fbpx

ବାଥରୁମରେ କିଛି ଲୋକଙ୍କୁ କାହିଁକି ଲାଗେ ଅଧିକ ସମୟ, ଜାଣନ୍ତୁ କାରଣ

କିଛି ଲୋକ ବାଥରୁମରୁ ଶିଘ୍ର ଆସନ୍ତି ତ ଆଉ କେତେକ ବହୁତ ଟାଇମ୍ ନିଅନ୍ତି । ‘ତୁମେ ବାଥରୁମରେ ଘର କରି ରହିଯା’, ‘ତୋତେ ଗାଧୋଇବାକୁ ୨ ଘଣ୍ଟା ଲାଗୁଛି କି’ ଏପରି କିଛି ପ୍ରତିକ୍ରିୟା ଘରଲୋକେ ଦେଇଥାନ୍ତି । ଆପଣ ବି ଏପରି କରୁଥିଲେ ପରିବାର ଲୋକଙ୍କ ଠାରୁ ଶୁଣିଥିଲେ ନିଶ୍ଚିତ । କିନ୍ତୁ ବାଥରୁମରେ ଅଧିକ ସମୟ ଅତିବାହିତ କରିବା ଅଭ୍ୟାସରୁ ଅଧିକ ଏକ ସିଣ୍ଡ୍ରୋମ ହୋଇଥାଏ , ଆସନ୍ତୁ ଜାଣିବା…

ବାଥରୁମରେ କାହିଁ ଲାଗେ ଅଧିକ ସମୟ
ଯେଉଁ ଲୋକମାନେ ବାଥରୁମରେ ଅଧିକ ରହିଥାନ୍ତି, ସେମାନଙ୍କୁ ଏହାର ଅନୁଭବ ହୋଇନଥାଏ । ଫଳରେ ତାଙ୍କୁ ସାଇକୋଲୋଜିକାଲ ହେଲ୍ପ ଦରକାର । କାରଣ ସେମାନେ ହୁଏତ Obsessive Compulsive Disorder ଦେଇ ଗତି କରୁଛନ୍ତି କିମ୍ବା Irritable Ball Syndrome or Delusional Disorderର ସମସ୍ୟା ରହିଛି ।

ଏହାର ଲକ୍ଷଣ କ’ଣ
ଯେଉଁମାନେ ଓସିଡିରେ ପୀଡିତ, ସୋମନଙ୍କ ମନରେ ଗୋଟିଏ କଥା ବାରମ୍ବାର ଆସିଥାଏ । ଏହି ଚିନ୍ତାଧାରା ସେମାନଙ୍କୁ ବ୍ୟଥିତ କରେ ଓ ଏହି ବିଚାର ଅନୁସାରେ ଗୋଟିଏ କାମକୁ ସେ ବାରମ୍ବାର କରିଥାନ୍ତି । ଉଦାହରଣ ସ୍ୱରୂପ, ଜଣେ ବ୍ୟକ୍ତି ବାରମ୍ବାର ହାତ ଧୋଇଥାଏ । ବେଳେବେଳେ ଏହି ସମସ୍ୟା ଏତେ ବଢ଼ିଯାଏ ଯେ, ବ୍ୟକ୍ତି ଗୋଟିଏ ଦିନରେ ଗୋଟିଏ ସାବୁନ୍ ମଧ୍ୟ ଶେଷ କରିଦିଏ ।

Get real time updates directly on you device, subscribe now.