fbpx

କାହିଁକି ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ

ଓଡିଶା ଭାସ୍କର: ସେ ଜଗତର ନାଥ ଜଗନ୍ନାଥ , ସେ ସୃଷ୍ଟି ସେ ଶ୍ରଷ୍ଟା। ତାଙ୍କ ମନ୍ଦିରର ନାମ ଶ୍ରାମନ୍ଦିର ଆଉ ଦାଣ୍ଡର ନାମ ବଡଦାଣ୍ଡ ଆଉ ସେ ନିଜେ ବଡ ଠାକୁର। ତାଙ୍କସହ ଜଡିତ ପ୍ରତ୍ୟକ ଜିନିଷ ଯେତିକି ସ୍ୱତନ୍ତ୍ର ସେତିକି ରୋଚକ । ହେଲେ କଣ ଆପଣ ଜାଣନ୍ତି ଶ୍ରୀ ଜଗନ୍ନାଥଙ୍କ ରଥର ନାମ କାହିଁଙ୍କି ନନ୍ଦିଘୋଷ । ତେବେ ଆସନ୍ତୁ ଜାଣିବା ନନ୍ଦିଘୋଶ ରଥ ବିଷୟରେ କିଛି ଜଣା ଓ ଅଜଣା କଥା ।ଦୁଇଟି ଶବ୍ଦର ମିଳନରେ ହୋଇଛ ନନ୍ଦି ଘୋଷା । ନନ୍ଦି ହେଉଛନ୍ତି ଭଗବାନ ଶିବଙ୍କର ବାହାନ ଓ ଘୋଷର ଅର୍ଥ ଗର୍ଜନ । ନନ୍ଦିଙ୍କ ଗର୍ଜନରୁ ରଥର ନାମ ହୋଇଛି ନନ୍ଦିଘୋଷ । ତ୍ରେତୟା ଯୁଗର ପୌରାଣିକ କଥାବସ୍ତୁ ସହ ନନ୍ଦିଘୋଷ ଶବ୍ଦଟି ଜଡିତ । ରାଵଣ ବିରୋଧରେ ଯୁଦ୍ଧ ଘୋଷଣା କରିଵା ପରେ ଭଗବାନ ରାମଙ୍କ ସହ ଥିବା ବାନର ସେନା ଓ ଭଲ୍ଲୁକ ମାନେ ଯୁଦ୍ଧର ରଣନୀତି ପ୍ରସ୍ତୁତ କରୁଥାନ୍ତି । ଏହି ସମୟରେ ଇନ୍ଦ୍ରଦେଵତା ମଧ୍ୟ ଭଗବାନ ରାମଙ୍କୁ ସହାୟତା କରିବା ପାଇଁ ଚିନ୍ତା କଲେ । ତେଣୁ ତାଙ୍କୁ ରଥ ପ୍ରଦାନ କଲେ ଦେଵ ରାଜ ଇନ୍ଦ୍ର । କିନ୍ତୁ ରାବଣଙ୍କୁ ପରାସ୍ତ କରିଵା ରାମଙ୍କ ପକ୍ଷେ ସମ୍ଭଵ ନ ଥିଲା । ସେହି ସମୟରେ ବିଷ୍ଣୁ ରୂପି ଶ୍ରୀରାମଙ୍କୁ ସହାୟତା କରିଵା ପାଇଁ ଭଗବାନ ଶିବ ନିଜ ଵାହାନ ନନ୍ଦିଙ୍କୁ ପଠାଇ ଥିଲେ ।ନନ୍ଦିଙ୍କୁ ଧାରଣ କରିଵାର ଶକ୍ତି କାହାର ନ ଥିଵାରୁ ଵିଷ୍ଣୁଙ୍କ ସୁଦଶନ ଚକ୍ରରେ ସ୍ଥାପିତ ହେଲେ ନନ୍ଦି । ଦୁଇ ମହା ଶକ୍ତି ଏକାଠି ହେଵାରୁ ସୁଦଶନଙ୍କ ଘୂର୍ଣ୍ଣନ ଵେଳେ ନନ୍ଦିଙ୍କ ଅଵସ୍ଥାନ ଯୋଗୁ ନନ୍ଦି ଭୀଷଣ ଗଜନ କଲେ । ସେହି ଗର୍ଜନ ଫଳରେ ରାଵଣର ଅଦ୍ଧାଦିକ ସୈନ୍ୟ ପ୍ରାଣ ହରାଇଲେ ଓ ଶ୍ରୀ ରାମଙ୍କ ଵିଜୟ ପଥ ସୁଗମ ହେଲା । ଏଣୁ ଇନ୍ଦ୍ରଙ୍କର ଏହି ରଥର ନାମ ହେଲା ନନ୍ଦିଘୋଷ । ରଥ ଯାତ୍ରା ସମୟରେ ଶ୍ରୀ ଜଗନ୍ନାଥ ଵିରାଜ ମାନ କରିବା ସହ ମଦନ ମୋହନ ମଧ୍ୟ ବିରାଜ ମାନ କରିଥାନ୍ତି ।

Get real time updates directly on you device, subscribe now.