fbpx

(Video) ଯେବେ ଯମରାଜ ଥା’ନ୍ତି ଅନ୍ୟମନସ୍କ, ଘଟିଥାଏ କିଛି ଏଭଳି ଘଟଣା; ଦେଖନ୍ତୁ ଭିଡିଓ…

କୁହାଯାଏ ଦୁର୍ଘଟଣା କୌଣସି ସଙ୍କେତ ଦେଇ ଆସିନଥାଏ । ଟିକେ ଅନ୍ୟମନସ୍କ ହେଲେ କଥା ସରିଲା, କିଛିବି ଅଘଟଣ ହୋଇପାରେ । ଅବଶ୍ୟ କିଛି ଏଭଳି ସୌଭାଗ୍ୟଶାଳୀ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅଳ୍ପକେ ବଡ଼ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଥାନ୍ତି । ବର୍ତ୍ତମାନ ଏଭଳି ଏକ ଘଟଣାର ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଠାରେ ଜଣେ ବ୍ୟକ୍ତି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗଛି ।

ଭିଡିଓରେ ଦେଖଯାଉଛି ଜଣେ ବ୍ୟକ୍ତି କିଛି କାମ ପାଇଁ ଏକ ଦୋକାନକୁ ଆସୁଛନ୍ତି । ତେବେ ଦୋକାନକୁ ଆସିବା ମଧ୍ୟରେ ଏକ ନାଳ ରହିଛି, ଅବଶ୍ୟ ଏହା ଉପରେ ସ୍ଲାବ୍ ପଡ଼ିଛି । କିନ୍ତୁ ଯେମିତି ସେ ସେ ସେହି ନାଳ ଉପର ଦେଇ ଦୋକାନକୁ ଆସୁଛନ୍ତି । ହଠାତ୍ ନାଳର ସ୍ଲାବ୍ ଭୁଷୁଡ଼ି ପଡ଼ୁଛି । ସୌଭାଗ୍ୟବସତଃ ବ୍ୟକ୍ତିଜଣକ ଅଳ୍ପକେ ବର୍ତ୍ତିଯାଉଛନ୍ତି । କାରଣ ଆଉ ଟିକେ ଡେରି ହୋଇଯାଇଥିଲେ ତାଙ୍କର ଅବସ୍ଥା କ’ଣ ଯେ ହୋଇଥାନ୍ତା ସେକଥା ଏଥିରୁ ଆପଣ ଅନୁମାନ କରିପାରୁଥିବେ । ଭିଡିଓରେ ଦେଖାଯାଉଛି ସେ ମଧ୍ୟ ଏହି ଘଟଣାକୁ ଦେଖି ପୂରା ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ସେ ମଧ୍ୟ ବିଶ୍ୱାସ କରିପାରୁନାହାଁନ୍ତି କେତେ ବଡ଼ ଦୁର୍ଘଟଣାରୁ ସେ ବର୍ତ୍ତିଯାଇଛନ୍ତି । ଦେଖନ୍ତୁ ଭିଡିଓ…

ସେପଟେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ୟୁଜର୍ସ ଏହାକୁ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରୁଥିବାବେଳେ । ଅନେକ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି । ଭିଡିଓକୁ ଦେଖି ୟୁଜର୍ସ କମେଣ୍ଟ ଦେଉଛନ୍ତି ଯମରାଜ ଆଜି ଛୁଟିରେ ଅଛନ୍ତି ।

Get real time updates directly on you device, subscribe now.