fbpx

କାହିଁକି ଖାକି ବଦଳରେ ଧଳା ୟୁନିଫର୍ମ ପିନ୍ଧନ୍ତି କୋଲକାତା ପୋଲିସ? ଜାଣନ୍ତୁ କାରଣ….

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ଭାରତୀୟ ସୀମାରେ ଜଗି ରହିଛନ୍ତି ଭାରତର ବୀର ଯବାନ । ସେହିପରି ଦେଶ ଭିତରର ସୁରକ୍ଷା ପାଇଁ ପ୍ରତ୍ୟେକ ରାଜ୍ୟରେ ପୋଲିସଙ୍କୁ ଦାୟିତ୍ୱ ଦିଆଯାଇଛି । ଦେଶର ସମସ୍ତ ରାଜ୍ୟରେ ପୋଲିସ କର୍ମଚାରୀ ଖାକି ୟୁନିଫର୍ମ ପିନ୍ଧିଥିବାର ଆପଣମାନେ ଦେଖିଥିବେ । କିନ୍ତୁ ଦେଶର ଏପରି ଏକ ରାଜ୍ୟ ଅଛି, ଯେଉଁଠାରେ ପୋଲିସ ଖାକି ପୋଷାକ ବଦଳରେ ପିନ୍ଧିଥାନ୍ତି ଧଳା ୟୁନିଫର୍ମ । ପଶ୍ଚିମବଙ୍ଗ କୋଲକାତା ସହରର ପୋଲିସ ଖାକି ବଦଳରେ ଧଳା ୟୁନିଫର୍ମ ପିନ୍ଧିଥାନ୍ତି । କିନ୍ତୁ ଏହି ଧଳା ୟୁନିଫର୍ମ ପିନ୍ଧିବାର କାରଣ କଣ ? ତେବେ ଆସନ୍ତୁ ଜାଣିବା ଏହି ଧଳା ୟୁନିଫର୍ମ ପନ୍ଧିବାର ସ୍ୱତନ୍ତ୍ର କାରଣ ।

କୋଲକାତା ପୋଲିସ ବ୍ରିଟିଶ ଶାସନ କାଳରୁ ଏହି ଧଳା ୟୁନିଫର୍ମ ପିନ୍ଧି ଆସୁଛନ୍ତି । ତେବେ ଆପଣମାନେ ଜାଣି ରଖନ୍ତୁ ପଶ୍ଚିମବଙ୍ଗ ପୋଲିସର ଗଠନ ୧୮୪୫ ମସିହାରେ ହୋଇଥିଲା । ୧୯୪୭ ମସିହାରେ ଦେଶ ସ୍ୱାଧୀନ ହୋଇଥିଲେ ମଧ୍ୟ ବ୍ରିଟିଶମାନେ କୋଲକାତା ପୋଲିସଙ୍କ ୟୁନିଫର୍ମରେ ନିଜର ଚିହ୍ନ ଛାଡ଼ି ଯାଇଛନ୍ତିି । ଇଂରେଜମାନେ ହିଁ ଧଳା ରଙ୍ଗକୁ କୋଲକାତା ପୋଲିସର ୟୁନିଫର୍ମ ଭାବେ ବାଛିଥିଲେ ।

ପଶ୍ଚିମବଙ୍ଗ ରାଜ୍ୟ ସମୁଦ୍ରକୂଳରେ ଅବସ୍ଥିତ ଥିବାରୁ ବ୍ରିଟିଶମାନେ ଏହି ଧଳା ରଙ୍ଗକୁ ବାଛିଥିଲେ । ଧଳା ରଙ୍ଗ ପୋଲିସକର୍ମୀମାନଙ୍କୁ ଗରମରୁ ମଧ୍ୟ ବଞ୍ଚାଇଥାଏ । ଏହି କାରଣରୁ କୋଲକାତା ପୋଲିସ ଧଳା ରଙ୍ଗର ୟୁନିଫର୍ମ ପିନ୍ଧିଥାନ୍ତି । ତେବେ ପଶ୍ଚିମବଙ୍ଗ ପୋଲିସ ଅନ୍ୟ ରାଜ୍ୟମାନଙ୍କ ପରି ଖାକି ୟୁନିଫର୍ମ ବ୍ୟବହାର କରିଥାଏ ।

ଆଉ ଏକ ରୋଚକ କଥା ହେଉଛି ଦେଶରେ ପ୍ରଥମେ ସମସ୍ତ ପୋଲିସ କର୍ମଚାରୀମାନେ ଧଳା ରଙ୍ଗର ୟୁନିଫର୍ମ ହିଁ ବ୍ୟବହାର କରୁଥିଲେ । କିନ୍ତୁ ଡ୍ୟୁଟି ସମୟରେ ଧଳା ୟୁନିଫର୍ମ ଶୀଘ୍ର ଖରାପ ହୋଇ ଯାଉଥିଲା । ତେଣୁ ଏହି ସମସ୍ୟାରୁ ବଞ୍ଚିବା ପାଇଁ ଇଂରେଜମାନେ ୟୁନିଫର୍ମକୁ ଖାକି ରଙ୍ଗରେ ପରିବର୍ତ୍ତନ କରିଥିଲେ । ସର୍ବ ପ୍ରଥମେ ୧୮୪୭ ମସିହାରେ ଇଂରେଜ ଅଧିକାରୀ ସାର ହ୍ୟାରୀ ଲମ୍ସଡେନ ପ୍ରଥମଥର ଖାକି ୟୁନିଫର୍ମକୁ ଆପଣାଇ ଥିଲେ ।

Get real time updates directly on you device, subscribe now.