fbpx

ଯେବେ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ, କଣ ମୁଁ ରାଷ୍ଟ୍ରପତି ହେବା ପାଇଁ ଯୋଗ୍ୟ ଅଟେ ?

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଞ୍ଚି ଆସିବା ପରେ ନେତାଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ବହୁତ ଭାବୁକ ହୋଇ ପଡିଥିଲେ। କଥା ହେବା ସମୟରେ ଅନେକ ଥର ତାଙ୍କ ପାଟି ଖନି ମାରି ଯାଉଥିଲା। ପୁରୁଣା ଦିନ କଥାକୁ ମନେ ପକାଇ ସେ ଭାବବିହ୍ଵଳ ହୋଇ ପଡିଥିଲେ। ରାଷ୍ଟ୍ରପତି ପଦର ପ୍ରାର୍ଥୀ ସ୍ଥିର ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ବେଳର କଥା କହିଛନ୍ତି ସେ। ମୁର୍ମୁ କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଆପଣ ହେଉଛନ୍ତି ଏନଡିଏର ପ୍ରାର୍ଥୀ କହିଲେ, ସେହି ସମୟରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲି ଯେ, ମୁଁ ଏକ ଛୋଟ ଗାଁରୁ ଆସିଛି। ପ୍ରଥମେ ଶିକ୍ଷକ, ପୁଣି ମନ୍ତ୍ରୀ ହେଲେ। କିନ୍ତୁ କଣ ସେ ରାଷ୍ଟ୍ରପତି ହେବା ପାଇଁ ଯୋଗ୍ୟ ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ।

ମୁର୍ମୁ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ମୁଁ ପଚାରିଥିଲି ଯେ, ଆପଣ ମୋତେ ଦେଶର ପ୍ରଥମ ନାଗରିକ କରିବାର ନିଷ୍ପତ୍ତି ନେଇଛନ୍ତି। ଏତେ ବଡ ଦାୟିତ୍ଵ ମୁଁ କେମିତି ନିର୍ବାହ କରିବି। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋର ଆତ୍ମ ବିଶ୍ଵାସ ବଢାଇ କହିଥିଲେ, ତାଙ୍କ ସହିତ ପୂରା ଦେଶ ରହିଛି। ଦେଶବାସୀଙ୍କ ଶକ୍ତି ରହିଛି। ଆଉ ସବୁଠୁ ବଡ ଶକ୍ତି ସମ୍ବିଧାନ ଏବଂ ସମ୍ବିଧାନ ଦ୍ଵାରା ଦିଆଯାଇଥିବା ଶକ୍ତି। ସମ୍ବିଧାନ ତୁମର ମାର୍ଗଦର୍ଶନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଦ୍ରୌପଦୀ ମୁର୍ମୁ କହିଛନ୍ତି, ଯେବେ ତାଙ୍କୁ ରାଜ୍ୟପାଳ କରାଯିବାର ନିଷ୍ପତ୍ତି ନିଆଯାଇଥିଲା, ସେହି ସମୟରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ତୁମକୁ ଝାଡଖଣ୍ଡ ପଠାଯାଉଛି। ସେଠାକାର ଗାଁ ଗାଁ ଯାଆନ୍ତୁ। ଲୋକଙ୍କ ସମସ୍ୟା ଶୁଣନ୍ତୁ। ଝାଡଖଣ୍ଡରେ ରାଜ୍ୟପାଳ ଭାବେ ମୁଁ ଯେଉଁ କାମ କରିଛି, ତାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିବା ମୁର୍ମୁ କହିଛନ୍ତି। ଏହି କାରଣରୁ ପ୍ରଥମ ଥର ଜଣେ ଆଦିବାସୀ ସମାଜର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି।

Get real time updates directly on you device, subscribe now.