fbpx

ରାଜ୍ୟରେ କାହିଁକି ବଢ଼ୁଛି ଅନଲାଇନ୍ ଠକେଇ: ଶିକ୍ଷିତ ଲୋକ ବେଶି ହେଉଛନ୍ତି ଶିକାର, ଏହା ମୁର୍ଖାମି ନା ଆଉ କିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମାଜ ଡିଜିଟାଲ ଆଡ଼କୁ ବଢ଼ିବାରେ ଲାଗିଥିବା ବେଳେ ଅନୁରୂପ ଭାବେ ଅନଲାଇନ୍ ଠକେଇ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଲାଣି । ଦୈନିକ ଯେପରି କେଉଁଠି ନା କେଉଁଠି ଗୋଟିଏ ବା ଦୁଇଟି ରାସ୍ତା ଦୁର୍ଘଟଣା ଘଟିବା ଥୟ, ସେହିପରି ପ୍ରତ୍ୟେକ ଦିନ ଅନଲାଇନ୍ ଠକେଇ ହେଉଥିବା ଦେଖିବାକୁ ମିଳୁଛି । କାହାର ଆକାଉଣ୍ଟରୁ ୧୦ ହଜାର ତ ଆଉ କାହାର ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା ଗାଏବ୍ ହୋଇଯାଉଛି । ଏପରି ଅନେକ ଉଦାହରଣ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି । କିଛିମାସ ପୂର୍ବରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୭୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ ସାଇବର ଠକ୍ ।

ତେବେ ଏସବୁ ଘଟଣାକୁ ତର୍ଜମା କଲେ ଜଣାପଡ଼େ ଯେ, କେବଳ ଲୋକଙ୍କର ମୁର୍ଖାମୀ ପାଇଁ ହିଁ ଏସବୁ ଟଙ୍କା ଲୁଟ୍ ହେଉଛି । ଶିକ୍ଷିତ ଶ୍ରେଣୀର ଲୋକଙ୍କୁ ବେଶି ଚୂନା ଲଗାଉଛନ୍ତି ସାଇବର ଠକ୍ । ଜଣେ ଲୋକର ସାରା ଜୀବନର ସଞ୍ଚିତ ଧନ ଯଦି ଠକ ନେଇଯିବ, ତା’ହେଲେ ଏହାକୁ କ’ଣ ବୋଲି କୁହାଯିବ? ହୋଇପାରେ ଦିନକୁ ଦିନ ଅପରାଧୀମାନେ ନୂଆ ନୂଅ ତରିକା ଆପଣାଉଛନ୍ତି, ମାତ୍ର ଆମେ ସତର୍କ ରହିଲେ ଏହାକୁ ନିଶ୍ଚିତ ଭାବେ ଦୂରେଇ ପାରିବା । ଚୋର ଆମ ଘରୁ ଗୋଟିଏ ଜିନିଷ ଚୋରି କରିପାରେ, ଯଦି ସେ ଆମର ସବୁନେଇ କାଙ୍ଗାଳ କରିଦେଇ ଚାଲିଯିବ, ତା’ହେଲେ ଆମେ ତ ପଙ୍ଗୁ, ମୁକ, ବଧିର ଠାରୁ ବି ହୀନ । ଆଜିକାଲି, ସୋସିଆଲ ମିଡ଼ିଆ, ସମ୍ବାଦପତ୍ର, ଟେଲିଭିଜନ ଆଦିରେ ଅନଲାଇନ ଠକେଇରୁ ବର୍ତ୍ତିବା ପାଇଁ ଅନେକ ସଚେତନତାମୂଳକ ଶିକ୍ଷା ପ୍ରଦାନ କରାଯାଉଛି । ଯୁଗ ସହିତ ତାଳ ଦେଇ ଜନସାଧାରଣ ନିଜକୁ ଅପଡେଟ୍ ରଖିବା ଦରକାର, ନଚେତ୍ ଘରେ ବସିଥିବେ ଠକ ଏମିତି ଲୁଟି ଚାଲିଥିବ ।

Get real time updates directly on you device, subscribe now.