fbpx

ନାମାଙ୍କନ ପରେ କ’ଣ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ?

ଭୁବନେଶ୍ୱର,୧୬ ।୧୦(ଓଡିଶା ଭାସ୍କର): ରାଜ୍ୟରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଏସ କେ ଲୋହାନୀ । ସେ କହିଛନ୍ତି ଯେ, ‘ବାଲେଶ୍ୱରରେ ୯ ଜଣ ଓ ତିର୍ତ୍ତୋଲରେ ୮ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ବାଲେଶ୍ୱର, ତିର୍ତ୍ତୋଲରେ ମୋଟ ୫୪୦୮ ଜଣ ପୋଷ୍ଟାଲ ବାଲାଟରେ ଭୋଟ ଦେବେ । ୮୦ ବର୍ଷରୁ ଅଧିକ, ଭିନ୍ନକ୍ଷମ, ସଙ୍ଗରୋଧରେ ଥିବା ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ପୋଲିଂ ପାର୍ଟି ଘରକୁ ଯାଇ ପୋଷ୍ଟାଲ ବାଲାଟ ଗ୍ରହଣ କରିବେ । ୨୦ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଘରକୁ ଯାଇ ଭୋଟ ଗ୍ରହଣ କରିବେ ।’

Get real time updates directly on you device, subscribe now.