fbpx

ଯେବେ ଝିଅମାନେ ଏକାକୀ ରୁହନ୍ତି, ସେବେ Googleରେ ସର୍ଚ୍ଚ କରନ୍ତି ଏହି ୫ ଜିନିଷ

ନୂଆଦିଲ୍ଲୀ: ଯୁବକ ଓ ଯୁବତୀଙ୍କ ଗୁଗୁଲ ସର୍ଚ୍ଚ ହିଷ୍ଟ୍ରି ଅଲଗା ଅଲଗା ହୋଇଥାଏ ବୋଲି ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ଝିଅମାନଙ୍କର ସର୍ଚ୍ଚକୁ ନେଇ ଯେଉଁ ଦାବି କରାଯାଇଛି, ତାହା ଅନ୍ୟନ୍ତ ରୋଚକମୟ । ଏହି ରିପୋର୍ଟ ଖୋଦ୍ ଗୁଗଲ ଜାରି କରିଛି । ତେବେ ଗୁଗଲ ସମୟ ସମୟରେ ସର୍ଚ୍ଚ କାର୍ଯ୍ୟକଳାପକୁ ନେଇ ରିପୋର୍ଟ ଜାରି କରିଥାଏ । ଏକାକୀ ଥିବା ସମୟରେ ଝିଅମାନେ କଣ ସର୍ଚ୍ଚ କରନ୍ତି, ସେନେଇ ଗୁଗଲ ଏକ ରିପୋର୍ଟ ଜାରି କରିଛି । ଆସନ୍ତୁ ଜାଣିବା କଣ…

– ଝିଅମାନେ ଏକାକୀ ଥିବା ବେଳେ ସର୍ବାଧିକ ଯେଉଁ ଅନଲାଇନ ସର୍ଚ୍ଚ କରନ୍ତି ସେଥିରେ ପ୍ରାୟତଃ ସପିଙ୍ଗ ସମ୍ପର୍କିତ ସର୍ଚ୍ଚ ଥାଏ। ଏଥିରେ ଝିଅମାନେ ସାଧାରଣତଃ ଲାଟେଷ୍ଟ ଡିଜାଇନ୍ ଓ କଲେକ୍ସନ ସର୍ଚ୍ଚ କରିଥାନ୍ତି।

– ଏହା ଛଡା ଝିଅମାନେ ବହୁତ କ୍ୟାରିୟର କନସିୟସ। ଏଣୁ ଖାଲି ସମୟରେ କ୍ୟାରିୟର ସମ୍ପର୍କିତ ଯାଞ୍ଚ ମଧ୍ୟ କରିଥାନ୍ତି। ଝିଅମାନେ ଚାକିରୀ ସମେତ କୋର୍ସ ଓ ବିଷୟ ସମ୍ପର୍କିତ ସର୍ଚ୍ଚ ମଧ୍ୟ କରିଥାନ୍ତି।

– ଝିଅମାନେ କ୍ୟରିୟରକୁ ନେଇ ଯେପରି ତତ୍ପର ସେହିପରି ନିଜର ସୁନ୍ଦରତା ପ୍ରତି ମଧ୍ୟ ବେଶ ଯତ୍ନବାନ। ଏଣୁ ଖାଲି ସମୟ ପାଇଲେ ପ୍ରାୟ ସେମାନେ ଗୁଗଲରେ ବ୍ୟୁଟି ଟିପସ୍‌ ମଧ୍ୟ ସର୍ଚ୍ଚ କରନ୍ତି। ଏହା ଛଡା ମେକଅପର ବ୍ୟବହାର ଓ ଏ ସମ୍ପର୍କିତ ଟିପସ୍‌ ମଧ୍ୟ ବେଶ ସର୍ଚ୍ଚ ଓ ସେୟାର ମଧ୍ୟ କରିଥାନ୍ତି। ଯେଉଁଥିରେ ତ୍ୱଚା, ମୁହଁର ଯତ୍ନ ଆଦି ସମ୍ପର୍କରେ ସେମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏଥିଲାଗି ଟ୍ରିଟମେଣ୍ଟ ଟିପସ୍‌ ମଧ୍ୟ ଖୋଜିଥାନ୍ତି।

– ଝିଅମାନେ ଗୀତ ଶୁଣିବାକୁ ଓ ଗାଇବାକୁ ମଧ୍ୟ ପସନ୍ଦ କରନ୍ତି। ଏଣୁ ଏକୁଟିଆ ବେଳେ ରୋମାଣ୍ଟିକ ଗୀତ ସର୍ଚ୍ଚ କରିବା ସହ ଶୁଣିବାକୁ ମଧ୍ୟ ପସନ୍ଦ କରୁଥିବା ଏହି ରିପୋର୍ଟରୁ ଜଣାପଡିଛି।

– ବିବାହ ହେଉ ଅଥବା ପର୍ବ ପର୍ବାଣୀ, ଝିଅମାନେ ହାତରେ ମେହେନ୍ଦି ଲଗାଇବାକୁ ଖୁବ ପସନ୍ଦ କରନ୍ତି। ଏଥିରେ ଅଧିକାଂଶ ଝିଅଙ୍କର ମେହେନ୍ଦି ସଉକ ମଧ୍ୟ ଥାଏ। ଏଣୁ ଏକୁଟିଆ ବେଳେ ଝିଅମାନେ ଗୁଗଲରେ ମେହେନ୍ଦି ଡିଜାଇନ ସର୍ଚ୍ଚ କରନ୍ତି।

Get real time updates directly on you device, subscribe now.