fbpx

ଗଣେଶ ଚତୁର୍ଥୀରେ କାହିଁକି କୁହାଯାଏ ଗଣପତି ବାପ୍ପା ମୋରିୟା:ଜାଣନ୍ତୁ ଏହା ପଛର ରହସ୍ୟ

ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । ସାରା ଦେଶ ଖୁବ୍ ଧୁମଧାମରେ ବପ୍ପାଙ୍କ ସ୍ୱାଗତ କରୁଛି । ତେବେ ଗଣପତିଙ୍କ ସ୍ଥାପନା ସମୟରେ ସମସ୍ତଙ୍କ କଣ୍ଠରୁ ଗୋଟିଏ ହିଁ ସ୍ୱର ଶୁଭେ ଗଣପତି ବପ୍ପା ମୋରିୟା । କିନ୍ତୁ ପ୍ରାୟ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ ଯେ କାହିଁକି କୁହାଯାଏ ଗଣପତି ବାପ୍ପା ମୋରିୟା । ତେବେ ଏହି ଶବ୍ଦ ପଛରେ କଣ ରହିଛିି କାରଣ । ଆସନ୍ତୁ ଜାଣିବା ଗଣପତି ବାପ୍ପା ମୋରିୟା ଶବ୍ଦର ଅର୍ଥ ଏବଂ ଏହାକୁ କହିବା ପଛର ରହସ୍ୟ କଣ ।

ଗଣପତି ବାପ୍ପା ମୋରିୟା କହିବା ପଛର ରହସ୍ୟ:
ପୁରାଣ ଶାସ୍ତ୍ର ଅନୁଯାୟୀ ଗଣପତି ବାପ୍ପା ସହ ଜଡିତ ମୋରିୟା ଶବ୍ଦ ପଛରେ ପ୍ରଭୁ ଶ୍ରୀ ଗଣେଶଙ୍କ ମୟୂରେଶ୍ୱର ଅବତାର ରହିଛି । ଗଣେଶ ପୁରାଣ ଅନୁସାରେ ସମଗ୍ର ତିନିଲୋକରେ ସିନ୍ଧୁ ନାମକ ରାକ୍ଷାସର ଅତ୍ୟାଚାର ବଢିବାରେ ଲାଗିଥିଲା । ସେ ବହୁତ ଶକ୍ତିଶାଳୀ ଏବଂ କ୍ରୁର ଥିଲା । ଯେଉଁଥିରେ ଅତିଷ୍ଟ ହୋଇ ଦେବୀ ଦେବତାଙ୍କ ଠାରୁ ଆରମ୍ଭ କରି ମାନବ ଗଣ ସମସ୍ରେ ତ୍ରାହି ତ୍ରାହି ଡାକୁଥିଲେ । ଠିକ୍ ସେହି ସମୟରେ ସମସ୍ତ ଦେବତା ପ୍ରଭୁ ଗଣେଶଙ୍କ ଆବାହନ କରିଥିଲେ । ତେବେ ପ୍ରଭୁ ଶ୍ରୀ ଗଣେଶ ଦେବତାମାନଙ୍କ ଗୁହାରୀ ଶୁଣି ସିନ୍ଧୁ ରାକ୍ଷାସର ସଂହାର ନିମନ୍ତେ ଚାରୀଭୁଜା ଅବତାର ଧାରଣ କରିବା ସହିତ ମୟୂରକୁ ବାହାନ ସ୍ୱରୂପ ବାଛିଥିଲେ ।ତେଣୁ ଭଗବାନଙ୍କ ଏହି ଅବତାରକୁ ପୂଜା କରିବା ସମୟରେ ଭକ୍ତମାନେ ଗଣପତି ବାପ୍ପା ମୋରିୟା କହିଥାନ୍ତି।

ତେବେ ପରମ୍ପରା ଅନୁଯାୟୀ ଘର କିମ୍ବା ବ୍ୟବସାୟ ସ୍ଥାନରେ କୌଣସି ପୂଜା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଭଗବାନ ଗଣେଶଙ୍କ ପୂଜା କରାଯାଏ। ଜପ ଗାନ କରିବା ସହ ଭଗବାନ ଗଣେଶଙ୍କ ବିଷୟରେ ଚିନ୍ତା କରି ଆମେ ପ୍ରତ୍ୟେକ ଭଲ କାର୍ଯ୍ୟ ଆରମ୍ଭ କରିଥାଉ । ଏଥି ସହିତ ତାଙ୍କ ଆର୍ଶିବାଦ କାମନା କରିଥାଉ । ତେବେ ପ୍ରତ୍ୟେକ କାର୍ଯ୍ୟ ଆରମ୍ଭ ପୂର୍ବରୁ ସ୍ୱସ୍ଥ ମନରେ ବାପ୍ପାଙ୍କୁ ସୁମରଣା କରିବା ଦ୍ୱାରା ସବୁ ବାଧାବିଘ୍ନ ଦୂର ହୋଇଥାଏ ।

Get real time updates directly on you device, subscribe now.