fbpx

ଘରେ କାହାର ମୃତ୍ୟୁ ପରେ କାହିଁକି ଲଗାଯାଏନି ଚୁଲି? ଜାଣନ୍ତୁ ପୌରାଣିକ ଓ ବୈଜ୍ଞାନିକ କାରଣ

ଭୁବନେଶ୍ୱର: ସମସ୍ତ ଧର୍ମରେ ମୃତ୍ୟୁ ଓ ଏହା ପରର ଅନ୍ତିମ କ୍ରିୟାକୁ ନେଇ କିଛି ନିୟମ ଓ ପରମ୍ପରା ରହିଛି । ଗରୁଡ଼ ପୁରାଣରେ ଅନ୍ତିିମ ସଂସ୍କାର ଓ ଏହା ପରେ ମୃତକଙ୍କ ଆତ୍ମା ଶାନ୍ତି ପାଇଁ କିଛି ନିୟମ ବିଷୟରେ କୁହାଯାଇଛି, ଯାହାର ପାଳନ କରିବା ଉଚିତ୍ । ସେଗୁଡ଼ିକ ମଧ୍ୟରେ, ଘରେ କାହାର ମୃତ୍ୟୁ ପରେ କିଛି ସମୟ ପର୍ଯ୍ୟନ୍ତ ଚୁଲି ନଜଳାଇବା ବା ଭୋଜନ ପ୍ରସ୍ତୁତ ନକରିବା ଏକ ନିୟମ । ଏହା ବ୍ୟତୀତ ମୃତକଙ୍କ ପରିବାର ଅନ୍ତିମ ସଂସ୍କାରରୁ ନେଇ ଦ୍ୱାଦଶ କ୍ରିୟା ଓ ଅନେକ ରୀତିନୀତି ପାଳନ କରନ୍ତି ।

ହିନ୍ଦୁ ଧର୍ମରେ ୧୬ ସଂସ୍କାର ବିଷୟରେ କୁହାଯାଇଛି, ଯେଉଁଥିରେ ଗର୍ଭ ସଂସ୍କାରରୁ ନେଇ ମୃତ୍ୟୁ ପରେ କରାଯାଉଥିବା ଅନ୍ତିମ ସଂସ୍କାର ସାମିଲ ରହିଛି । କରୁଡ଼ ପୁରାଣରେ ଅନ୍ତିମ ସଂସ୍କାର ଓ ମୃତ୍ୟୁ ପରେ ଆତ୍ମାର ଯାତ୍ରା ବିଷୟରେ ବି କୁହାଯାଇଛି । ଏଥିପାଇଁ ଘରେ କାହାର ମୃତ୍ୟୁ ହେବା ପରେ ଗରୁଡ଼ ପୁରାଣ ପଢ଼ାଯାଏ ।

କାହିଁକି ଲାଗେନି ଚୁଲି?

ଗରୁଡ଼ ପୁରାଣରେ କୁହାଯାଇଛି କି, ପରିବାରରେ ଯେବେ କାହାର ମୃତ୍ୟୁ ହୁଏ ତେବେ ତାଙ୍କର ଅନ୍ତିମ ସଂସ୍କାର ନହେବା ପର୍ଯ୍ୟନ୍ତ ଚୁଲି ଲଗାଇବା କଥା ନୁହେଁ । ଅନ୍ତିମ ସଂସ୍କାର ପରେ ଯେବେ ପୂରା ପରିବାର ସ୍ନାନ ସାରିବେ, ସେବେ ରୋଷେଇ କରିବା ଉଚିତ୍ । ଅନେକ ଘରେ ତ ୩ ଦିନ ଧରି ସଫା କରିବା ପରେ ରୋଷେଇ କରିବାର ପରମ୍ପରା ରହିଛି । ଏହା ପଛରେ ଉଭୟ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି ।

ଗରୁଡ଼ ପୁରାଣ ଅନୁସାରେ, ଯେପର୍ଯ୍ୟନ୍ତ ବ୍ୟକ୍ତିର ଅନ୍ତିମ ସଂସ୍କାର ନହୋଇଥାଏ, ସେପର୍ଯ୍ୟନ୍ତ ସେ ନିଜ ପରିବାର ଓ ସଂସାରର ମୋହରେ ପଡିରହିଥାଏ । ଏଥିପାଇଁ ମୃତକଙ୍କ ପ୍ରତି ସମ୍ମାନ ଦେଖାଇବା ପାଇଁ ଘରେ ରୋଷେଇ କରିବା ସହ କିଛି ଖାଇବା ଉଚିତ୍ ନୁହେଁ ।

ଅନ୍ୟପଟେ ବୈଜ୍ଞାନିକ ଦୃଷ୍ଟିରୁ ମୃତକଙ୍କ ଶରୀରରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ରଖିଥାନ୍ତି । ଏପରି ପରିସ୍ଥିତିରେ ଘରେ ଶବ ଥିବା ସମୟରେ ରୋଷେଇ କରିବା ଦ୍ୱାରା ବ୍ୟାକ୍ଟେରିଆ ସଂକ୍ରମଣ ହେବାର ଅଧିକ ସମ୍ଭାବନା ଥାଏ । ଏଥିପାଇଁ ଅନ୍ତିମ ସଂସ୍କାର ପରେ ସ୍ନାନ କରି ସଫା ପୋଷାକ ପରିଧାନ ପରେ ରୋଷଇ କରି ଖାଇବା ଉଚିତ୍ ।

Get real time updates directly on you device, subscribe now.