fbpx

WhatsApp ଆଣିଲା ନୂଆ ଫିଚର୍, ୪ଟି ଡିଭାଇସ୍ କରିହେବ ଆସେସ୍

ଓଡ଼ିଶା ଭାସ୍କର ବ୍ୟୁରୋ: ହ୍ୱାଟସଆପ୍ ନିଜ ୟୁଜର୍ସଙ୍କ ପାଇଁ ଆଣିଛି ଏକ ନୂଆ ଫିଚର୍ । ଫଳରେ ବର୍ଷ ବର୍ଷ ଧରି ୟୁଜର୍ସ କରିଥିବା ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ କମ୍ପାନି ମଲ୍ଟି-ଡିଭାଇସ୍ ସପୋର୍ଟ ଫିଚର୍ ଲଞ୍ଚ୍ କରିଦେଇଛି । ସମ୍ପ୍ରତି ଏହି ଫିଚର୍ କେବଳ ବିଟା ୟୁଜର୍ସଙ୍କ ପାଇଁ ଲଞ୍ଚ୍ କରାଯାଇଛି । ଆଗକୁ ସମସ୍ତ ୟୁଜର୍ସ ଏଭଳି ସୁବିଧା ପାଇବେ । ଏହି ଫିଚର୍ ଉପଲବ୍ଧ ହେଲେ ଆପଣ ଏକକାଳୀନ ୪ଟି ଡିଭାଇସ୍ରେ ନିଜର ଆକାଉଣ୍ଟ୍ ଲଗଇନ୍ କରିପାରିବେ । ଏଥିସହ ଆପଣଙ୍କ ପ୍ରାଇଭେସି ସୁରକ୍ଷା ପ୍ରତି କୌଣସିି ଭୟ କରିବାର ନାହିଁ । ଏହି ଫିଚର୍ ସହ କମ୍ପାନି ଆଣ୍ଡ୍ ଟୁ ଆଣ୍ଡ୍ ଇନକ୍ରିପ୍ସନ୍ ସୁବିଧା ଦେଉଛି । ହ୍ୱାଟସଆପ୍ କମ୍ପାନିର ପ୍ରମୁଖ ୱିଲ୍ କ୍ୟାଥକାର୍ଟ କହିଛନ୍ତି ଯେ ହ୍ୱାଟସଆପ୍ ଅପଡେଟେଡ୍ ମଲ୍ଟି-ଡିଭାଇସ୍ ଫିଚର୍ ବିଟା ଭର୍ସନରେ ଉପଲବ୍ଧ ହୋଇଯାଇଛି ଏବଂ ଖୁବଶୀଘ୍ର ଏହା ସମସ୍ତ ୟୁଜର୍ସଙ୍କ ଲାଗି ଉପଲବ୍ଧ ହୋଇଯିବ ।

ଏଣିକି ପରସ୍ପର କନେକ୍ଟ ହେବନି ୪ ଡିଭାଇସ୍

କ୍ୟାଥକାର୍ଟ ଆହୁରି କହିଛନ୍ତି ଯେ ଏଣିକି ଆପଣ ନିଜ ଫୋନ ସହ ଅନ୍ୟ ୪ଟି ନନ୍-ଫୋନ୍ ଡିଭାଇସ୍ ସହିତ ହ୍ୱଟସଆପ୍ ବ୍ୟବହାର କରିପାରିବେ । ଏପରିକି ନିଜ ଫୋନର ବ୍ୟାଟେରି ରିଚାର୍ଜ ସରିଯାଇଥିଲେ ମଧ୍ୟ ଏଭଳି ସୁବିଧା ଉପଯୋଗ କରିହେବ । ଆଣ୍ଡ୍-ଟୁ-ଆଣ୍ଡ୍ ଏନକ୍ରିପ୍ସନ ମାଧ୍ୟମରେ ଗୋପନୀୟତା ଓ ସୁରକ୍ଷା ରହିବା ହସ ପ୍ରତ୍ୟେକ ଡିଭାଇସରେ ସ୍ୱତନ୍ତ୍ର ଭାବେ ଆପଣଙ୍କ ହ୍ୱାଟସଆପ୍ କନେକ୍ଟ ହୋଇପାରିବ ।

ନୂଆ ଟେକ୍ନୋଲୋଜି ଦେବ ଅଧିକ ସୁରକ୍ଷା

ହ୍ୱାଟସଆପ୍ ପ୍ରମୁଖ କ୍ୟାଥକାର୍ଟଙ୍କ କହିବା ଅନୁସାରେ, ଆପଣଙ୍କ ଡାଟାକୁ ସାଇନୋକ୍ରାଇଜ୍ କରିବାବେଳେ ଆଣ୍ଡ୍-ଟୁ-ଆଣ୍ଡ୍ ଏନକ୍ରିପ୍ସନ ଚାଲୁ ରଖିବା ପାଇଁ ସମସ୍ତ ଡିଭାଇସ୍ରେ ନୂଆ ଟେକ୍ନୋଲୋଜିର ଉପଯୋଗ କରାଯାଇଛି । ଏହା ଫଳରେ ଆପଣଙ୍କ କଣ୍ଟାକ୍ଟ ନେମ୍, ଚାଟ୍ ଆର୍କାଇଭ୍, ଷ୍ଟାର୍ଟ ମେସେଜ୍ ଆଦି ସୁରକ୍ଷିତ ରହିପାରିବ । ଏଠାରେ ସୂଚନା ଥାଉଯେ ସମ୍ପ୍ରତି ହ୍ୱାଟସଆପ୍ କେବଳ ଗୋଟିଏ ଡିଭାଇସ୍ ପାଇଁ ଉପଲବ୍ଧ ଥିଲା ଏବଂ ଡେସ୍କଟପ୍, ୱେବ୍ ସପୋର୍ଟ କେବଳ ଇଣ୍ଟରନେଟ୍ ସକ୍ରିୟ ଥିଲେ ହୋଇପାରୁଥିଲା । ତେବେ ଖୁବଶୀଘ୍ର ଏଭଳି ସମସ୍ୟା ଆଉ ରହିବ ନାହିଁ ।

ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍ ଜରୁରୀ

ହ୍ୱାଟସଆପର ନୂଆ ଅପଡେଟ୍ ଫିଚର୍ ଆସିବା ପରେ ଅନ୍ୟ ଡିଭାଇସ୍ରେ ଲଗଇନ୍ କରିବା ପାଇଁ ବାୟୋମେଟ୍ରିକ୍ ଅଥେଣ୍ଟିସେନ୍ ଦରକାର ପଡ଼ିବ । ଏହାଫଳରେ ୟୁଜର୍ସ ଲିଙ୍କଡ ଡିଭାଇସରୁ ଯେବେ ଚାହିବେ ଲଗଆଉଟ୍ କରିପାରିବେ । ଏଥିସହ ଉକ୍ତ ଡିଭାଇସରେ ଶେଷଥର ପାଇଁ ଆକାଉଣ୍ଟ୍ କେବେ ଆକ୍ଟିଭ୍ ଥିଲା, ତାହା ମଧ୍ୟ ଜାଣିହେବ ।

ସବୁ ଡିଭାଇସ୍ ପାଇଁ ଅଲଗା Key

ସମ୍ପ୍ରତି ହ୍ୱାଟସଆପରେ ମିଳୁଥିବା ସୁବିଧା ପାଇଁ ଫୋନ ଡାଟା ହିଁ ସବୁ ଡିଭାଇସ୍ ପାଇଁ ସୋର୍ସ ବା ଉତ୍ସ ହୋଇରହୁଛି । ଫୋନର ଇଣ୍ଟରନେଟ୍ ବନ୍ଦ ହୋଇଗଲେ ଅନ୍ୟ ଡିଭାଇସରେ ହ୍ୱାଟସଆପ୍ ବନ୍ଦ ହୋଇଯାଉଛି । ତେବେ ଏଥିରେ ପରିବର୍ତ୍ତନ ଆସିବ, ଗୋଟିଏ ସିକ୍ୟୁରିଟି କୋଡ୍ରେ ଦୁଇଟା ଡିଭାଇସ୍ ଚାଲୁଥିବାବେଳେ ଏଣିକି ପ୍ରତ୍ୟେକ ଡିଭାଇସ୍ ପାଇଁ ଅଲଗା କୋଡ୍ ହେବ ।

Get real time updates directly on you device, subscribe now.