fbpx

ତୁମେ ଯେଉଁଠି ଥିଲେ ବି ମୋର..ଜାଣନ୍ତୁ କିଏ କାହାକୁ କହିଲେ

ଭୁବନେଶ୍ୱର(ଓଡିଶା ଭାସ୍କର): ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆଜି ବର୍ଷେ ପୂରି ଯାଇଛି । ତଥାପି ବିଶ୍ୱାସ ହେଉନି ଯେ ସତରେ ସେ ଦୁନିଆକୁ ଅଲବିଦା କହି ସାରିଛନ୍ତି । କିନ୍ତୁ ଆଜି ବି ସୁଶାନ୍ତୁ ତାଙ୍କ ଫ୍ୟାନ୍ସମାନେ ମନେ ପକାଇ ଝୁରୁଛନ୍ତି । ତାଙ୍କ ଫ୍ୟାନ୍ସମାନଙ୍କ ହୃଦୟରେ ଜୀବିତ ହୋଇ ରହିଛନ୍ତି । ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଅନେକ ବଲିଉଡ୍ ବଡ ବଡ ସେଲିବ୍ରିଟି ଠାରୁ ଆରମ୍ଭ କରି ତାଙ୍କ ଫ୍ୟାନ୍ସମାନେ ତାଙ୍କ ସ୍ମୃତିକୁ ଟ୍ୱିଟ୍ କରି ଜଣାଇଥିଲେ । ଏହି ମଧ୍ୟରେ ସୁଶାନ୍ତଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ତାଙ୍କୁ ମନେ ପକାଇ ଅନେକ ଭିଡିଓ ସେୟାର କରିବା ସହିତ ତାଙ୍କ ପାଇଁ ଏକ ଛୋଟ ପୂଜା ମଧ୍ୟ କରିଥିଲେ ।
ଏତିକିବେଳେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ରିୟା ଚକ୍ରବର୍ତ୍ତୀଙ୍କର ଏକ ପୋଷ୍ଟ । ଯେଉଁଥିରେ ରିୟା ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଫଟୋରେ

ରିୟା କ୍ୟାମେରାକୁ ଦେଖି ହସୁଥିବା ବେଳେ ସୁଶାନ୍ତ ଅତି ସୁନ୍ଦର ଭାବେ ରିୟାଙ୍କୁ ଅନାଇ ରହିଛନ୍ତି । ଏହା ସହ ରିୟା ଭାବପ୍ରବଣ ହୋଇ ଏକ କ୍ୟାପସନ ଲେଖିଛନ୍ତି… ଏହା ସହ ରିୟା ଭାବପ୍ରବଣ ହୋଇ ଏକ କ୍ୟାପସନ ଲେଖିଛନ୍ତି… ଏମିତି ବି ଗୋଟିଏ ଦିନ ନାହଁ ଯେ ମୁଁ ତୁମକୁ ମନେ ପକାଇ ନାହିଁ । ସବୁ ମୁହୂର୍ତ୍ତରେ ମୁଁ ତୁମକୁ ହିଁ ଖୋଜେ .. ଏପର୍ଯ୍ୟନ୍ତ ଏତେ ମୁହୂର୍ତ୍ତ ବିତିଗଲା ପରେ ମୋତେ ଅନୁଭବ ହେଲା, ଯେ ତୁମେ ଏଠାରେ ନାହ । ସମସ୍ତେ କୁହନ୍ତି କି ସମୟ ସବୁ ଠିକ୍ କରି ଦେବ କିନ୍ତୁ ତୁମେ ହିଁ ତ ମୋର ସମୟ.. ସବୁ କିଛି ଥିଲ । ମୁଁ ଜାଣିଛି କି ଏବେ ତୁମେ ମୋର ପାଇଁ ଏକ ଅଭୁଲା ସ୍ମୃତି- ଠିକ୍ ଜହ୍ନ ରାଇଜର ରାଜକୁମାର । ମୁଁ ତୁମକୁ ସବୁ ମୂହୁର୍ତ୍ତରେ ଅପେକ୍ଷା କରି ରହୁଛି କି ତମେ ଆସ ଆଉ ମୋତେ ନେଇଯାଅ । ମୁଁ ତୁମକୁ ସବୁଠାରେ ଖୋଜୁଛି -ମୁଁ ଜାଣିଛି କି ତୁମେ ମୋ ସାଥିରେ ଅଛ ।

ରିୟା ଏହା ସହ ଆଉ ଲେଖିଛନ୍ତି କି ଯେତେବେଳେ ମୁଁ ତୁମ କଥା ଭାବେ ତମେ ମୋ ପାଖରେ ନଥାଅ । ଏହା ଲଖୁଛି ସତ କିନ୍ତୁ ମୋ ହୃଦୟ ତମକୁ ଖୋଜୁଛି । ତୁମ ବିନା ମୋ ଜୀବନ କିଛି ନୁହେଁ .. ମୁଁ ତୁମକୁ ବହୁତ ଭଲପାଏ । ମୋ ପାଖକୁ ଫେରିଆସ । ଏଭଳି କିଛି ଭାବପ୍ରବଣ ହୋଇ ଲେଖିଛନ୍ତି ରିୟା । ଯାହା ଏବେ ସୋସିିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.