fbpx

ଯୋଗିନୀ ଏକାଦଶୀ ବ୍ରତ କଲେ ପାପରୁ ମିଳିବ ମୁକ୍ତି: ଜାଣନ୍ତୁ ଏହାର ଶୁଭ ମୁହୂର୍ତ୍ତ ଓ ପୂଜାବିଧି

ବାର ମାସରେ ବାରଟି ଏକାଦଶୀ ପଡିଥାଏ । ସବୁ ଏକାଦଶୀର କିଛି ନା କିଛି ମହାତ୍ମ୍ୟ ରହିଛି । ତେବେ ଆଗକୁ ପଡୁଛନ୍ତି ଯୋଗିନୀ ଏକାଦଶୀ ବ୍ରତ । ଯାହା ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ପଡିଥାଏ । ଏହି ବ୍ରତରେ ଭଗବାନ ବିଷ୍ଣୁଙ୍କୁ ଆରଧନା କରାଯାଏ । ଚଳିତ ବର୍ଷ ଏହି ବ୍ରତ ଆଗାମୀ ୨୪ ଜୁନ(ଶୁକ୍ରବାର)ରେ ପଡୁଛି । ବିଶ୍ୱାସ ରହିଛି ଯେ, ଯଦି ଏହି ବ୍ରତ ଭକ୍ତିର ସହ କରାଯାଏ, ତେବେ ୮୮ହଜାର ବ୍ରାହ୍ମଣଙ୍କୁ ଭୋଜନ କରିବାରେ ଯେତିକି ପୁଣ୍ୟ ମିଳେ ତାହା ସହ ସମାନ ହୋଇଥାଏ ।

ଆସନ୍ତୁ ଜାଣିବା ଏହି ବ୍ରତର ମହାତ୍ମ୍ୟ ଏବଂ ପୂଜା ବିଧି ସମ୍ପର୍କରେ-

ଯୋଗିନୀ ଏକାଦଶୀର ଶୁଭ ମୁହୁର୍ତ:
ଏକାଦଶୀ ତିଥି ପ୍ରାରମ୍ଭ-ଜୁନ୍ ୨୩,୨୦୨୨ ରାତ୍ରି ୯ଟା ୪୧ ମିନକ୍ରୁ ଆରମ୍ଭ
ଏକାଦଶୀ ତିଥି ସମାପ୍ତ-ଜୁନ୍‌୨୪,୨୦୨୨ ରାତ୍ରି ୧୧ଟା ୧୨ ମିନିଟ୍ ଶେଷ
ପାରଣ ସମୟ-୨୫ ଜୁନ୍ ସକାଳ ୫ଟା ୫୧ମିନିଟ୍ ରୁ ୮ଟା ୩୧ ମିନିଟ୍ ପର୍ଯ୍ୟନ୍ତ

ପୂଜାବିଧି:
-ଏହି ଦିନ ଭୋର ସକାଳୁ ଉଠି ସ୍ନାନ କରିବା ପରେ ବ୍ରତ ପାଇଁ ସଂକଳ୍ପ କରନ୍ତୁ ।
-ଏହାପରେ ଠାକୁର ଘରକୁ ଭଲଭାବରେ ଧୋଇ ଦିଅନ୍ତୁ ।
-ପରେ ଭଗବାନ ବିଷ୍ଣୁଙ୍କୁ ଗଙ୍ଗାଜଳରେ ସ୍ନାନ କରି ତାଙ୍କର ସ୍ଥାପନା କରନ୍ତୁ ।
– ଭକ୍ତିର ସହ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରି ହାଲୱା ନଚେତ୍ କ୍ଷୀରି କରି ଲାଗି କରାନ୍ତୁ । ଭୋଗ ଲାଗି ସମୟରେ ତୁଳସୀକୁ ସାମିଲ କରାନ୍ତୁ ।
-ଭଗବାନ ବିଷ୍ଣୁଙ୍କ ପ୍ରିୟ ହେଉଛି ତୁଳସୀ, ଯେଉଁକାରଣରୁ ଏହିଦିନ ତୁଳସୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ ।

ବ୍ରତର ମହତ୍ୱ:
ଏହି ବ୍ରତ କରିବା ଦ୍ୱାରା ବ୍ୟକ୍ତିିର ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଘରୁ ନକାରାତ୍ମକ ପ୍ରଭାବ ହ୍ରାସ ପାଇଥାଏ । ବିଶ୍ୱାସ ରହିଛି ଯେ, ୮୮ ହଜାର ବ୍ରାହ୍ମଣଙ୍କୁ ଭୋଜନ କରାଇଲେ ଯେତିକି ପୁଣ୍ୟ ମିଳେ, ଏହି ବ୍ରତ କଲେ ସେତିକି ପୁଣ୍ୟ ମିଳିଥାଏ ।

ବ୍ରତର ପୌରାଣିକ ଗାଥା:
ପ୍ରାଚୀନ କାଳରେ ଅଳକାପୁରୀ ନଗରରେ ବାସ କରୁଥିଲେ ରାଜା କୁବେର । ସେଠାରେ ମାଳି ଭାବେ କାମ କରୁଥିଲେ ହେମ । ପ୍ରତ୍ୟେକ ଦିନ ଭଗବାନ ଶିବଙ୍କ ପାଇଁ ମାନସରୋବରରୁ ଫୁଲ ଆଣିବା ତାଙ୍କର କାର୍ଯ୍ୟ ଥିଲା । ମାତ୍ର ଥରେ ନିଜ ପତ୍ନୀଙ୍କ ସହ ଭ୍ରମଣ କରିବାରେ ଏତେମାତ୍ରାରେ ଲିପ୍ତ ହୋଇଯାଇଥିଲେ ଯେ, ସେ ଫୁଲ ଆଣିବାରେ ବିଳମ୍ବ କରିଦେଇଥିଲେ । ଯେଉଁକାରଣରୁ ରାଜା କୁବେର ତାଙ୍କୁ କୁଷ୍ଠରୋଗରେ ଆକ୍ରାନ୍ତ ହେବା ନେଇ ଅଭିଶାପ ଦେଲେ । ଏହାପରେ ସେ ମନଦୁଃଖରେ ଏତେତେଣେ ବୁଲିବାକୁ ଲାଗିଲେ । ବୁଲୁବୁଲୁ ଥରେ ସେ ଯାଇ ମାର୍କେଣ୍ଡେୟ ଋଷିଙ୍କ ଆଶ୍ରମରେ ପହଂଚିଥିଲେ । ଋଷି ମାର୍କେଣ୍ଡେୟ ତାଙ୍କର ଦୁଃଖର କାରଣ ଜାଣିପାରି ତାଙ୍କୁ ଯୋଗିନୀ ଏକାଦଶୀ ବ୍ରତ କରିବାକୁ ଉପଦେଶ ଦେଇଥିଲେ । ଏହି ବ୍ରତ କରିବା ଫଳରେ ହେମ କୁଷ୍ଠରୋଗରୁ ମୁକ୍ତି ପାଇବା ସହ ମୋକ୍ଷପ୍ରାପ୍ତି ପାଇଥିଲେ ।

ଏହି ସମୟରେ କରନ୍ତୁ ନାହିଁ ପୂଜା:
ରାହୁକାଳ-ସକାଳ ୧୦ଟା ୫୧ ମିନିଟ୍ ଠାରୁ ୧୨ଟା ୩୧ ମିନିଟ୍ ପର୍ଯ୍ୟନ୍ତ
ବିଡାଳ ଯୋଗ-ସକାଳ ୫ଟା ୫୧ ମିନିଟ୍ ଠାରୁ ୮ଟା ୪ମିନିଟ୍ ପର୍ଯ୍ୟନ୍ତ
ୟମଗଣ୍ଡ-ଅପରାହ୍ନ ୩ଟା ୫୧ ମିନିଟ୍ ଠାରୁ ସଂନ୍ଧ୍ୟା ୫ଟା ୩୧ ମିନିଟ୍ ପର୍ଯ୍ୟନ୍ତ
ଗୁଲିକ କାଳ-ସକାଳ ୭ଟା ୩୧ ମିନିଟ୍ ଠାରୁ ୯ଟା ୧୧ ମିନିଟ୍ ପର୍ଯ୍ୟନ୍ତ

Get real time updates directly on you device, subscribe now.