fbpx

Video: ପ୍ରୋଟୋକଲ୍ ଭାଙ୍ଗି ପିଲାଙ୍କୁ ଭେଟିବା ପାଇଁ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆଉ ତା’ ପରେ କ’ଣ ହେଲା ଦେଖନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ ଦିନ ଲାଲ କିଲ୍ଲା ପରିସରରେ ପିଲାମାନଙ୍କ ସହ କଥାବାର୍ତ୍ତା କରିଥିଲେ । ନିଜର ଭାଷଣ ପରେ ସେ ପ୍ରୋଟୋକଲ୍ ଭାଙ୍ଗିଥିଲେ ଏବଂ ବିଭିନ୍ନ ରାଜ୍ୟର କଳାକାର ପିଲାମାନଙ୍କ ମଧ୍ୟରେ ସିଧାସଳଖ ପହଞ୍ଚିଥିଲେ ।

ଏହି ସମୟରେ ପଞ୍ଜାବ ବିଭାଗର ସଜ୍ଜିତ କଳାକାର ପିଲାମାନଙ୍କୁ କିଛି ସାଂସ୍କୃତିକ ପ୍ରଦର୍ଶନ ଦେଖାଇବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଆବେଦନ ପରେ ସେହି ପିଲାମାନେ ମଧ୍ୟ ଶୀଘ୍ର ରାଜି ହୋଇଥିଲେ ଏବଂ ନିଜ ଚେୟାର ଛାଡି ସାମ୍ନାକୁ ଆସି ଭଙ୍ଗଡ଼ା ନାଚିବା ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ନୃତ୍ୟକୁ ଉପଭୋଗ କରି କରତାଳି ଦେବା ଆରମ୍ଭ କରିଥିଲେ ।

ପାରମ୍ପରିକ କୁର୍ତ୍ତା ଏବଂ ଚୁଡ଼ିଦାର ପାଇଜାମା ଉପରେ ନୀଳ ଜ୍ୟାକେଟ୍ ସହ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ନିକଟରେ ପହଞ୍ଚିଥିଲେ । ଏହା ପରେ ସେ କେତେକଙ୍କ ଅଭିବାଦନ ଗ୍ରହଣ କରିବା ଆରମ୍ଭ କଲାବେଳେ କିଛି ଲୋକଙ୍କ ସହ ହାତ ମିଳାଇଥିଲେ । ସେ ଉତ୍ତର ପୂର୍ବ ଦେଇ ମଧ୍ୟପ୍ରଦେଶ ରାସ୍ତାରେ ଗୁଜୁରାଟ, ଗୋଆ ଏବଂ ତାମିଲନାଡୁ ବିଭାଗରେ ପ୍ରବେଶ କରି ପିଲାମାନଙ୍କୁ ଭେଟିଥିଲେ । ପିଲାମାନେ ସିଟିଂ ଆରେଜମେଣ୍ଟ ସହ ଭାରତ ମ୍ୟାପ୍ କରିଥିଲେ ।

Get real time updates directly on you device, subscribe now.