fbpx

ହ୍ୱାଟସଆପର ନୁତନ ପ୍ରାଇଭେସି ପଲିସିକୁ ଗ୍ରହଣ ନକଲେ ଆକାଉଣ୍ଟ ରହିବ ହେଲେ ଉଡିଯିବ ଏହି ସବୁ ଫିଚର୍ସ

ନୂଆଦିଲ୍ଲୀ, ୧୧/୦୫ (ଓଡିଶା ଭାସ୍କର) : କିଛି ମାସ ତଳେ ହ୍ୱାଟସଆପ୍ ପ୍ରାଇଭେସି ପଲିସିକୁ ନେଇ ଅନେକ ଦ୍ୱନ୍ଦ ବିବାଦ ଦେଖାଦେଇଥିଲା । ତେଣୁ କମ୍ପାନୀ ପକ୍ଷରୁ ୟୁଜର୍ ମାନଙ୍କ କିଛି ମାସର ସମୟ ଦିଆଯାଇଥିଲା । ଯାହା ଫଳରେ ସେମାନେ ଲାଗୁ ହେବାକୁ ଥିବା ନୁତନ ଫିଚର୍ସ ବିଷୟରେ ଜାଣି ପାରିବେ । ହେଲେ ଏବେ ସେହି ସମୟ ସରିବାକୁ ଯାଉଛି । ତେଣୁ କମ୍ପାନୀ ପକ୍ଷରୁ ଏବେ ପୁଣି ଥରେ ଲୋକମାନଙ୍କୁ ଏକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଦିଆଯାଇଛି । କାରଣ ଆସନ୍ତା ମେ ୧୫ ତାରିଖ ପରେ ହ୍ୱାଟସଆପ୍ ର ନୁତନ ପ୍ରାଇଭେସି ପଲିସି ଲାଗୁ କରାଯିବ । ତେଣୁ କମ୍ପାନୀ ପକ୍ଷରୁ ଏନେଇ ୟୁଜର୍ ମାନଙ୍କ ପାଇଁ ଏକ ବଡ ନିଷ୍ପତି ନିଆଯାଇଛି ।

ବର୍ତ୍ତମାନ କମ୍ପାନୀ କହିଛି ଯେ, ଯଦି କୌଣସି ୟୁଜର୍ ଏହି ନୁତନ ପ୍ରାଇଭେସି ପଲିସିକୁ ଗ୍ରହଣ କରିବେ ନାହିଁ ତେବେ ସେମାନଙ୍କ ଆକାଉଣ୍ଟ ଡିଲିଟ୍ ହେବ ନାହିଁ । ହେଲେ ସେମାନଙ୍କ ହ୍ୱାଟସଆପରୁ କିଛି ଗୁରୁତ୍ୱପୁର୍ଣ୍ଣ ଫିଚର୍ସ କୁ ବନ୍ଦ କରିଦିଆଯିବ । ହ୍ୱାଟସଆପର ଫ୍ୟାକ୍ ପେଜ୍ ରେ ଏନେଇ ସମସ୍ତ ତଥ୍ୟ ଦିଆଯାଇଛି । ଏଥିରେ ନୁତନ ପ୍ରାଇଭେସି ପଲିସି ବିଷୟରେ ବିସ୍ତୃତ ବିବରଣୀ ଦର୍ଶାଇଛି ହ୍ୱାଟସଆପ୍ । ଆଉ ମାତ୍ର ଅଳ୍ପ ଦିନ ପରେ ଏହାର ଡେଡ୍ ଲାଇନ୍ ସରୁଥିବାରୁ କମ୍ପାନୀ ପକ୍ଷରୁ ଆଲର୍ଟ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ହ୍ୱାଟସଆପ୍ ପକ୍ଷରୁ ସ୍ଥିର କରଯାଇଛି ଯେ, ନୁତନ ପ୍ରାଇଭେସି ପଲିସି ଗ୍ରହଣ ନ କରିବା ଦ୍ୱାରା କେଉଁ କେଉଁ ଗୁରୁତ୍ୱପୁର୍ଣ୍ଣ ଫିଚର୍ସ କାଟି ଦିଆଯିବ । ସେଗୁଡିକ ହେଲା; ଚାଟ୍ ଲିଷ୍ଟ କଟିଯିବ, ହେଲେ ନୋଟିଫିକେସନ୍ ରେ ଟାପ୍ କଲେଶ ଆପଣ ଦେଖିପାରିବେ କିନ୍ତୁ ଚାଟ୍ ଲିଷ୍ଟ ହ୍ୱାଟସଆପ୍ ରେ ସୋ କରିବ ନାହିଁ । ନେଟିଫିକେସନ୍ ଅନ୍ ଥିଲେ ଅଡିଓ କିମ୍ବା ଭିଡିଓ କଲ୍ ଆସିଲେ ରିସିଭ୍ କରି ପାରିବେ ନାହିଁ । ଯାହା ପରେ ଆପଣଙ୍କ ହ୍ୱାଟସଆପ୍ ଥିଲେ ମଧ୍ୟ କିଛି ଲାଭ ପାଇ ପାରିବେ ନାହିଁ ।

 

Get real time updates directly on you device, subscribe now.