fbpx

ଟସ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଲେ ରାହୁଲ: ଏଲମିନେଟର ମହା ଲଢେଇରେ କିଏ ମାରିବ ବାଜି?

କୋଲକାତା: ଖଚାଖଚ ଭରି ରହିଛି କୋଲକାତାର ଇଡେନ ଗାର୍ଡେନ୍ସ । ଚଳିତ ସିଜନର ଏଲିମିନେଟର ମ୍ୟାଚରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସୁପର ଜିଆଣ୍ଟସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସୁପର ଜିଆଣ୍ଟସର ଅଧିନାୟକ କେ.ଏଲ ରାହୁଲ । ଆଜି ମ୍ୟାଚରେ ବିଜୟ ହାସଲ କରିବା ଦଳ ଭେଟିବ ରାଜସ୍ତାନ ରୋୟଲ୍ସ କୁ । ତେବେ ଅନ୍ୟ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବ ।

ପ୍ରଥମ ଏଲିମିନେଟରରେ ଟସ ଜିତି ବାଲିଂ ନିଷ୍ପତ୍ତି ନେଇଛନ୍ତି ରାହୁଲ । ଦଳରେ ଦୁଇଟି ପରିବର୍ତ୍ତନ ସହ ସେ ଆଜି ପଡିଆକୁ ଓହ୍ଲାଇଛନ୍ତି । ଜାସନ ହୋଲ୍ଡର ଏବଂ କ୍ରୀଷ୍ଣପ୍ପା ଗୌତମଙ୍କ ସ୍ଥାନରେ ଦୁଷ୍ମନ୍ଥା ଚମୀରା ଏବଂ କ୍ରୁନାଲ ପାଣ୍ଡ୍ୟାକୁ ସେ ଦଳରେ ସାମିଲ କରିଛନ୍ତି । ଅନ୍ୟ ପକ୍ଷରେ ବାଙ୍ଗାଲୋର ସମାନ ଦଳ ସହିତ ଏଲିମିନେଟର ମ୍ୟାଚ ଖେଳିବାକୁ ଯାଉଛି । ତେବେ ଉଭୟ ଦଳ ଦମଦାର ପ୍ରଦର୍ଶନ କରୁତିବା ବେଳେ ଏହି ମ୍ୟାଚରେ କିଏ ଜିତିବ ତାହା ଦେକିବାକୁ ବାକି ରହିଲା ।

Get real time updates directly on you device, subscribe now.