fbpx

୨୦୨୪ ମେଗା ଫାଇଟ୍: ମୋଦୀଙ୍କ ରଥକୁ ରୋକିବେ ୪ ବ୍ରହ୍ମାସ୍ତ୍ର, ରେସରେ ରାହୁଲ-ନୀତିଶ-ମମତା-କେଜ୍ରି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ପାଖାପାଖି ୨ ବର୍ଷ ସମୟ ରହିଛି । ତେବେ ଏହାକୁ ନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ଆରମ୍ଭ କରିସାରିଲେଣି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ କ୍ଷମତାରେ ରହିଥିବା ବେଳେ ଆସନ୍ତା ଲୋକସଭା ନିର୍ବାଚନରେ ହ୍ୟାଟ୍ରିକ୍ ଲକ୍ଷ୍ୟ ରଖିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ୨୦୨୪ ମେଗା ଫାଇଟରେ ମୋଦୀଙ୍କ ରଥକୁ କିଏ ରୋକିବ?

ମୋଦୀଙ୍କ ଟକ୍କର ଦେବା କଥା ଯଦି ବିଚାର କରିବା ତେବେ ଏ କ୍ଷେତ୍ରରେ ଭାରତବର୍ଷରେ ୪ ଜଣ ଟପ୍ ଲିଡରଙ୍କ ନାମ ଆସୁଛି । ସେମାନେ ହେଲେ ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିକଟରେ ଦେଶରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସମାପ୍ତ ହୋଇଥିବା ବେଳେ ବିରୋଧୀ ମହାମେଣ୍ଟ ଏକପ୍ରକାର ସ୍ଥାଣୁ ପାଲଟି ଯାଇଥିଲା । ତେବେ ବିହାରରେ ନୀତିଶ ବିଜେପିର ହାତ ଛାଡ଼ିବା ପରେ ଏବେ ପୁଣି ବିରୋଧୀ ଶିବିର ଚଳଚଞ୍ଚଳ ହୋଇ ଉଠିଛି ।

ଗତ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତା ହାତେଇଥିଲା । ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସ ଦିନକୁ ଦିନ ଦୁର୍ବଳ ସ୍ଥିତିକୁ ଚାଲିଯାଉଛି । ତେଣୁ ଏହାର ଫାଇଦା ପ୍ରତିପକ୍ଷ ବିଜେପିକୁ ଯାଉଛି । ତେବେ ଏହା ମଧ୍ୟରେ ବିରୋଧୀ ଶିବିରର ପ୍ରମୁଖ ନେତା ଏନସିପି ସୁପ୍ରିମୋ ଶରଦ ପାୱାର ନୀତିଶଙ୍କୁ ତାଙ୍କର ନୂଆ ଇନିଂସ ପାଇଁ ବଧାଇ ଜଣାଇ ସାରିଛନ୍ତି । ନୀତିଶଙ୍କ ପାଇଁ ଏବେ ଭାରତବର୍ଷର ବିରୋଧୀ ଶିବିରରେ ମୋଦୀ ହଟାଅ ଅଭିଯାନ ଆରମ୍ଭ ହୋଇଗଲାଣି । ଯଦି ଏବେଠାରୁ ସମସ୍ତ ବିରୋଧୀ ଦଳଗୁଡ଼ିକ ଏକଜୁଟ ହେବେ ଆସନ୍ତା ନିର୍ବାଚନରେ ମୋଦୀଙ୍କ ପାଇଁ ସେମାନେ କଣ୍ଟା ସାଜି ପାରନ୍ତି ।

Get real time updates directly on you device, subscribe now.