fbpx

ରୋହିତ-କୋହଲି ବିବାଦରେ ଗାଙ୍ଗୁଲିଙ୍କ ସମ୍ପୃକ୍ତି: କିଏ ସତ କହୁଛନ୍ତି, ଅଧିନାୟକ ନା ସଭାପତି

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ପରିବର୍ତ୍ତନକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ବିରାଟଙ୍କ ନେତୃତ୍ୱରେ ଖେଳୁ ନାହାନ୍ତି ରୋହିତ ଆଉ ହିଟମ୍ୟାନଙ୍କ ଅଧୀନରେ ଖେଳୁନାହାନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି । ରୋହିତ ଏବଂ କୋହଲିଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପ୍ରଥମେ ରୋହିତ ଶର୍ମା ଟେଷ୍ଟ ସିରିଜରୁ ଓହରି ଯାଇଥିବା ବେଳେ କୋହଲି ଦିନିକିଆ ସିରିଜରୁ ଓହରି ଯାଇଥିଲେ କୋହଲି । ୬ ଦିନ ପୂର୍ବରୁ ଗାଙ୍ଗୁଲି ଏକ ମତାମତ ଦେଇଥିବା ବେଳେ ବୁଧବାର କୋହଲିଙ୍କ ପ୍ରେସିମିଟ ଏହି ଘଟଣାକୁ ଅଧିକ ଜଟିଳ କରିଦେଇଛି ।

କୋହଲି କହିଥିଲେ କି ରୋହିତ ଶର୍ମାଙ୍କ ସହିତ ତାଙ୍କର ସମ୍ପର୍କ ସମ୍ପୂର୍ଣ୍ଣ ଭଲ ରହିଛି । ଦିନିକକିଆ ଦଳର ଅଧିନାୟକ ପଦରୁ ତାଙ୍କୁ କଢା ଯାଇଥିଲେ ହେଁ ଏହା ତାଙ୍କୁ ପ୍ରଭାବିତ କରିନାହିଁ ବୋଲି କହିଥିଲେ କୋହଲି । ତେବେ ୬ ଦିନ ପୂର୍ବରୁ ଗାଙ୍ଗୁଲି କହିଥିଲେ କି, ଟି-୨୦ ଅଧିନାୟକତ୍ୱ ନ ଛାଡିବା ପାଇଁ ସେ କୋହଲିଙ୍କୁ ପ୍ରବର୍ତ୍ତାଇଥିଲେ । ତେବେ ବର୍ତ୍ତମାନର କୋହଲିଙ୍କ ଏହି ମତାମତ ପରେ ବିସିସିଆଇ ସଭାପତି ମିଛ କହୁଛନ୍ତି ନା ଭାରତୀୟ ଅଧିନାୟକ ମିଛ କହୁଛନ୍ତି ତାହାକୁ ନେଇ ଫ୍ୟାନ ଅଡୁଆରେ ପଡିଛନ୍ତି ।

Get real time updates directly on you device, subscribe now.