fbpx

କାହିଁକି ବିବାହିତା ମହିଳାମାନେ ପ୍ରେମରେ ଦିଅନ୍ତି ଧୋକା ? ଜାଣନ୍ତୁ

ଆଜିକାଲି ଭଲ ପାଇବାକୁ ଲୋକମାନେ ଖେଳ ଭାବିବାରେ ଲାଗିଲେଣି । କିଏ ବାହାଘର ପୂର୍ବରୁ ଧୋକା ଦେଉଛି ତା ଆଉ କିଏ ବାହାଘର ପରେ ଧୋକା ଦେଉଛି । କିନ୍ତୁ ଆଜିକାଲି ବାହାଘର ପରେ ଧୋକାଦେବା ଏକପ୍ରକାର ଟେଣ୍ଡ ହୋଇଗଲାଣି । ଯଦି ଆପଣ ଭାବୁଥିବେ ଯେ, ବାହାଘର ପରେ ଆପଣଙ୍କ ପତ୍ନୀ ବା ପତି ଆପଣଙ୍କୁ ଧୋକା ଦେବେନି, ତେବେ ତାହା ଭାବିବା ଭୁଲ । ବିବାହ ପୂର୍ବରୁ ବା ପରେ ଧୋକା ପାଇଁ ପ୍ରାୟତଃ ସ୍ୱାମୀଙ୍କୁ ଅପରାଧୀ ଭାବେ ଗଣାଯାଏ, କିନ୍ତୁ ସମୟ ବଦଳିବା ସହ ମହିଳାମାନେ ବି ଧୋକା ଦେବାରେ ଲାଗିଛନ୍ତି । ଯଦି କୌଣସି ବିବାହିତ ମହିଳାଙ୍କୁ ବାହାଘର ପରେ ମାନସିକ ଓ ଶାରୀରିକ ଶାନ୍ତି ନମିଳେ, ତେବେ ସେମାନେ ଅନ୍ୟତ୍ର ଚାଲିଯାଆନ୍ତି । ପ୍ରେମିକ ସହ ମିଶି ସ୍ୱାମୀର ହତ୍ୟା କରିବା ଘଟଣା ତ ସବୁଦିନ ଶୁଣିବାକୁ ମିଳୁଛି । ତେବେ କୌଣସି ବି ବ୍ୟକ୍ତି କାହାକୁ ଜାଣି ଶୁଣି ଧୋକା ଦେଇନଥାଏ । ପ୍ରତ୍ୟେକ ମହିଳା ବା ପୁରୁଷ ନିଜ ସ୍ୱାମୀ ଓ ସ୍ତ୍ରୀଙ୍କୁ ଖୁସିରେ ରଖିବାକୁ ଚାହାନ୍ତି । ତେବେ ଆସନ୍ତୁ ଜାଣିବା, ବିବାହିତ ମହିଳା କାହିଁ ନିଜ ପତିମାନଙ୍କୁ ଧୋକା ଦେଇଥାନ୍ତି..

– ବାହାଘର ପୂର୍ବରୁ କାହା ସହିତ ପ୍ରେମସମ୍ପର୍କ ଥିବାରୁ ମହିଳାମାନେ ପୁରୁଷମାନଙ୍କୁ ଧୋକଦେବା ଆରମ୍ଭ କରିଥାନ୍ତି । ପ୍ରାୟତଃ ମହିଳାମାନେ ପ୍ରଥମ ପ୍ରେମକୁ ଭୁଲି ପାରନ୍ତି ନାହିଁ, ଫଳରେ ସେମାନେ ଧୋକା ଦେବାକୁ ବାଧ୍ୟ ହୋଇଥାନ୍ତି ।

– ବିବାହ ଏକ ନୂଆ ଜୀବନର ଆରମ୍ଭ । ମନରେ ଅନେକ ସ୍ୱପ୍ନ ନେଇ ଲୋକମାନେ ଗୃହସ୍ଥ ଜୀବନରେ ପ୍ରବେଶ କରିଥାନ୍ତି । ବାହାଘର ୨ଟି ମଣିଷକୁ ଗୋଟିଏ ଡୋରରେ ବାନ୍ଧିଥାଏ । କିନ୍ତୁ ଯଦି ବାହାଘର ପରେ ଘରେ ପ୍ରତିଦିନ ଝଗଡା ବା ହିଂସା ହୁଏ, ତେବେ ଅନ୍ୟ କେହି ଅତି ସହଜରେ ଆପଣଙ୍କ ଜୀବନରେ ପ୍ରବେଶ କରିଥାନ୍ତି । ବିଶେଷ କରି ଘରୋଇ ହିଂସା ମହିଳାମାନଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ । ଯେଉଁଥିପାଇଁ ସେମାନେ ନିଜ ପରିବାର ଉପରେ ବିଶ୍ୱାସ ହରାଇଥାନ୍ତି ଓ ଅନ୍ୟ ପାର୍ଟନର ଖୋଜିଥାନ୍ତି, ଯାହ ଆଗରେ ସେମାନେ ନିଜର ସମସ୍ୟା ବିଷୟରେ କହିପାରନ୍ତି ।

– ବାହାଘର ପରେ ଅନେକ ମହିଳା ନିଜର ସେକ୍ସ ଲାଇଫରେ ଖୁସିରେ ରହିନଥାନ୍ତି । ଏଥିପାଇ ଅନେକ ମହିଳା ଅନ୍ୟତ୍ର ପାର୍ଟନର ଖୋଜିଥାନ୍ତି ।

– ଯଦି ବାହାଘର ପରେ ପତ୍ନୀ ପାଇଁ ପତି ମନରେ ବିଶ୍ୱାସ ନରୁହେ, ତେବେ ବି ମହିଳାମାନେ ଧୋକାଦେଇଥାନ୍ତି । ଅନେକ ପୁରୁଷ ନିଜ ସ୍ତ୍ରୀ ଉପରେ ବିଶ୍ୱାସ କରିବା ପରିବର୍ତ୍ତେ ସନ୍ଦେହ କରିଥାନ୍ତି । ଫଳରେ ମହିଳାମାନେ ନିଜ ସ୍ୱାମୀଙ୍କୁ ମନଖୋଲି ନିଜର କଥା କହିପାରନ୍ତି ନାହିଁ ।

– କିଛି ମହିଳା ନିଜ ସ୍ୱାମୀଙ୍କ ଠାରୁ ପ୍ରତିଶୋଧ ନେବାକୁ ଧୋକାଦେଇଥାନ୍ତି । ଯେବେ ସ୍ୱାମୀ ଭରଷାକୁ ଭାଙ୍ଗିଦିଏ, ସେବେ ମହିଳାଙ୍କ ଦିଲ୍ ବି ଭାଙ୍ଗିଯାଏ ।ଏହି କାରଣରୁ ବି ମହିଳାମାନେ ପତିମାନଙ୍କୁ ଧୋକା ଦେଇପାରନ୍ତି ।

Get real time updates directly on you device, subscribe now.