fbpx

କାହାକୁ ଦେବ ଶାସକଦଳ ଉପନିର୍ବାଚନର ଟିକେଟ, ଝାରସୁଗୁଡା ରାଜନୀତିରେ ଆସିବ କି ପରିବର୍ତ୍ତନ ?

ଭୁବନେଶ୍ୱର: ଓଡିଶାର ଦିବଂଗତ ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ଦେହାନ୍ତ ହୋଇଛି । ଦିନ ଦ୍ୱିପ୍ରହରରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ତେବେ ଜଣେ ପୋଲିସ କର୍ମଚାରୀ କାହିିଁକି ତାଙ୍କ ଉପରକୁ ଗୁଳିମାଡ କରିଲେ ଏହି ଘଟଣାର ତଦନ୍ତ ଜୋରସୋର ଚାଲିଛି । ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚର ମଧ୍ୟ ତାର କାର୍ଯ୍ୟ ଆରମ୍ଭ କରି ଚଳାଇଛି । ଏହା ସହିତ ମନ୍ତ୍ରୀଙ୍କ ଉପରକୁ ଗୁଳିମାଡ କରିଥିବା ପୋଲିସ ଏଏସଆଇକୁ ମଧ୍ୟ ତାଙ୍କ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ସହ ତାଙ୍କୁ ଏବେ ଗିରଫ ମଧ୍ୟ କରାଯାଇଛି ।

ତେବେ ମୃତ୍ୟୁକୁ ମାତ୍ର ଦୁଇ ଦିନ ହୋଇଥିବା ବେଳେ ଏବେ ଠାରୁ ରାଜନୈତିକ ମହଲରେ ଖୁବ ଚର୍ଚ୍ଚା ହେବା ଆରମ୍ଭ ହେଲାଣି । କାରଣ ରାଜ୍ୟରେ ଆଉ ଏକ ଉପ ନିର୍ବାଚନ ହେବାକୁ ଯାଉଛି । ତେବେ ଝାରସୁଗୁଡା ପାଇଁ ଶାସକ ଦଳ ବିଜେଡି କାହାକୁ ଟିକେଟ ଦେବ ତାହାକୁ ନେଇ ଏବେ ଠାରୁ ଅନେକ ଆଲୋଚନା ହେବାର ଲାଗିଲାଣି । ତେବେ ଦେଖିବାକୁ ଗଲେ ନବ ଦାସଙ୍କ ଦବଦବା ଝାରସୁଗୁଡାରେ ଖୁବ ଜୋର ଥିଲା । ଯାହା ପାଇଁ ତାଙ୍କ ଅନ୍ତିମଯାତ୍ରା ମଧ୍ୟ ଶହଶହ ଲୋକଙ୍କୁ ଦେଖିବାକୁ ମିଳିଥିଲା । ଏହା ସହିତ ତିନି ଦିନ ରାଷ୍ଟ୍ରୀୟ ଶୋକ ମଧ୍ୟ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କଂଗ୍ରେସର ଦଳ ଛାଡି ବିଜେଡିରେ ପାଦ ଦେଇଥିବା ନବଦାସଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ମିଶିଲେ।କେବଳ ଏତିକି ନୁହେଁ ତାଙ୍କ ଝିଅ ଦୀପାଳି ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି । ପିତାଙ୍କ ସହ ସମସ୍ତ ରାଜନୈତିକ କାର୍ଯ୍ୟରେ ଯୋଗଦେବା ସହ ସଙ୍ଗଠନ କିପରି ଗଠନ କରାଯାଏ ତାହାର ଅଙ୍କ ମଧ୍ୟ ଖୁବ ଜଣା ତାଙ୍କୁ । ତେବେ ଯାହା ଆଶା କରାଯାଉଛି ନବଙ୍କ ମୃତ୍ୟୁ ପରେ ଶାସକ ଦଳ ନିହାତି ଭାବରେ ଅନୁକମ୍ପାଭୋଟ ହାତେଇବା ପାଇଁ ଚାହିଁବ । କିନ୍ତୁ କାହାକୁ ଭୋଟ ଦେବ ତାହା ଦେଖିବା ରହିଲା । କାରଣ ପୂର୍ବରୁ ନବ ତାଙ୍କ ଝିଅଙ୍କୁ ଟିକେଟ ଦେବା ପାଇଁ ଚେଷ୍ଟା କରୁଥିବା ବେଳେ ଦଳ ମଧ୍ୟରେ କିଛି ଏଭଳି ନେତା ମଧ୍ୟ ଅଛନ୍ତି ଯେଉଁମାନେ ତାଙ୍କ ସହିତ ସହମତ ହୋଇ ନଥିଲେ । ଆଉ ଯଦି ଦଳ ତାଙ୍କ ଝିଅକୁ ଏବେ ଟିକେଟ ଦେଲା ତେବେ ଦଳ ଭିତରେ ହୁଏତ ପୁଣି କନ୍ଦଳ ଦେଖାଦେଇପାରେ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ଦଳ ଭାବି ଚିନ୍ତି ନିଷ୍ପତ୍ତି ନ ନେଲେ କନ୍ଦଳ ଦଳକୁ କ୍ଷତି ଘଟାଇପାରେ ।

ଅନୁକମ୍ପା ଭୋଟ ପାଇବା ପାଇଁ ନବଙ୍କ ପତ୍ନୀଙ୍କୁ ମଧ୍ୟ ଦଳ ଟିକେଟ ଦେଇ ପାରେ । କାରଣ ତାଙ୍କ ସ୍ତ୍ରୀ ମଧ୍ୟ ରାଜନୀତି ମଇଦାନର ପରିଚିତ ଚେହେରା । ଯେଉଁଭଳି ବ୍ରଜରାଜନଗର କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଅଳକା ମହାନ୍ତିଙ୍କୁ ଟିକେଟ ଦେଇଥିଲ ସେହି ଭଳି କିଛି ପୁନରାବୃତ୍ତି ହୋଇପାରେ ବୋଲି ଆଶା କରାଯାଉଛି । ବାସ୍ତବରେ ଦେଖିବାକୁ ଗଲେ ଏବେ ମଧ୍ୟ ଝାରସୁଗୁଡା କଂଗ୍ରେସର ମଧ୍ୟ ଦବଦବା ରହିଛି । ଟକ୍କର ବହୁ ମାତ୍ରାରେ ମଧ୍ୟ ଦେଖିବାକୁ ମିଳିବ । ତେଣୁ ଏହା ଏବେ ଦଳର ମୁଖିଆଙ୍କ ଉପରେ ନିର୍ଭର କରେ ସେ କାହାକୁ ଟିକେଟ ଦେବେ । ଆଉ ଉପନିର୍ବାଚନ ହାତେଇବା ପାଇଁ କେଉଁ ମାଷ୍ଟ୍ରରପ୍ଲାନ ଖେଳିବେ ।

Get real time updates directly on you device, subscribe now.