fbpx

ଚିକିତ୍ସା ନାଁରେ ମହିଳାଙ୍କଠୁ ୮୦ ଲକ୍ଷ ଚଳୁ, ସୋସିଆଲ୍ ମିଡିଆରେ ହୋଇଥିଲା ସମ୍ପର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ସୋସିଆଲ୍ ମିଡିଆ ଜରିଆରେ ସମ୍ପର୍କ କରି ଏକ ବଡ଼ ଧରଣର ଠକେଇ ହୋଇଥିବା ଜଣାପଡ଼ିଛି । ତେବେ ଏଥର ସାଇବର ଅପରାଧୀମାନେ ଟିକେ ନୂଆ ଚାଲ୍ ଚଳାଇଥିବା ଜଣାପଡ଼ିଛି । ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ମହିଳାଙ୍କ ଚିକିତ୍ସା କରାଇବା ପ୍ରତିଶ୍ରୁତିରେ ୮୦ ଲକ୍ଷ ଟଙ୍କା ଚଳୁ କରିଦେଇଛନ୍ତି । ଏଭଳି ଏକ ଘଟଣା ପୁଣି ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠି କୁହାଯାଉଛି ଲୁଟିନେଲେ ‘ଦିଲ୍ କା ଡକ୍ଟର୍’ ।

ସୂଚନା ଅନୁସାରେ ୫୦ ବର୍ଷୀୟା ଜଣେ ବିଧବା ମହିଳା ଏଭଳି ଲୁଟ୍ର ଶୀକାର ହୋଇଛନ୍ତି । ନିଜକୁ ବ୍ରିଟେନର କାର୍ଡିଓଲୋଜିଷ୍ଟ୍ ପରିଚୟ ଦେଇ ଦୁର୍ବୃତ୍ତ ନିଜ ସହଯୋଗୀଙ୍କ ସହ ମହିଳାଙ୍କ ଠାରୁ ଏଭଳି ୮୦ ଲକ୍ଷ ଟଙ୍କା ଠକି ନେଇଛନ୍ତି । ମହିଳା ଜଣଙ୍କର ହାର୍ଟ ସମସ୍ୟା ରହିଥିଲା । ଆଉ ନିଜର ଚିକିତ୍ସା ପାଇଁ ସେ ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ମାୱିସ୍ ହାର୍ମୋନ୍ ନାମକ ଏକ ଆକାଉଣ୍ଟ୍ ସମ୍ପର୍କରେ ଆସି ଯୋଡ଼ି ହୋଇଥିଲେ । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଗତ ଜାନୁଆରି ୨୩ରେ ସେ ଉକ୍ତ ନାମଧାରୀ କାର୍ଡିଓଲୋଜିଷ୍ଟଙ୍କ ସହ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ସଂସ୍ପର୍ଶରେ ଆସିଥିଲେ । ନିଜେ ହାର୍ଟ ପେସେଣ୍ଟ୍ ହୋଇଥିବାରୁ ଚିକିତ୍ସା ସମ୍ପର୍କିତ ନେଇ ସେ କଥାବାର୍ତ୍ତା ଆରମ୍ଭ କରିଥିଲେ । ଏପରିକି ସିଙ୍ଗଲ୍ ମଦର୍ ହୋଇଥିବାରୁ ସେ ଜଣେ ଜୀବନ ସାଥୀ ମଧ୍ୟ ଖୋଜୁଥିଲେ ଏବଂ କଥାବାର୍ତ୍ତା ଭିତରେ ମାୱିସଙ୍କୁ ପସନ୍ଦ କରିବା ଆରମ୍ଭ କରିଦେଇଥିଲେ ।

ଏଭଳି କିଛିଦିନ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଚିକିତ୍ସାକୁ ନେଇ ଦୁହେଁ କଥାବାର୍ତ୍ତା ଜାରି ରଖିଥିଲେ । କିନ୍ତୁ ହଠାତ୍ ଦିନେ ମାୱିସ୍ କହିଲା ଯେ କୋରିୟର୍ ମାଧ୍ୟମରେ ସେ ସରପ୍ରାଇଜ୍ ଗିଫ୍ ପଠାଇଛି । ବାସ୍ ତାପରେ ପରେ ତା ସହଯୋଗୀମାନେ ହିଁ ଦିଲ୍ଲୀ ଏୟାର୍ପୋର୍ଟର କଷ୍ଟମ୍ ଅଧିକାରୀ ଭାବେ ଫୋନ୍ କରିଥିଲେ । ମହିଳାଙ୍କ ନାଁରେ ୩୫ ହଜାର ପାଉଣ୍ଡର ଏକ ଗିଫ୍ଟ ପ୍ୟାକେଟ୍ ଆସିଛି ବୋଲି କହିଥିଲେ ଏବଂ ନିୟମାନୁସାରେ ସେଥିପାଇଁ ଅର୍ଥ ଲାଗିବ ବୋଲି ସେମାନେ କହିଥିଲେ । ଏଭଳି ଲୁଟ୍ କରାଯାଉଥିବା ସମ୍ପର୍କରେ ଅଜଣା ରହିଥିବା ମହିଳା ଜଣଙ୍କ ଅଭିଯୁକ୍ତମାନେ କହିବା ଅନୁସାରେ ଏକ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷେ ଟଙ୍କା ପଠାଇଥିଲେ । କିନ୍ତୁ ଆଉ ଟଙ୍କା ନଦେବାରୁ ଗୃହ ମନ୍ତ୍ରଣାଳୟ ନାଁ ନେଇ ଫୋନ୍ କଲ୍ ଆସିଥିଲା । ଏପରିକି ଟଙ୍କା ଡିମାଣ୍ଡ କରିବା ବେଳେ ଦୁର୍ବୃତ୍ତମାନେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁ ମଧ୍ୟ ନେଇଥିଲେ । ଦିଲ୍ଲୀରେ ଲକଡାଉନ୍ ଚାଲିଛି ଏବଂ ଏଭଳି ସ୍ଥିତିରେ ହଇରାଣ ନହେବା ଓ ସୁରକ୍ଷା ପାଇଁ ତୁରନ୍ତ ଟଙ୍କା ପଠାଇବା ଦରକାର ବୋଲି କହିଥିଲେ ।

ଏଭଳି କହିବା ଫଳରେ ମହିଳାଙ୍କୁ ହଠାତ୍ ଚେତା ପଶିଥିଲା । ଏଥିସହ ତାଙ୍କୁ ହୃଦବୋଧ ହୋଇଥିଲା ଯେ କିଛିନା କିଛି ଗଡ଼ବଡ଼ ନିଶ୍ଚୟ ରହିଛି । ଏହା ପରଠାରୁ ସେ ଦୁର୍ବୃତ୍ତମାନଙ୍କ ଫୋନ୍ କଲରେ କୌଣସି ଉତ୍ତର ଦେଇନଥିଲେ । ମହିଳା ଜଣଙ୍କ କହିଛନ୍ତି ଯେ ଲୁଟ୍ ଟଙ୍କାର ଏକ ବୃହତ ଭାଗ ତାଙ୍କ ସ୍ୱର୍ଗତ ପତି ତାଙ୍କ ନାଁରେ ରଖିଥିଲେ । ଏହାପରେ ପୋଲିସ୍ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ବେଙ୍ଗାଲୁରୁରେ ଘଟିଥିବା ଏଭଳି ବଡ଼ ଧରଣର ଠକେଇ ମାମଲାରେ ପୋଲିସ୍ ତନାଘନା ଚଳାଇଛି ।

Get real time updates directly on you device, subscribe now.