ସଞ୍ଜୁଙ୍କୁ କାହିଁକି ଏପରି କହିଲେ ସୁନିଲ ଗାଭାସ୍କର? ଭାରତ ସେମିଫାଇନାଲକୁ କ୍ବାଲିଫାଏ ହେବା ପରେ ସାଙ୍ଘାତିକ ବୟାନ ଦେଲେ ପୂର୍ବତନ କ୍ରିକେଟର!
ସାମସନଙ୍କୁ ନେଇ ବଡ଼ କଥା କହିଲେ ଗାଭାସ୍କର!
ଓଡିଶା ଭାସ୍କର: ସେମିଫାଇନାଲରେ ଭାରତ ଏଣ୍ଟ୍ରି କରି ସାରିଛି। ଆଗକୁ ଭାରତ-ଇଂଲଣ୍ଡ କଡ଼ା ଟକ୍କର ହେବାକୁ ଯାଉଛି। ଏହାରି ଭିତରେ ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଛନ୍ତି ପୂର୍ବତନ ଖେଳାଳି ସୁନିଲ ଗାଭାସ୍କର।
ଟି-୨୦ ବିଶ୍ୱକପ୍ ୨୦୨୬ ସୁପର ୮ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତକୁ ଐତିହାସିକ ବିଜୟୀ କରାଇବାରେ ସଞ୍ଜୁ ସାମସନ ବଡ଼ ଦାୟିତ୍ବ ତୁଲାଇଥିଲେ। କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିଅମରେ ଭାରତୀୟ କ୍ରିକେଟ ଟିମ ପାଇଁ ଲକିଜାମ ସାଜିଥିଲେ ସଞ୍ଜୁ।
୧୯୬ ରନ୍ର ପିଛା କରି ଭାରତ ପ୍ରାରମ୍ଭିକ ଦୁଇଟି ୱିକେଟ୍ ହରାଇଥିଲା, କିନ୍ତୁ ସାମସନ୍ ୫୦ ବଲ୍ରେ ଅପରାଜିତ ୯୭ ରନ୍ କରି ଦଳକୁ ପାଞ୍ଚ ୱିକେଟରେ ବିଜୟୀ କରାଇଥିଲେ। ସେ ଏହାରି ଭିତରେ ୧୨ଟି ଚୌକା ଏବଂ ଚାରିଟି ଛକା ମାରିଥିଲେ।
ଭାରତ ଜିତିବା ପରେ ଅନେକ ପୂର୍ବତନ ଖେଳାଳି ସଞ୍ଜୁଙ୍କ ଖେଳକୁ ପ୍ରଶଂସା କରିଥିଲେ। ଏପରିକି ପୂୂର୍ବତନ ଖେଳାଳି ସୁନିଲ ଗାଭାସ୍କର ମଧ୍ୟ ତାଙ୍କୁ ଭରପୁର ପ୍ରଶଂସା କରିଥିଲେ ଓ କହିଥିଲେ କି ସଞ୍ଜୁ ଶାନ୍ତ ସ୍ବଭାବର ବ୍ଯକ୍ତି।
ସେ ସବୁବେଳେ ଖେଳରେ ନିଜର ଶତପ୍ରତିଶତ ଦିଅନ୍ତି। ସେ ଯେଉଁଭଳି ଭାବରେ ପୁରା ଖେଳକୁ ସମ୍ଭାଳି ଆଗକୁ ବଢାଇଥିଲେ ତାହା ସମ୍ମାନଯୋଗ୍ଯ। ମାତ୍ର ସେ ଶତକର ତିନି ରନ ପଛରେ ଥିଲେ। ହୁଏତ ଏକ ଶତକ ପୁରଣ କରିଥିଲେ ଏହା ମ୍ଯାଚକୁ ଆହୁରୀ ରୋମାଞ୍ଚକର ହୋଇଥାନ୍ତା।
