fbpx

କିଏ ହେବ ଗୁଜୁରାଟର ଆଗାମୀ ମୁଖ୍ୟମନ୍ତ୍ରୀ, ରେସ୍ ରେ ୩ଟି ନାମ ଆଗରେ

ଗାନ୍ଧୀନଗର: ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଶନିବାର ଦିନ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଆଗାମୀ ମୁଖ୍ୟମନ୍ତ୍ରୀ ପିଏ ହେବ ତାକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ରହିଛି । ଏବେ ଏହି ରେସ୍ ରେ ତିନି ଜଣଙ୍କ ନାମ ଆଗରେ ରହିଛି । କୁହାଯାଉଛି ଏହି ରେସ୍ ରେ ମନସୁଖ ମାଣ୍ଡଭିୟ, ପୁରୁଷୋତ୍ତମ ରୁପାଲା ଏବଂ ନିତିନ୍ ପଟେଲଭ୍କ ନାମ ରହିଛି । ଆଉ ସିଆର୍ ପାଟିଲ କହିଛନ୍ତି ଯେ, ସେ ଏହି ରେସ୍ ରେ ନାହାନ୍ତି ।

ଆଜି (ରବିବାର) ଗୁଜୁରାଟରେ ବିଜେପି ବିଧାୟକ ଦଳର ଏକ ବୈଠକ ବସିବ । ଏଥିରେ ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରାଯିବ । ତେବେ ବିଧାୟକ ବୈଠକ ପାଇଁ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ଗୁଜରାଟର ଡେପୁଟି ସିଏମ ନିତିନ ପଟେଲ ରାଜଧାନୀ ଗାନ୍ଧିନଗରରେ ପହଞ୍ଚି ଯାଇଛନ୍ତି ।

 

Get real time updates directly on you device, subscribe now.