ଭୁବନେଶ୍ୱର: କେବେ ପାଳନ ହେବ ଦୀପାବଳି; ତାକୁ ନେଇ ବଢ଼ିଲା ଦ୍ୱନ୍ଦ୍ୱ । ଶ୍ରୀମନ୍ଦିରରେ ୨୦ ତାରିଖରେ ଦିପାବଳୀ ପାଳନକୁ ନେଇ ବଢ଼ିଲା ଚର୍ଚ୍ଚା ।
ଭିନ୍ନ ପଞ୍ଜିକାରେ ଭିନ୍ନ ତାରିଖ ଦର୍ଶା ଯାଇଛି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ସ୍ୱଭାବିକ ଭାବେ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି ।
ପୂର୍ବରୁ ପଞ୍ଜିକାରମାନଙ୍କୁ ଏକତ୍ରିତ କରି ପାଣ୍ଡୁ ଲିପି ଜରିଆରେ ପର୍ବ ପାଳନର ଦିନକୁ ଧାର୍ଯ୍ୟ କରାଯାଇଥିଲା । ଯାହାର ମୂଳ ଉଦ୍ଦେଶ୍ୟ ଥିଲା ଲୋକଙ୍କ ମଧ୍ୟରୁ ଦ୍ୱନ୍ଦ୍ୱ ଦୂର କରିବା ।
ଚଳିତ ବର୍ଷ ପ୍ରକାଶ ପାଇଥିବା ପଞ୍ଜିକା ମଧ୍ୟରୁ ୫ଟି ନିଜର ପାଣ୍ଡୁଲିପି ଦେଇଥିଲେ । ଯାହାକୁ ନେଇ ପର୍ବ ପାଳନର ଦିନ ଧାର୍ଯ୍ୟ କରାଯାଇଥିଲା ।
ପଞ୍ଜିକା ତିଆରି କରିବା ପାଇଁ ନାସାରୁ ତଥ୍ୟ ଆସିଥାଏ । ଶାୟନ ପଦ୍ଧତିରେ ଏହି ପଞ୍ଜିକା ତିଆରି କରାଯାଏ । କିନ୍ତୁ ନିରୟନ ପଦ୍ଧତିରେ ଆମେ ପର୍ବପାଳନ କରୁ ।
ସାୟଂ ୨୧ ତାରିଖ ସନ୍ଧ୍ୟାରେ ସରିଯାଉଛି । ୨୦ରେ ୨ଟି ପ୍ରଦୋଶ କାଳର ମୁହୂର୍ତ୍ତ ପଡ଼ଉଛି । ପୟାଶ୍ରାଦ୍ଧ ପ୍ରଦେଶକାଳରେପାଳନ କରାଯାଏ । ୨୦ରେ ପୟାଶ୍ରାଦ୍ଧ, ଦୀପ ଦାନ କରାଯିବ । ୨୧ ତାରିଖରେ କୌଣସି ଯୋଗ ନାହିଁ ଦୀପାଳି ପାଳିବା ପାଇଁ ।
