fbpx

ଯେଉଁମାନେ ଭାରତରେ ଜନ୍ମ ହୋଇଛନ୍ତି, ଭାରତର ଅନ୍ନ ଖାଉଛନ୍ତି, ସେମାନେ ହିନ୍ଦୁ, ମୁଁ ମଧ୍ୟ ହିନ୍ଦୁ: କେରଳ ରାଜ୍ୟପାଳ

ନୂଆଦିଲ୍ଲୀ: ଭାରତର ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବା ବେଳେ ଏଠାରେ ପ୍ରତ୍ୟେକ ଧର୍ମକୁ ସମାନ ଅଧିକାର ପ୍ରଦାନ କରାଯାଇଥାଏ । ତେବେ ଅନେକ ସମୟରେ ଏଠାରେ ବିଭିନ୍ନ ଧର୍ମକୁ ନେଇ ଅଲଗା ଅଲଗା ମତପ୍ରକାଶ ପାଇଥାଏ । ଏହା ମଧ୍ୟରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଥିରୁବନନ୍ତପୁରମ ଠାରେ ଅନୁଷ୍ଠିତ ଏକ ହିନ୍ଦୁ କନକ୍ଲେଭରେ ଯୋଗଦେଇ ନିଜର ମତ ରଖିଛନ୍ତି ।

ଶ୍ରୀ ଖାନ୍ କହିଛନ୍ତି, ଆର୍ୟ୍ୟ ସମାଜରେ ଲୋକମାନେ ମୋତେ ସ୍ୱାଗତ କରିଥିବାରୁ ମୁଁ ସେମାନଙ୍କର ପ୍ରତି କୃତଜ୍ଞ ଅଟେ । ଆପଣମାନେ ମୋତେ ସମ୍ମାନ କରୁଛନ୍ତି । ମାତ୍ର ମୋର ଅଭିଯୋଗ ହେଉଛି ଆପଣମାନେ ମୋତେ ହିନ୍ଦୁ କାହିଁକି କହୁନାହାନ୍ତି । ମୋତେ ଲାଗୁ ନାହିଁ ହିନ୍ଦୁ ଏକ ଧାର୍ମିକ ଶବ୍ଦ, ଏହା ଏକ ଭୌଗୋଳିକ ଶବ୍ଦ । ଯେଉଁମାନେ ଭାରତରେ ଜନ୍ମ ହୋଇଛନ୍ତି, ଭାରତରେ ଉତ୍ପାଦିତ ଅନ୍ୟ ଖାଉଛନ୍ତି, ଭାରତର ନଦୀରୁ ଜଳପାନ କରୁଛନ୍ତି, ସେମାନେ ନିଜକୁ ହିନ୍ଦୁ କହିବାର ହକଦାର ଅଟନ୍ତି । ଆପଣମାନେ ମୋତେ ମଧ୍ୟ ହିନ୍ଦୁ କହିବା ଦରକାର ।

ଏହି ଅବସରରେ ବିବିସି ଡକ୍ୟୁମେଣ୍ଟାରୀକୁ ସେ ଶ୍ରୀ ଖାନ୍ କହିଥିଲେ, ବ୍ରିଟିଶ ରାଜ ସମୟରେ କୌଣସି ଡକ୍ୟୁମେଣ୍ଟାରୀ କାହିଁକି ନିର୍ମାଣ ହୋଇନଥିଲା? ଯେତେବେଳେ କଳାକାରଙ୍କ ହାତ କାଟି ଦିଆଯାଇଥିଲା ସେ ସମୟରେ କାହିଁକି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହୋଇନଥିଲା? ଭାରତ ଖଣ୍ଡ ଖଣ୍ଡ ହୋଇଯିବ ବୋଲି ଯେଉଁମାନେ ଭବିଷ୍ୟବାଣୀ କରୁଛନ୍ତି, ସେମାନଙ୍କର ମାନସିକତା ଭ୍ରଷ୍ଟ ହୋଇଯାଇଛି । କାରଣ ଭାରତ ବିକାଶ ଧାରାରେ ଅଗ୍ରଗତି କରୁଛି । ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ୱ ନେବା ସମୟରେ ଜାଣିଶୁଣି ଦେଶକୁ ବଦନାମ କରିବା ପାଇଁ ଏହି ଷଡ଼ଯନ୍ତ୍ର କରାଯାଉଛି ବୋଲି ସେ କହିଥିଲେ ।

Get real time updates directly on you device, subscribe now.