fbpx

୧୬ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ବ୍ୟାନ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏପ୍ରିଲ ମାସରେ ଲକ୍ଷାଧିକ ୟୁଜର୍ସଙ୍କ ଆକାଉଣ୍ଟକୁ ବ୍ୟାନ୍ କରିଛି କମ୍ପାନୀ । ନିୟମର ଉଲ୍ଲଂଘନ ଯୋଗୁ ଲକ୍ଷାଧିକ ଭାରତୀୟ ଆକାଉଣ୍ଟ ବ୍ୟାନ୍ କରିଛି ହ୍ୱାଟ୍ସଆପ୍ । ଏନେଇ ମାସିକିଆ ରିପୋର୍ଟ ପ୍ରକାଶ କରିଛି ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ।

ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ଅନୁଯାୟୀ ଏପ୍ରିଲ୍ ମାସରେ ଭାରତରେ ୧୬.୬ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ରିପୋର୍ଟରେ ୧ ଏପ୍ରିଲ ୨୦୨୨ ରୁ ୩୦ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଅବଧିର ସୂଚନା ରେକର୍ଡ ହୋଇଛି । ତେବେ ମାର୍ଚ୍ଚରେ ଏହି ପ୍ଲାଟଫର୍ମ ଦେଶରେ ୧୮ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଥିଲା ।

ସୂଚନା ଅନୁସାରେ, ଏପ୍ରିଲ ମାସରେ କମ୍ପାନୀ ପାଖକୁ ୮୪୪ ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ୧୨୩ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ମାର୍ଚ୍ଚ ମାସରେ ମଧ୍ୟ ଏଭଳି ୧୮ ଲକ୍ଷ ଆକାଉଣ୍ଟ ବ୍ୟାନ୍ କରିଥିଲା କମ୍ପାନୀ । ସେତେବେଳେ କମ୍ପାନୀକୁ ୫୯୭ ଅଭିଯୋଗ ମିଳିଥିଲା ବି ୭୪ଟି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

ଏହି ପ୍ରସଙ୍ଗରେ ହ୍ୱାଟ୍ସଆପର ଜଣେ ମୁଖପାତ୍ର କହିଛନ୍ତି, ‘ହ୍ୱାଟ୍ସଆପ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଥିବା ମେସେଜିଂ ସେବା ମଧ୍ୟରେ ଅପବ୍ୟବହାରକୁ ରୋକିବା ପାଇଁ ପ୍ରତିବନ୍ଧକ ଲଗାଯାଇଛି । ହ୍ୱାଟ୍ସଆପ୍ ଏମିତି ଏକ କମ୍ପାନୀ ଯିଏ ସବୁବେଳେ ଖରାପ ଓ ଦୁର୍ବ୍ୟବହାରକୁ ରୋକିବାକୁ ଚେଷ୍ଟା କରି ଆସିଛି । ମେସେଜିଂ ଆପ୍ର ଅପବ୍ୟବହାରକୁ ରୋକିବା ପାଇଁ ବର୍ଷବର୍ଷ ଧରି କମ୍ପାନୀ ବିଭିନ୍ନ ପ୍ରକାରର ଟେକ୍ନୋଲଜି ଓ ଆର୍ଟିଫେସିଆଲ ଗୁଇନ୍ଦା ବ୍ୟବସ୍ଥା ଲାଗୁ କରିଛି । ଗାଇଡଲାଇନ ଉଲ୍ଲଙ୍ଘନ ଘଟଣାରେ କମ୍ପାନୀ ଏପ୍ରିଲ ମାସରେ ୧୬,୬୬,୦୦୦ ଭାରତୀୟ ଆକାଉଣ୍ଟକୁ ବ୍ୟାନ କରିଛି ।’

Get real time updates directly on you device, subscribe now.