fbpx

ଯେତେବେଳେ ପ୍ରଧାନମନ୍ତ୍ରୀ ବିଶ୍ୱ ମଞ୍ଚରେ ହିନ୍ଦୀରେ ଭାଷଣ ଦେଉଛନ୍ତି, ଆମକୁ ଲଜ୍ଜା କାହିଁକି ଆସିବ: ଅମିତ୍ ଶାହା

ନୂଆଦିଲ୍ଲୀ : ଦେଶରେ ପ୍ରତି ବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି । ହିନ୍ଦୀ ଦୁନିଆରେ ସର୍ବାଧିକ ପ୍ରଚଳିତ ଭାଷା ମଧ୍ୟରୁ ଗୋଟିଏ । ହିନ୍ଦୀ ଦିବସ ଅବସରରେ ମଙ୍ଗଳବାର ଦିଲ୍ଲୀ ସ୍ଥିତ ଜ୍ଞାନ ଭବନରେ ହିନ୍ଦୀ ଦିବସ ସମାରୋହ ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଗୃହ ମନ୍ତ୍ରୀ ଅମିତ୍ ଶାହା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଛନ୍ତି । ଏହି ଉପଲକ୍ଷେ ହିନ୍ଦୀ ବିଷୟରେ ଅମିତ୍ ଶାହା କହିଛନ୍ତି, ଯଦି ଆମର ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ସ୍ତରରେ ହିନ୍ଦୀ ଭାଷାରେ ଭାଷଣ ଦେଉଛନ୍ତି ତେବେ ଆମକୁ କେଉଁ କଥାକୁ ନେଇ ଲଜ୍ଜା ଲାଗୁଛି ?

ଶାହା କହିଛନ୍ତି, ଆତ୍ମ ନିର୍ଭର ହେବା କେବଳ ଦେଶରେ ଉତ୍ପାଦନ କରିବା ନୁହେଁ, ଆମକୁ ଭାଷା ସହିତ ଆତ୍ମ ନିର୍ଭର ହେବାକୁ ପଡିବ । ଯଦି ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟସ୍ତରରେ ହିନ୍ଦୀ ଭାଷାରେ କଥା ହେଉଛନ୍ତି, ତେବେ ଆମକୁ କାହିଁକି ଏତେ ଲଜ୍ଜା ? ସେ ଦିନ ବିତି ଯାଇଛି, ଯେବେ ହିନ୍ଦୀରେ କଥା ହେବା ଏକ ଚିନ୍ତାର ବିଷୟ ଥିଲା ।

 

ଏହା ବ୍ୟତୀତ ଗୃହ ମନ୍ତ୍ରୀ ଦେଶବାସୀଙ୍କୁ ହିନ୍ଦୀ ଦିବସର ଶୁଭେଚ୍ଛା ଜଣାଇ ଟ୍ୱିଟ୍ କରିଛନ୍ତି ଯେ, ହିନ୍ଦୀ ଦିବସ ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ ନିବେଦନ କରୁଛି ଯେ, ସେମାନେ ନିଜ କର୍ମକ୍ଷେତ୍ରରେ ମାତୃଭାଷା ସହିତ ରାଜଭାଷା ହିନ୍ଦୀର ଉତ୍ତୋତର ପ୍ରୟୋଗ କରିବାକୁ ସଂକଳ୍ପ ନିଅନ୍ତୁ । ମାତୃଭାଷା ଓ ରାଜଭାଷାର ସମନ୍ୱୟରେ ହିଁ ଭାରତର ପ୍ରଗତି ସମାହିତ ରହିଛି । ଆପଣ ସମସ୍ତଙ୍କୁ ହିନ୍ଦୀ ଦିବସର ହାର୍ଦ୍ଦିକ ଶୁଭକାମନା ।

Get real time updates directly on you device, subscribe now.