fbpx

କାହିଁକି ସେନାର ବନ୍ଧୁକ ଉଠାଇଲେ ପ୍ରଧାନମନ୍ତ୍ରୀ ? କାର୍ଗିଲରୁ ମୋଦିଙ୍କର ଏହା କି ସଂକେତ?

ନୂଆଦିଲ୍ଲୀ: କାର୍ଗିଲ ମାଟିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ଯବାନଙ୍କ ସହ ଉଠାଇଛନ୍ତି ବନ୍ଧୁକ । ଯାହାକୁ ନେଇ ପୁଣିଥରେ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି । ସେନାର ଅସ୍ତ୍ର ଉଠାଇ ମୋଦି କେଉଁ ପ୍ରକାର ସଂକେତ ଦେଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଅନେକ ଲୋକ ଏହାକୁ ଯୁଦ୍ଧର ସଂକେତ ବୋଲି ମଧ୍ୟ ମତ ଦେଉଥିବା ବେଳେ ଏସବୁ ଭୁଲ ବୋଲି ଜଣାଯାଇଛି । ପ୍ରକୃତରେ ଘଟଣା ହେଉଛି ପ୍ରଧାନମନ୍ତ୍ରୀ ମୋଦି ଆଜି ବୀର ଯବାନମାନଙ୍କ ସହିତ ଦୀପାବଳି ଉତ୍ସବ ପାଳନ କରୁଛନ୍ତି ।

କାର୍ଗିଲରେ ପହଞ୍ଚିବା ପରେ ମୋଦିଙ୍କ ଆଉ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି । ଭାରତୀୟ ବୀର ଯବାନମାନଙ୍କ ସହ ଦୀପାବଳି ପାଳନ କରିବା ସହ ସେମାନଙ୍କୁ ପ୍ରେରଣା ଯୋଗାଇ ଆହୁରି ଉତ୍ସାହିତ କରିଛନ୍ତି । ସେଠରେ ପହଞ୍ଚିବା ପରେ ମୋଦି ସମସ୍ତଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଭାରତୀୟ ଯବାନମାନଙ୍କ ତରଫରୁ ମୋଦିଙ୍କୁ ବିଭିନ୍ନ ଉପହାର ମଧ୍ୟ ପ୍ରଦାନ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ସହ ଥିବାରୁ ଯବାନମାନେ ମଧ୍ୟ ନିଜର ଟାଲେଣ୍ଟ ଦେଖାଇଛନ୍ତି । କିନ୍ତୁ ଏସବୁ ଭିତରେ ସବୁଠୁ ଭାଇରାଲ ହେଉଛି ମୋଦିଙ୍କର ଏକ ଫଟୋ । ଏହି ଫଟୋରେ ସେ ଏକ ବନ୍ଧୁକ ଧରିଥିବାର ଦେଖାଯାଇଛି । ତେବେ ପାଖରେ ଯବାନମାନେ ତାଙ୍କୁ ଏହାର ଚାଳନା ସମ୍ପର୍କରେ ଏବଂ ଅନ୍ୟ କିଛି ବୁଝାଉଥିବାର ଏହି ଫଟୋରେ ଦେଖିବାକୁ ମିଳିଛି ।

करगिल में पीएम मोदी

ଯବାନମାନଙ୍କ ସହ ସମୟ ବିତାଇବା ପରେ ସମ୍ବୋଧନ ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯବାନମାନଙ୍କ ଖୁବ ପ୍ରଶଂସା କରିବା ସହିତ ଦେଶରେ ଶାନ୍ତି ଶୃଙ୍ଖଳା ଏବଂ ଆଇନକୁ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହାବ୍ୟତୀତ ଆତ୍ମନିର୍ଭର ହେବା ନେଇ ଆହ୍ୱାନ ଦେଇଛନ୍ତି ମୋଦି ।

करगिल में पीएम मोदी

Get real time updates directly on you device, subscribe now.