ଅଭିଜିତ୍ ଦୀପ୍‌କେ ପୁଣି କାହା ଇସ୍ତଫା ଦାବିରେ ମାତିଲେ? CJPର ଆକ୍ସନ ବଢ଼ାଇଲା ଚିନ୍ତା!

MPSC ପରୀକ୍ଷା ପେପର ଲିକ୍‌କୁ ନେଇ ଛାତ୍ରଙ୍କ ଆନ୍ଦୋଳନ ମଧ୍ୟରେ ଇସ୍ତଫା ଦାବି କଲେ ସିଜେପିର ପ୍ରତିଷ୍ଠାତା ଅଭିଜିତ୍ ଦୀପ୍‌କେ।

ମୁମ୍ବାଇ: ‘କାକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ମହାରାଷ୍ଟ୍ର ପବ୍ଲିକ୍ ସର୍ଭିସ୍ କମିଶନ୍ (MPSC) ପରୀକ୍ଷାର୍ଥୀଙ୍କ ବିକ୍ଷୋଭ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।

ସେ MPSC ଅଧ୍ୟକ୍ଷ ଭିମାନୱାରଙ୍କ ତୁରନ୍ତ ଇସ୍ତଫା ଦାବି କରିବା ସହ ସରକାରଙ୍କ ବିଫଳତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ଦୀପ୍‌କେ ଯୁକ୍ତି ବାଢ଼ିଛନ୍ତି ଯେ, ଯଦି ଅଧ୍ୟକ୍ଷ ଦାବି କରନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଶ୍ନପତ୍ର ଲିକ୍ ହୋଇନାହିଁ, ତେବେ ସେ କିପରି ପରୀକ୍ଷା ପରିଚାଳନା ପାଇଁ ଅନୁମତି ଦେଲେ, ତାହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଦୀପ୍‌କେ ସ୍ପଷ୍ଟ କରିଥିଲେ ଯେ MPSC ଛାତ୍ରଛାତ୍ରୀଙ୍କର ବର୍ତ୍ତମାନ କେବଳ ଗୋଟିଏ ଦାବି ରହିଛିମ, ଯାହାହେଉଛି ଅଧ୍ୟକ୍ଷ ଭୀମାନୱାରଙ୍କ ଇସ୍ତଫା।

ତେବେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବାର ଏହା ପ୍ରଥମ ଘଟଣା ନୁହେଁ, ଫଳସ୍ୱରୂପ, ପରୀକ୍ଷାର୍ଥୀମାନେ ଦୀର୍ଘ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏବଂ ସମ୍ପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥା ଉପରୁ ସେମାନଙ୍କର ଭରସା ଉଠିଯାଇଛି।

ସେ ଏହି ଦାବି ସମ୍ପର୍କରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏହା ବ୍ୟତୀତ, ସେ କହିଛନ୍ତି ଯେ କୌଣସି ରାଜ୍ୟରେ ୧୫ ରୁ ୨୦ ଲକ୍ଷ ବେକାର ଯୁବକ ରହିବା ସମାଜ ପାଇଁ ଆଦୌ ଭଲ ସଙ୍କେତ ନୁହେଁ।

ଏହା ବ୍ୟତୀତ, ଦୀପ୍‌କେ ମହାରାଷ୍ଟ୍ରର ଶିକ୍ଷା ବ୍ୟବସ୍ଥା ଏବଂ ବେକାରୀ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସେ ଘରୋଇ ବିଦ୍ୟାଳୟଗୁଡ଼ିକ ଦ୍ୱାରା ଆଦାୟ କରାଯାଉଥିବା ଅତ୍ୟଧିକ ଫି’କୁ ନିୟନ୍ତ୍ରଣ କରିବାକୁ ଦାବି କରିଛନ୍ତି ଏବଂ ଶିକ୍ଷାକୁ କେବଳ ଏକ ବ୍ୟବସାୟ ଭାବେ ନ ଦେଖି ସମାଜର ସମସ୍ତ ବର୍ଗ ପାଇଁ ଏହାକୁ ସୁଲଭ କରିବାକୁ ଆହ୍ୱାନ ଦେଇଛନ୍ତି।

ଦୀପ୍‌କେ ଚେତାବନୀ ଦେଇଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ MPSC ପରୀକ୍ଷାର୍ଥୀମାନଙ୍କ ଦାବିକୁ ଗୁରୁତ୍ୱ ନ ଦିଅନ୍ତି, ତେବେ ତାଙ୍କ ପାଇଁ କ୍ଷମତାକୁ ଫେରିବା କଷ୍ଟକର ହୋଇପଡ଼ିବ।

ଉଲ୍ଲେଖନୀୟ ଯେ, MPSC ଡ୍ରଗ୍ ଇନ୍‌ସ୍ପେକ୍ଟର ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବା ଅଭିଯୋଗକୁ ନେଇ ମହାରାଷ୍ଟ୍ରର ଯୁବବର୍ଗଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ରହିଛି।