fbpx

ଖାତାରେ କେବେ ଆସିବ ଇପିଏଫଓ ସୁଧ ଟଙ୍କା? ଜାଣନ୍ତୁ କଣ କହିଲେ ଶ୍ରମ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଅର୍ଥାତ ଇପିଏଫଓ ଗତକାଲି ନିଜର ଏକ ବୈଠକରେ କର୍ମଚାରୀଙ୍କ ଭବିଷ୍ୟ ନିଧି ଉପରେ ଅର୍ଥିକ ବର୍ଷ ୨୦୨୨-୨୩ ପାଇଁ ସୁଧ ଦର ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତିି । ବୋର୍ଡର ସୁପାରିଶରେ ପାଖାପାଖି ୧୧ ଲକ୍ଷ କୋଟି ଟଙ୍କା ସମୁଦାୟ ମୂଳ ରାଶି ଉପରେ ସଦସ୍ୟଙ୍କ ଖାତାରେ ୯୦,୦୦୦ କୋଟି ଟଙ୍କାରୁ ଅଧିକ ବିତରଣ ଅନ୍ତର୍ଭୁକ୍ତ ଅଛି । ଯାହା ଆଜି ପର୍ଯ୍ୟନ୍ତ ସର୍ବାଧିକ ରହିଛି ।

ଅର୍ଥିକ ବର୍ଷ ୨୦୨୧-୨୨ରେ ୯.୫୬ କୋଟି ଟଙ୍କାର ମୂଳ ରାଶିରେ ୭୭,୪୨୪.୮୪ କୋଟି ଟଙ୍କାର ସୁଧ ଦିଆଯାଇଛି । ଗତ ଅର୍ଥିକ ବର୍ଷ ୨୦୨୧-୨୨ ତୁଳନାରେ ଆୟ ଏବଂ ମୂଳ ରାଶିରେ ବୃଦ୍ଧି କ୍ରମଶଃ ୧୬ ପ୍ରତିଶତ ଏବଂ ୧୫ ପ୍ରତିଶତ ଅଧିକ ଅଟେ । ବର୍ତ୍ତମାନ ସିବିଟୀର ନିର୍ଣ୍ଣୟ ପରେ ୨୦୨୨-୨୩ ପାଇଁ ଇପିଏଫ ଜମା ଉପରେ ସୁଧ ଦରର ସୂଚନା ଅର୍ଥ ମନ୍ତ୍ରଣାଳୟ ପାଖରେ ମଞ୍ଜୁରୀ ପାଇଁ ପଠାଯାଇଛି । ସରକାରଙ୍କ ମଞ୍ଜୁରୀ ମିଳିବା ପରେ ୨୦୨୨-୨୩ ବର୍ଷ ପାଇଁ ଇପିଏଫ ଉପରେ ସୁଧ ଇପିଏଫଓ ଅଂଶଧାରକଙ୍କ ଖାତାରେ ଦିଆଯିବ ।

ଶ୍ରମ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛନ୍ତି ଯେ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନର ନିର୍ଣ୍ଣୟ ନେବା ପାଇଁ ଶୀର୍ଷ ସଂସ୍ଥା ଏବଂ କେନ୍ଦ୍ରୀୟ ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ସିବିଟି ୨୦୨୨-୨୩ ପାଇଁ ସଦସ୍ୟଙ୍କ ଇପୀଏଫ ଜମା ଉପରେ ବାର୍ଷୀକ ୮.୧୫ ପ୍ରତିଶତର ଦରରେ ସୁଧ ଦେବାକୁ ନିର୍ଣ୍ଣୟ କରିଛନ୍ତି । ବିବୃତ୍ତି ଅନୁସାରେ, ଏହି ସୁଧ ଦର ଏବଂ ୬୬୩.୯୧ କୋଟି ଟଙ୍କାର ଅଧିଶେଷ ଗତବର୍ଷ ତୁଳନାରେ ଅଧିକ ଅଟେ । ଇପିଏଫଓ ଗତ କିଛି ବର୍ଷରେ ନ୍ୟୁନତମ ଋଣ ସହିତ ବିଭିନ୍ନ ଆର୍ଥିକ ଚକ୍ରର ମାଧ୍ୟମରେ ନିଜର ସଦସ୍ୟଙ୍କୁ ଉଚ୍ଚ ଆୟ ବିତରଣ କରିବାରେ ସକ୍ଷମ ରହିଛି ।

Get real time updates directly on you device, subscribe now.