୍ଷ୍ୟ ରଖି ଏହି ଆଲୋଚନା କରାଯାଇଥିବା ଅନୁମାନ କରାଯାଉଛି ।

ପ୍ରଶାନ୍ତଙ୍କ ଗୋଟି ଚାଳନାରେ ନିକଟରେ ତାମିଲନାଡ଼ୁରେ ଡିଏମକେ ଓ ପଶ୍ଚିମବଙ୍ଗରେ ଟିଏମସି ବିଜୟ ହାସଲ କରିଥିଲା । ପ୍ରଶାନ୍ତଙ୍କ ସମ୍ପର୍କରେ ଅନେକ ନେତା ରହିଥିବା ଶିବସେନା ନେତା ସଞ୍ଜୟ ପ୍ରକାଶ କରିଛନ୍ତି । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଯେ, ପ୍ରଶାନ୍ତ ଆଗକୁ କୌଣସି ଦଳ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ତେଣୁ ଅଯଥାରେ ଏଭଳି କଳ୍ପନା ଜଳ୍ପନାରୁ ଦୂରେଇ ରହିବା ଉଚିତ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.