fbpx

ଜନ୍ମଦିନରେ କେକ୍ ଉପରେ ଥିବା ମହମବତୀ ଲିଭାଇବା ଠିକ ନା ଭୁଲ ? ଜାଣନ୍ତୁ

ଆଜିକାଲି ଲୋକମାନେ ନିଜ ଜନ୍ମଦିନକୁ ବହୁ ଧୁମଧାମରେ ପାଳନ କରିବା ସହ କେକ କାଟିବାକୁ ଭୁଲନ୍ତି ନାହିଁ । କେହି କେହି ମଧ୍ୟ ନିଜ ଜନ୍ମ ଦିନରେ ମନ୍ଦିରରେ ପୂଜା କରନ୍ତି। ଜନ୍ମ ଦିନ ଏମିତି ଏକ ଦିନ ଏଥିପାଇଁ ଗୋଟେ ବର୍ଷ ଅପେକ୍ଷା କରିବାକୁ ପଡିଥାଏ। ଜନ୍ମଦିନ ଅବସରରେ ସାଙ୍ଗ, ସାଥୀ ଓ ସଂପର୍କୀୟମାନେ ଖୁସି ହୋଇଥାନ୍ତି। ଜନ୍ମ ଦିନରେ ପରିବାର ବର୍ଗଠାରୁ ଆରମ୍ଭକରି ସାଙ୍ଗସାଥୀ ପର୍ଯ୍ୟନ୍ତ ସମସ୍ତେ ଯାହାଙ୍କ ଜନ୍ମଦିନ ତାଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। କେକ୍‌ ଓ ମହମବତୀରେ ଜନ୍ମଦିନ ଉତ୍ସବ ପାଳନ କରାଯାଇଥାଏ। କିନ୍ତୁ ଏହି ମହମବତୀ ଶରୀର ପ୍ରତି କେତେ ମାତ୍ରାରେ କ୍ଷତି କାରକ ହୁଏତେ କେହି ଜାଣି ନଥିବେ। ଆସନ୍ତୁ ଏ ସଂପର୍କରେ ଜାଣିବା।

ଜନ୍ମ ଦିନ​‌ର ଖୁସିକୁ ଦ୍ବିଗୁଣିତ କରିବା ଲାଗି କେକ୍‌ ଉପରେ ମହମବତୀ ଜାଳି ସେଲିବ୍ରେସନ କରାଯାଇଥାଏ। ଏହି କେକ୍ ଓ ମହମବତୀ ଦିନେ ଆପଣଙ୍କ ଦୁଃଖର କାରଣ ବି ହୋଇଥାଏ। କେକ୍‌ ଉପରେ ଲାଗିଥିବା ମହମବତୀ ଗୁଡିକକୁ ମୁହଁରେ ଫୁଙ୍କି ଲିଭାଇବା ପରେ କେକ୍ କଟାଯାଇଥାଏ। କିନ୍ତୁ ଏଭଳି କରିବା ଉଚିତ୍‌ ନୁହେଁ କାରଣ ମହମବତୀକୁ ପୁଙ୍କି ଲିଭାଇବା ଦ୍ବାରା କେକ୍‌ ଉପରେ ବ୍ୟାକ୍ଟେରିଆ ଜମା ହୋଇଯାଇଥାଏ। କେକ୍‌ରେ ଥିବା ବ୍ୟାକ୍ଟେରିଆକୁ ଦ୍ବିଗୁଣିତ କରିଦେଇଥାଏ।

ଜନ୍ମ ଦିନରେ ଆସିଥିବା ଅତୀଥିମାନେ ଏହି କେକ୍‌ ଖାଇଥାନ୍ତି। ଖୁସି ଆସିଥିବା ଅତୀଥିମାନେ ସାଙ୍ଗ​‌ରେ ରୋଗ ନେଇ ଯାଇଥାନ୍ତି। ତେଣୁ ଜନ୍ମଦିନରେ କେକ୍‌ ଉପରେ ଲାଗିଥିବା ମହମବତୀକୁ ମୁହଁରେ ପୁଙ୍କି ଜମା ଲିଭାଇବା ଉଚିତ୍‌ ନୁହେଁ।

Get real time updates directly on you device, subscribe now.