fbpx

Cricket vs Football: ଫୁଟବଲ୍ ବିଶ୍ଵ କପ୍ ସାମ୍ନାରେ କିଛି ନୁହେଁ ଟି-୨୦ ବିଶ୍ଵ କପର ପୁରସ୍କାର ରାଶି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ୨୦୨୨ର କାଉଣ୍ଟ ଡାଉନ୍ ଆରମ୍ଭ ହୋଇ ଯାଇଛି। ଅକ୍ଟୋବର ୧୬ରୁ ଏହି ମେଗା ଇଭେଣ୍ଟ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି। ଗ୍ରୁପ୍ ପର୍ଯ୍ୟାୟରୁ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହେବ। ଗ୍ରୁପ ପର୍ଯ୍ୟାୟରେ ମୁହାଁମୁହିଁ ହେବେ ଆଠ ଦଳ। ଏଥିରୁ ଚାରୋଟି ଦଳ ସୁପର ୧୨ ପାଇଁ ଯୋଗ୍ୟତା ଅର୍ଜନ କରିବେ। ପୁଣି ସୁପର ୧୨ ମୁକାବିଲା ସେପ୍ଟେମ୍ବର ୧୨ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଆୟୋଜକ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ। ଏହା ମଧ୍ୟରେ ଆଇସିସି ଟି-୨୦ ବିଶ୍ଵ କପ୍ ୨୦୨୨ର ପୁରସ୍କାର ରାଶି ଘୋଷଣା ହୋଇ ସାରିଛି। ବିଜେତା ଦଳକୁ ପାଖାପାଖି ୧୩ କୋଟି ଟଙ୍କା ଏବଂ ଉପ ବିଜେତା ଦଳକୁ ୬.୫ କୋଟି ଟଙ୍କା ମିଳିବ। କଣ ଆପଣ ଜାଣନ୍ତି ଫୁଟବଲ୍ ବିଶ୍ଵ କପ୍ ସାମ୍ନାରେ ଟି-୨୦ ବିଶ୍ଵ କପର ପୁରସ୍କାର ରାଶି ବହୁତ ମାମୁଲି।

ଚଳିତ ବର୍ଷ ଟି-୨୦ ବିଶ୍ଵ କପ୍ ୨୦୨୨ ପରେ ଫିଫା ବିଶ୍ଵ କପ୍ ମଧ୍ୟ ଆୟୋଜନ ହେଉଛି। ନଭେମ୍ବର ୧୩ରେ ମେଲବୋର୍ଣ୍ଣରେ କ୍ରିକେଟ୍ ବିଶ୍ଵ କପ୍ ଖେଳାଯିବ। କ୍ରିକେଟ୍ ବିଶ୍ଵ କପ୍ ପାଇଁ ମୋଟ୍ ପୁରସ୍କାର ରାଶି ୫.୬ ମିଲିୟନ ଡଲାର ରଖାଯାଇଥିବା ବେଳେ ଫୁଟବଲ ବିଶ୍ଵ କପର ପୁରସ୍କାର ରାଶି ୪୪୦ ମିଲିୟନ ଡଲାର ରହିଛି।

ଟି-୨୦ ବିଶ୍ଵ କପ ବିଜେତା ଦଳକୁ ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୧୩ କୋଟି ଟଙ୍କା ମିଳିବ। ସେପଟେ ଫିଫା ବିଶ୍ଵ କପ୍ ବିଜେତା ଦଳକୁ ୩୬୭ କୋଟିରୁ ଅଧିକ ଟଙ୍କା ମିଳିବ। କ୍ରିକେଟରେ ଉପ ବିଜେତା ଦଳକୁ ୬.୫ କୋଟି ଟଙ୍କାରେ ସନ୍ତୁଷ୍ଟ ହେବାକୁ ପଡିବ। ସେପଟେ ଫୁଟବଲ୍ ବିଶ୍ଵ କପର ଉପ ବିଜେତା ଦଳକୁ ପାଖାପାଖି ୨୬୧ କୋଟି ଟଙ୍କା ପୁରସ୍କାର ରାଶି ଭାବେ ମିଳିବ। ଆଇପିଏଲର ଆଲୋଚନା କଲେ ଟାଇଟଲ୍ ଜିତିଥିବା ଗୁଜରାଟ୍ ଟାଇଟନ୍ସକୁ ୨୦ କୋଟି ଟଙ୍କାର ପୁରସ୍କାର ରାଶି ମିଳିଥିଲା।

ଟି-୨୦ ବିଶ୍ଵ କପ ୨୦୨୨ର ମୋଟ୍ ପୁରସ୍କାର ରାଶି- ପାଖାପାଖି ୪୫.୭୧ କୋଟି ଟଙ୍କା।
ଫୁଟବଲ୍ ବିଶ୍ଵ କପ୍ ୨୦୨୨ର ମୋଟ୍ ପୁରସ୍କାର ରାଶି- ପାଖାପାଖି ୩୫୯୨ କୋଟି ଟଙ୍କା।

Get real time updates directly on you device, subscribe now.