fbpx

ହୋଟେଲରେ ପ୍ରେମିକା ସହ ରାସଲୀଳା କରୁଥିଲେ ବ୍ୟକ୍ତି: ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ..

ପ୍ରେମିକା ସହ ରୋମାନ୍ସ କରୁଥିବା ବେଳେ ପତ୍ନୀ ହାତରେ ଧରାପଡିବା ପରେ ବେଶ ଉତ୍ତମ ମଧ୍ୟମ ଖାଇଛନ୍ତି ଜଣେ ବ୍ୟକ୍ତି । ଏଥିରୁ ବର୍ତ୍ତିଯାଇନାହାନ୍ତି ପ୍ରେମିକା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ସଙ୍ଗୀନ ଘଟଣା ଉତ୍ତରପ୍ରଦେଶ ବାଲିଆରେ ଦେଖିବାକୁ ମିଳିଛି ।

ତେବେ ୟୁପିର ବଲିଆରେ ଏକ ହୋଟେଲରେ ପ୍ରେମିକା ସହିତ ମଉଜ କରୁଥିବା ଯୁବକଙ୍କୁ ଧରିବା ପାଇଁ ଆଣ୍ଟି ରୋମିଓ ଦଳ ସହିତ ପହଞ୍ଚିଥିଲେ ପତ୍ନୀ । ସେଠାରୁ ପିଟି ପିଟି ପତିଙ୍କୁ ଥାନା ନେଇଗଲେ ପତ୍ନୀ । ଏହି ସମୟରେ ପ୍ରେମିକା ଫେରାର ହୋଇଗଲା । ଗତ ରବିବାର ଦିନ ଦେଖିବାକୁ ମିଳିଥିଲା ଏହି ଘଟଣା । ଜଣେ ବିବାହିତ ଯୁବକ ନିଜ ପ୍ରେମିକାଙ୍କ ସହିତ ବେଲ୍ଥରାରୋଡ୍ ନଗର ସ୍ଥିତ ହୋଟେଲରେ ରହିଥିଲେ । ଯୁବକଙ୍କ ଏହି କାରନାମା ସମ୍ପର୍କରେ ତାଙ୍କ ପତ୍ନୀ ଜାଣିପାରିଥିଲେ । ସେ ନିଜ ପତିଙ୍କୁ ପ୍ରମାଣ ସହିତ ଧରିବା ପାଇଁ ଆଣ୍ଟି ରୋମିଓ ଦଳ ସହିତ ହୋଟେଲରେ ପହଞ୍ଚିଥିଲେ ।

ହୋଟେଲ ବାହାରେ ନିଜ ପତିର ବାଇକ୍ ଦେଖି ସେଠାରେ ଅପେକ୍ଷା କଲେ ପତ୍ନୀ । କିଛି ସମୟରେ ପରେ ପତି ତାଙ୍କ ପ୍ରେମିତା ସହିତ ଆସିଲେ । ଏହା ପରେ ପୂର୍ବରୁ ପ୍ରସ୍ତୁତ ମହିଳା ଜଣକ ଚପଲ ଖୋଲି ନିଜ ପତିଙ୍କୁ ପିଟିବାରେ ଲାଗିଲେ । ଏଥିରେ ପ୍ରେମିକା ଜଣକ ମଧ୍ୟ ଉତ୍ତମ ମଧ୍ୟମ ଖାଇଥିଲେ । ତେବେ ସେ ସେଠାରେ ଖସି ପଳାଇଥିଲେ । ପତିଙ୍କୁ ପିଟି ପିଟି ଥାନାକୁ ନେବା ପରେ ପୋଲିସ ଦୁହିଁଙ୍କ ସମସ୍ୟା ସମାଧାନ କରି ଘରକୁ ପଠାଇଥିଲା ।

Get real time updates directly on you device, subscribe now.