fbpx

କରୋନା ଉତ୍ପତ୍ତି ଅନୁସନ୍ଧାନରେ ଚୀନ୍ ସହଯୋଗ କରିବା ଉଚିତ୍- ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: ବିଶ୍ୱରେ ବିଗତ ଦେଢ ବର୍ଷରୁ ଅଧିକ ହେବ କରେନା ଭାଇରସ ଏହାର ପ୍ରକୋପ ଜାରି ରଖିଛି । କୋଟି କୋଟି ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ଏହି କରୋନା ଭାଇରସ ଚୀନର ଉହାନ ଲ୍ୟାବରୁ ଉତ୍ପତି ହୋଇଥିବା ନେଇ ବିଭିନ୍ନ ସମୟରେ ଦାବି ହୋଇଛି, ଏବଂ ଏହାର ଯାଞ୍ଚକୁ ନେଇ ଏବେ ଚୀନ ଉପରେ ଚାପ ପକାଯାଉଛି । ଏହି କ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ୍ ଘେବିୟସ୍ ଚୀନକୁ କୋଭିଡ-୧୯ର ଉତ୍ପତି ନେଇ କରାଯାଉଥିବା ଯାଞ୍ଚରେ ସହଯୋଗ କରିବା ପାଇଁ କହିଛନ୍ତି । ‘ହୁ’ର ମହାନିର୍ଦ୍ଧେଶକ କହିଛନ୍ତି ଆମେ ଆଶା କରୁଛୁ ଭାଇରସର ଉତ୍ପତିକୁ ନେଇ କରାଯାଉଥିବା ଯାଞ୍ଚରେ ଉତ୍ତମ ସହଯୋଗ ଯାଞ୍ଚ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବ ।

ସେ କହିଛନ୍ତି, ଯେ ଭୂତାଣୁର ଉତ୍ପତ୍ତି ବିଷୟରେ ଜାଣିବା ପାଇଁ ଆମକୁ ଯାଞ୍ଚରେ ସ୍ୱଚ୍ଛତା ଆବଶ୍ୟକ ତେଣୁ ଚୀନ୍ ପକ୍ଷରୁ ସହଯୋଗ ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ତଦନ୍ତର ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରସ୍ତୁତି ଚାଲିଛି। ଏଥିସହ ଜି -୭ ର ନେତାମାନେ ଶନିବାର ଦିନ ଭୂତାଣୁର ଉତ୍ପତ୍ତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କହିଥିଲା ସେ ଚାଇନାକୁ ଭୂତାଣୁ ଉତ୍ପତ୍ତି ବିଷୟରେ ଅଧିକ ତଥ୍ୟ ଉପସ୍ଥାପନ କରିବାକୁ ବାଧ୍ୟ କରିପାରିବ ନାହିଁ। ‘ହୁ’ କହିଥିଲା ଚୀନ୍ ଉପରେ ଚାପ ପକାଇବା ଠିକ୍ ନୁହେଁ, କିନ୍ତୁ ଏହା କେଉଁଠୁ ଆସିଲା ଏବଂ କିପରି ସାରା ବିଶ୍ୱରେ ବ୍ୟାପିଛି ତାହାର ଅନୁସନ୍ଧାନ ଜାରି ରହିବ।

Get real time updates directly on you device, subscribe now.