କେହି ହାଇ ମାରୁଥିବାର ଦେଖିଲେ ସଙ୍ଗେ ସଙ୍ଗେ ଆମକୁ ହାଇ ମାଡେ କାହିଁକି ? କଣ ରହିଛି ଏହା ପଛରେ ବୈଜ୍ଞାନିକ କାରଣ, ଜାଣନ୍ତୁ…
ମସ୍ତିଷ୍କକୁ ସକ୍ରିଅ କରିଥାଏ ହାଇ...
ଓଡିଶା ଭାସ୍କର: ଯେତେବେଳେ ଆମେ କାହାକୁ ହାଇ ମାରୁଥିବାର ଦେଖୁ, ଆମେ ମଧ୍ୟ ହାଇ ମାରିବା ଆରମ୍ଭ କରିଦେଉ। ଏହା ଆପଣଙ୍କ ସହିତ ମଧ୍ୟ ଅନେକ ଥର ହୋଇଥିବ। ଏହି ପ୍ରସଙ୍ଗରେ ଅନେକ ଗବେଷଣା କରାଯାଇଛି।ଆସନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ ସତ୍ଯତାକୁ ବୁଝିବା।
ବେଳେବେଳେ ଆମେ ଅନ୍ଯ କାହାକୁ ଦେଖି ହାଇ ମାରୁଥିବା ବେଳେ କିଛି ଲୋକ କୁହନ୍ତି କି କଣ ଆପଣ ରାତି ସାରା ଶୋଇ ନାହାନ୍ତି।ଏହିପରି ଅନେକ ପ୍ରଶ୍ନ ପଚାରନ୍ତି।
ମାତ୍ର ସେମାନଙ୍କୁ ଜଣା ନଥାଏ କି ଏହା ପଛରେ ଅନ୍ଯ କିଛି କାରଣ ଲୁଚି ରହିଛି। ଏହା ପଛରେ ଏକ ବୈଜ୍ଞାନିକ କାରଣ ଲୁଚି ରହିଛି। ଓ ଏପରି ଘଟଣା ଆମ ମସ୍ତିଷ୍କ ସହ ଯୋଡି ହୋଇ ରହିଛି।
ଏହା ଆମ ମସ୍ତିଷ୍କକୁ ଥଣ୍ଡା କରିଥାଏ: ଆମେରିକାରେ ଥିବା ପ୍ରିନଷ୍ଟନ ମହାବିଦ୍ଯାଳୟରେ ହୋଇଥିବା ଏକ ଗବେଷଣା ଅନୁଯାୟୀ ଯଦି କେହି ଅଧିକ ହାଇ ମାରନ୍ତି ତାଙ୍କର ମସ୍ତିଷ୍କ ପୁରା ସକ୍ରିଅ ରହିଥାଏ। ଏହାସହ ଆମ ଶରୀରର ତାପମାତ୍ରାକୁ ଏହା ନିୟନ୍ତ୍ରଣ କରିଥାଏ।
ସଂକ୍ରମଣର ଲକ୍ଷଣ ହୋଇପାରେ: ୨୦୦୪ ମସିହାରେ ମ୍ୟୁନିଚ୍ ମାନସିକ ରୋଗ ବିଶ୍ୱବିଦ୍ୟାଳୟ ଏହା ବାବଦରେ ଏକ ଅଧ୍ୟୟନ କରିଥିଲେ। ଏହି ଅଧ୍ୟୟନରୁ ଜଣାପଡିଛି ଯେ ହାଇ ମାରିବା ସଂକ୍ରମଣର ଏକ କାରଣ ହୋଇପାରେ। ପ୍ରାୟ ୩୦୦ ଜଣ ଲୋକଙ୍କୁ ନେଇ ଏକ ପରୀକ୍ଷା କରିଥିଲା ଏହି ବିଶ୍ବ ବିଦ୍ଯାଳୟ।
ଏଥିରେ କିଛି ଲୋକଙ୍କୁ ହାଇ ମାରିବା ପାଇଁ କୁହାଯାଇଥିଲା। ଆଉ କିଛି ସମୟ ମଧ୍ୟରେ ଦେଖାଗଲା କି ହାଇ ମାରୁଥିବା ଲୋକଙ୍କୁ ଦେଖି ଅନ୍ଯ ଲୋକମାନେ ମଧ୍ୟ ହାଇ ମାରୁଥିଲେ। ଏଣୁ ଏହାକୁ ଏକ ପ୍ରକାର ସଂକ୍ରମଣ ବୋଲି କୁହାଗଲା।
