ମାଈ ମଶାର ଘ୍ରାଣ ଶକ୍ତି ଅଧିକ, ୧୦ ମିଟର ଦୂରରୁ ଆକର୍ଷିତ କରୁଛି
ବୈଜ୍ଞାନିକଙ୍କ ମତରେ ଶରୀରର ଗନ୍ଧକୁ ଆକର୍ଷିତ କରନ୍ତି ମଶା। ମୁଖ୍ୟତଃ ମଶା ୩ଟି ଜିନିଷ ଦ୍ୱାରା ଆକର୍ଷିତ ହୁଅନ୍ତି।
ନୂଆଦିଲ୍ଲୀ: ବିଅର ପିଉଥିବା ଲୋକଙ୍କୁ ମଶା ଅଧିକ ଆକର୍ଷିତ କରନ୍ତି। କାରଣ ବିଅର ପିଇବା ଦ୍ୱାରା ଶରୀର ତାପମାତ୍ର ବଢ଼ିଥାଏ। ନିଶ୍ୱାସରୁ ବାହାରୁଥିବା କାର୍ବନ ଡାଇଅକ୍ସାଇଡ ମଶାଙ୍କୁ ଆକର୍ଷିତ କରିଥାଏ। ତାପରେ ମଶା କାମୁଡ଼ନ୍ତି। ନେଦରଲ୍ୟାଣ୍ଡରେ ହୋଇଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ବୈଜ୍ଞାନିକଙ୍କ ମତରେ ଶରୀରର ଗନ୍ଧକୁ ଆକର୍ଷିତ କରନ୍ତି ମଶା। ମୁଖ୍ୟତଃ ମଶା ୩ଟି ଜିନିଷ ଦ୍ୱାରା ଆକର୍ଷିତ ହୁଅନ୍ତି। ଶରୀରର ନିଶ୍ୱାସରୁ ବାହାରୁଥିବା କାର୍ବନ ଡାଇଅକ୍ସାଇଡ, ଶରୀରର ଗନ୍ଧ ଓ ଶରୀରର ଉତ୍ତାପ। ଶରୀରକୁ କାମୁଡ଼ୁଥିବା ମାଈ ମଶା ଏହି ସଙ୍କେତ ଗୁଡିକୁ ଅତି ସହଜରେ ଚିହ୍ନି ପାରନ୍ତି। ଦଶ ମିଟର ଦୂରରେ ନିଶ୍ୱାସରୁ ବାହାରୁଥିବା କାର୍ବନ ଡାଇଅକ୍ସାଇଡକୁ ସେମାନେ ଚିହ୍ନି ପାରିଥାଆନ୍ତି। ୧୦ ମିଟର ପାଖକୁ ଆସିବା ପରେ ଶରୀରର ଗନ୍ଧ ସେମାନଙ୍କୁ ଆହୁରି ପାଖକୁ ଟାଣିଆଣେ। ତା’ପରେ ପାଖକୁ ଆସିବା ପରେ ଉତ୍ତାପ ଓ ଆର୍ଦ୍ରତାର ପ୍ରଭାବ ପଡେ।
ରକ୍ତ ଚାପ ଓ ଆଖି ବାଳର ରଙ୍ଗ
ବହୁତ ଲୋକ ମାନନ୍ତି ଯେ ମଶା ରକ୍ତର ଗ୍ରୁପ୍ ଓ ଆଖି ବାଳର ରଙ୍ଗ ଆଧାରରେ ବାଛନ୍ତି। କିନ୍ତୁ ବୈଜ୍ଞାନିକମାନେ କୁହନ୍ତି, ଏହି କଥାଗୁଡ଼ିକର କୌଣସି ବୈଜ୍ଞାନିକ ଆଧାର ନାହିଁ। ଫ୍ରାନ୍ସର ଇନଷ୍ଟିଚ୍ୟୁଟ ଅଫ୍ ରିସର୍ଚ୍ଚ ଫର ଡେଭଲପମେଣ୍ଟର ଫ୍ରେଡରିକ ସ୍ପଷ୍ଟ କରିଛି, ରକ୍ତର ଗ୍ରୁପ୍ ମଶାଙ୍କୁ ଆକର୍ଷଣ କରିବାରେ କୌଣସି ଭୂମିକା ଗ୍ରହଣ କରେ ନାହିଁ।
ସବୁଠୁ ବଡ଼ କାରଣ ହେଉଛି ଶରୀରର ଗନ୍ଧ
ଆମ ଶରୀରରୁ ୩୦ରୁ ୧୦୦ ପ୍ରକାର ପର୍ଯ୍ୟନ୍ତ ଅଲଗା ଅଲଗା ଗନ୍ଧ ବାହାରେ। ସେଥିମଧ୍ୟରୁ କିଛି ମଶାଙ୍କୁ ବହୁତ ପସନ୍ଦ ଆସେ। ବୈଜ୍ଞାନିକଙ୍କ କହିବା ଅନୁସାରେ ଚର୍ମ ଭାଙ୍ଗିବାରୁ ତିଆରି ହେଉଥାଏ ଏକ ରସାୟନ। ଯାହାକୁ ମଶରୁମ ଆଲକୋହଲ ମଧ୍ୟ କୁହାଯାଏ। ଯେଉଁ ବ୍ୟକ୍ତି ପାଖରେ ସେହି ରସାୟନ ଟିକେ ବି ଅଧିକ ଥାଏ, ମଶା ସେହି ବ୍ୟକ୍ତି ଆଡ଼କୁ ଅଧିକ ଯାଇଥାନ୍ତି। ଏକ ଅଧ୍ୟନରୁ ଜଣାପଡ଼ିଛି, ଦ୍ୱିତୀୟ ତ୍ରୈମାସିକରେ ଗର୍ଭବତୀମାନଙ୍କୁ ମଶା ଅଧିକ ଆକର୍ଷିତ କରନ୍ତି।
ଦ୍ୱିତୀୟ କାରଣ ବିଅର ପିଇବା
ବିଅର ପିଇବା ଦ୍ୱାରା ଶରୀରର ତାପମାତ୍ରା ବଢେ। CO₂ ଅଧିକ ବାହାରେ। ଚର୍ମର ଗନ୍ଧ ମଧ୍ୟ ବଦଳିଯାଏ। ନେଦରଲ୍ୟାଣ୍ଡର ଏକ ଅଧ୍ୟୟନରେ ୪୬୫ ଜଣଙ୍କ ଉପରେ ପରୀକ୍ଷଣ କରାଯାଇଥିଲା। ଯେଉଁମାନେ ଗତ ୨୪ ଘଣ୍ଟାରେ ବିଅର ପିଇଥିଲେ, ସେମାନେ ମଶାଙ୍କୁ ୧.୩୫ ଗୁଣ ଅଧିକ ଆକର୍ଷକ ଲାଗିଲେ।
ଜଳବାୟୁ ପରିବର୍ତ୍ତନ ବଢାଉଛି ବିପଦ
ଜଳବାୟୁ ପରିବର୍ତ୍ତନ କାରଣରୁ ମଶା ଏବେ ପୂର୍ବଠାରୁ ଅଧିକ ଅଞ୍ଚଳରେ ବ୍ୟାପି ଯାଉଛନ୍ତି। ଟାଇଗର ମଶା(ଯାହା ଚିକନଗୁନିଆ ବ୍ୟାପାଏ) ଏବେ ଫ୍ରାନ୍ସର ଥଣ୍ଡା ଅଞ୍ଚଳରେ ମଧ୍ୟ ପହଞ୍ଚି ଯାଇଛି। ଏପରି ପରିସ୍ଥିତିରେ ଏହା ବୁଝିବା ଆହୁରି ଜରୁରୀ ହୋଇଯାଇଛି ଯେ ମଶା କିଛି ଲୋକଙ୍କୁ କାହିଁକି ଅଧିକ କାମୁଡନ୍ତି।
ବଞ୍ଚିବାର ସହଜ ଉପାୟ
-ଢିଲା ଓ ସମ୍ପୂର୍ଣ୍ଣ ଶରୀରକୁ ଘୋଡାଉଥିବା ପୋଷାକ ପିନ୍ଧନ୍ତୁ।
-ମଶାରୀ ବ୍ୟବହାର କରନ୍ତୁ।
-ଭଲ କ୍ୱାଲିଟିର ମଶା ଘଉଡାଇବା କ୍ରିମ ବା ସ୍ପ୍ରେ ଲଗାନ୍ତୁ।
-ହାଲୁକା ଖାଦ୍ୟ ଖାଆନ୍ତୁ।
-ମଦ କମ ପିଅନ୍ତୁ।
ମଶାଙ୍କର ପସନ୍ଦିତା ବ୍ୟକ୍ତି ହେବାର ରହସ୍ୟ ମୁଖ୍ୟତଃ ଆମ ଚର୍ମର ଗନ୍ଧ ଓ ଶରୀରରୁ ବାହାରୁଥିବା ରସାୟନରେ ଲୁଚି ରହିଛି।

