fbpx

କରୋନା ସ୍ଥିତିରେ କେବେ ଆସିବ ସୁଧାର? ଜାଣନ୍ତୁ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଥମିବାରେ ନାଁ ନେଉନାହିଁ । କେବେ ଏହି କରୋନା ସ୍ଥିତିରେ ସୁଧାର ଆସିବ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି । ଏଭଳି ପରିସ୍ଥିତିରେ କୋଭିଡ ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ‘ବର୍ତ୍ତମାନ ରାଜ୍ୟରେ ୩୯% ଜେନେରାଲ ବେଡ ବ୍ୟବହାରରେ ଅଛି । ଭେଣ୍ଟିଲେଟର ଓ ଅକ୍ସିଜେନ ବେଡ ୬୦% ଫିଲଅପ୍ ରହିଛି । ରାଜ୍ୟରେ କରୋନାର ସେପରି ଖରାପ ସ୍ଥିତି ନାହିଁ, ତଥାପି ଆମେ ନୂଆ ଜାଗାରେ ବେଡ ସଂଖ୍ୟା ବଢାଉଛୁ । ରାଜ୍ୟରେ ପଜିଟିଭିଟି ରେଟରେ ଧୀରେଧୀରେ ସୁଧାର ଆସୁଛି । ଜୁନ ଶେଷ ବେଳକୁ ସ୍ଥିତିରେ ସୁଧାର ଆସିଯାଇଥିବ । ମୃତ୍ୟୁସଂଖ୍ୟା କମ୍ ହେବାକୁ ଆଉ କିଛିଦିନ ସମୟ ଲାଗିବ ବୋଲି ବିଜୟ କହିଛନ୍ତି ।

ତେବେ ରାଜ୍ୟରେ ଆଜି ୭୭୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୩୩୧ ଓ ସ୍ଥାନୀୟ ଅଞ୍ଚଳରୁ ୩୩୯୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୭ଲକ୍ଷ ୧୩ ହଜାର ୫୫ ରହିଥିବା ବେଳେ ୮୨ ହଜାର ୬୭୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୯୧୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡି, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ପୁରୀ, ଗଜପତି, ଗଞ୍ଜାମ, ଦେବଗଡ଼, କଟକ ଓ ବୌଦ୍ଧରୁ ୨ ଜଣ ଲେଖାଏଁ, ବଲାଙ୍ଗିର, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.