fbpx

(VIDEO)ପ୍ରେମିକାକୁ କାହିଁକି ଉପହାର ଦିଆଯାଏ ଟେଡି ବିୟର; ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

ବର୍ତ୍ତମାନ ପ୍ରେମର ସପ୍ତାହ ଚାଲୁଥିବା ବେଳେ ଆଜି ହେଉଛି ଏହି ସପ୍ତାହର ଚତୁର୍ଥ ଦିନ । ଯାହାକୁ ଟେଡି କୁହାଯାଏ । ଏହିଦନରେ ଜଣେ ପରସ୍ପର ପରସ୍ପରକୁ କଣ୍ଢେଇ ଦେଇଥାନ୍ତି । ଖାସ କରି ପ୍ରେମିକମାନେ ତାଙ୍କ ପ୍ରେମିକାଙ୍କୁ ଟେଡି ଦେଇଥାନ୍ତି । ଏଥିସହିତ ଉଭୟ ପରସ୍ପର ସହ ସମୟ ମଧ୍ୟ ଅତିବାହିତ କରିଥାନ୍ତି । ତେବେ ଆଜିର ଏହି ଯୁବପିଢିଙ୍କ ପାଇଁ ଭାଲେଣ୍ଟାଇନ ସପ୍ତାହ ଖୁବ୍ ଖାସ ହୋଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ପ୍ରଥମେ ଏହି ଦିବସ କେଉଁଠି ଆରମ୍ଭ ହୋଇଥିଲା ଏବଂ ଏହାର ବିଶଏଷତ୍ୱ କଣ । ଖାସ କରି ଏହି ଟେଡି ଡେ ରେ ଜଣେ ପ୍ରେମିକ ତାର ପ୍ରେମିୁକାକୁ କାହିଁକି ଟେଡି ଗିଫ୍ଟ କରେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସମ୍ପର୍କରେ ।

ତେବେ ଏହି ଭାଲେନଟାଇନ୍ ପ୍ରଥା ବିଦେଶରୁ ।ସିଥିବା ବେଳେ ଏହା ବର୍ତ୍ତମାନ ସାରା ଦ୍ଶେରେ ଲୋକପ୍ରିୟ ହୋଇଛି । ଏହି ଦିନ ପ୍ରେମୀ ଯୁଗଳମାନେ ନିଜ ଗାର୍ଲଫ୍ରେଣ୍ଡ ଏବଂ ବୟଫ୍ରେଣ୍ଡ ସହ ସମୟ ଅତିବାହିତ କରିବା ସହ ସେମାନଙ୍କୁ ଗିଷ୍ଟ ଦେଇଥାନ୍ତି । ଭାଲେଣ୍ଟାଇନ୍ ସପ୍ତାହରେ ଟେଡି ଡେର ବିଶେଷ ମହତ୍ୱ ରହିଛି । ଏହି ଦିନ ପ୍ରେମିକାଙ୍କୁ ଟେଡି ଉପହାର ଦିଆଯିବା ଉଚିତ । ତେବେ ଏହାର କାରଣ ହେଉଛି ଟେଡି ବିୟର ଝିଅ ମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ । କାରଣ ଏହା ଝିଅଙ୍କୁ ନିଜର ପିଲାବେଳ ମନେପକାଇଥାଏ । ତାଛଡା ସେମାନେ ଏକୁଟିଆ ଥିବା ବେଳେ ନିଜ ଟେଡି ସହ ଶୋଇବା ଓ ଏକା ଏକା କଥା ହେବାକୁ ମଧ୍ୟ ପସନ୍ଦ କରନ୍ତି ।

ତେଣୁ ଏହି ଗିପ୍ଟ ମାଧ୍ୟମରେ ଦର୍ଶା ଯାଏ କି ଆପଣ ସବୁବେଳେ ତାଙ୍କ ସହ ଅଛନ୍ତି ଓ ତାଙ୍କ ପାଖରେ ରହିଛନ୍ତି ।ତାଙ୍କ ସୁଖ ଓ ଦୁଃଖ ଓ ଏକାଲା ପଣର ବି ସାଥୀ ଅଟନ୍ତି । ତେବେ ଟେଡି ବିୟର ଦେଖିବାକୁ ଖୁବ ସୁନ୍ଦର ଓ କିଉଟ ହୋଇଥାଏ । ଏହାକୁ ଦେଖିବା ମାତ୍ରେ ମନରେ ଏକ ପ୍ରକାର ଖୁସି ଦେଇଥାଏ । ତେଣୁ ପ୍ରେମିକମାନେ ପ୍ରେମିକାକୁ ଚେଡିବିୟର ଗିଫ୍ଟ କରନ୍ତି ।

Get real time updates directly on you device, subscribe now.