fbpx

(Video) କିଏ ପ୍ରଥମେ ଧ୍ୱଂସ ପାଇବ, ପୃଥିବୀ ନା ସୂର୍ଯ୍ୟ? ଜାଣନ୍ତୁ କ’ଣ କହୁଛି ମହାକାଶ ବିଜ୍ଞାନ..

ହିନ୍ଦୁ ଧର୍ମର ଦେବତା ସୂର୍ଯ୍ୟଙ୍କର ସମସ୍ତ ତଥ୍ୟ ଆଜି ବି ରହସ୍ୟ ଘେରରେ ରହିଛି । କାରଣ ସୂର୍ଯ୍ୟଙ୍କ ସଂପର୍କରେ ଜାଣିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି । ତଥାପି ତାହା ସମ୍ଭବପର ହୋଇପାରୁନି । ସମସ୍ତଙ୍କ ମନରେ ସୂର୍ଯ୍ୟଙ୍କୁ ନେଇ ଅନେକ ପ୍ରଶ୍ନ ଆସିଥାଏ, ସୂର୍ଯ୍ୟ କ’ଣ? ସୂର୍ଯ୍ୟଙ୍କ ବୟସ କେତେ? ଆହୁରି ପୁଣି ଯଦି ପୃଥିବୀ ଧ୍ୱଂସ ପାଇବ, ତେବେ ସୂର୍ଯ୍ୟଙ୍କର କଣ ହେବ? ମହାକାଶ ବିଜ୍ଞାନରେ ସୂର୍ଯ୍ୟଙ୍କ ସମ୍ବନ୍ଧରେ କ’ଣ ରହିଛି ? ଏଭଳି ଅନେକ ପ୍ରଶ୍ନ ଏବଂ ଏହାର ଉତ୍ତରକୁ ନେଇ ସମସ୍ତଙ୍କ ମନରେ ଜିଜ୍ଞାସା ରହିଛି ।

କହିପାରିବା ପୌରାଣିକ କଥାକୁ ଛାଡିଲେ, ବୈଜ୍ଞାନିକଙ୍କ ଅନୁଯାୟୀ ସୂର୍ଯ୍ୟଙ୍କର ରହସ୍ୟ ଅନେକ ରହିଛି । ମାତ୍ର ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ଗଭୀର ସମ୍ପର୍କ ବିଷୟରେ ଜାଣିବାକୁ ହେଲେ ସୂର୍ଯ୍ୟ କେତେ ବର୍ଷର ପୁରୁଣା ତାହା ନିଶ୍ଚିତ ଭାବେ ଜାଣିବା ବୈଜ୍ଞାନିକଙ୍କ ପାଇଁ ଜରୁରୀ ହୋଇପଡ଼ିଛି । ତେବେ ଏନେଇ ଅନେକ ପ୍ରଶ୍ନ ଆମ ମନରେ ଆସିବା ସ୍ୱାଭାବିକ । ପୃଥିବୀର ବୟସ କେତେ? ସୂର୍ଯ୍ୟ କେବେ ସମାପ୍ତ ହେବ? ପୃଥିବୀ ସୂର୍ଯ୍ୟ ପୂର୍ବରୁ ସମାପ୍ତ ହୋଇଯିବ କି? ସୂର୍ଯ୍ୟ ସମାପ୍ତ ହେବା ପରେ ପୃଥିବୀର ଅବସ୍ଥା କ’ଣ ହେବ?… ଏପରି ଅନେକ କିଛି ।

ଅନେକ ପ୍ରାକୃତିକ ଘଟଣାର ଅଧ୍ୟୟନ କରିବା ପାଇଁ ବୈଜ୍ଞାନିକମାନେ ପୃଥିବୀ, ସୌରମଣ୍ଡଳ, ସୂର୍ଯ୍ୟଙ୍କ ସୃଷ୍ଟି ସହିତ ତାଙ୍କର ବୟସ ଜାଣିବାର ଆବଶ୍ୟକତାକୁ ଅନୁଭବ କରିଛନ୍ତି । କୁହାଯାଉଛି ସୂର୍ଯ୍ୟ ୩.୪୭ ଆରବ ବର୍ଷର ପୁରୁଣା ଏକ ତାରା । ଅନେକେ ମଧ୍ୟ ସୂର୍ଯ୍ୟଙ୍କର ବୟସ ୪.୬ ବା ୫ ଆରବ ବର୍ଷ ବୋଲି କହୁଛନ୍ତି । ସୂର୍ଯ୍ୟଙ୍କ କୋରରେ କୋଟି କୋଟି ହାଇଡ୍ରୋଜେନ ଆଣବିକ ଫ୍ୟୁଜନ ପ୍ରକ୍ରିୟା ଦ୍ୱାରା ହିଲିୟମରେ ପରିବର୍ତ୍ତନ ହୋଇଥାନ୍ତି । ସେଥିରୁ ପର୍ଯ୍ୟାପ୍ତ ମାତ୍ରାରେ ଉର୍ଜା ବାହାରିବା ସହ ଅନ୍ୟ ବିକିରଣ ରୂପରେ ସୌରମଣ୍ଡଳର ଚାରିଆଡ଼କୁ ବ୍ୟାପି ଯାଇଥାଏ । ତାପମାତ୍ରାକୁ ଆଧାର କରି ତାରାମାନଙ୍କର ବର୍ଗୀକରଣ କରାଯାଇଥାଏ ।

ସୂର୍ଯ୍ୟ ଏକ ତାରା ହୋଇଥିବା ବେଳେ ତାହା ଧଳା ରଙ୍ଗର ହୋଇଥାଏ । ତାରାମାନେ ନିଜର ହାଇଡ୍ରୋଜେନକୁ ହିଲିୟମରେ ପରିବର୍ତ୍ତନ କରିବା ପାଇଁ ଆରବ ବର୍ଷ ସମୟ ନେଇଥାନ୍ତି । ବର୍ତ୍ତମାନ ସୂର୍ଯ୍ୟ ନିଜ ବୟସର ମଧ୍ୟାହ୍ନରେ ପହଞ୍ଚିଥିବା ବେଳେ ତାଙ୍କର ବୟସ ୪.୫ରୁ ୪.୬ ଆରବ ବର୍ଷ ମଧ୍ୟରେ ରହିଥିବା କୁହାଯାଉଛି । ଗୋଟିଏ ତାରାର ଜୀବନ ଚକ୍ର ବହୁତ ଦୀର୍ଘ ହୋଇଥାଏ । ସେଥିପାଇଁ ସମଗ୍ର ମାନବ ଜାତିର ଜୀବନ ବହୁତ ଛୋଟ ହୋଇଥାଏ । ଗୋଟିଏ ତାରାକୁ ଆମେ ଜୀବନ ସାରା ଦେଖିବାକୁ ବଞ୍ଚିତ ରହିଥାଉ ।

Get real time updates directly on you device, subscribe now.