fbpx

‘ମୋ ସ୍ତ୍ରୀ ଗାଧୋଉନି, ମୋତେ ଛାଡ଼ପତ୍ର ଦରକାର’

ଅଲୀଗଡ଼: ମୋ ସ୍ତ୍ରୀ ସବୁବେଳେ ଗାଧୋଉନି, ତେଣୁ ମୋତେ ଛାଡ଼ପତ୍ର ଦରକାର । ଜଣେ ମୁସଲିମ୍ ଯୁବକ ନିଜ ସ୍ତ୍ରୀ କୁ ଛାଡ଼ପତ୍ର ଦେବା ପାଇଁ ମହିଳା ସୁରକ୍ଷା ସେଲ୍ ପାଖରେ ଏପରି କିଛି କାରଣ ରଖିଛନ୍ତି । ଏହା ଶୁଣି ଯେ କେହି ବି ଏବେ ଆଶ୍ଚର୍ଯ୍ୟ ହେଉଛି । ଏହିଭଳି ଏକ ଅଜବ ଖବର ସାମନାକୁ ଆସିଛି ଅଲୀଗଡ଼ର ଚଡୌସ୍ ଥାନାରୁ । ଏଠାରେ ରହୁଥିବା ଜଣେ ଯୁବକ କହିଛନ୍ତି ଯେ, ଦୁଇ ବର୍ଷ ତଳେ ପାଖ ଗାଁର ଏକ ଯୁବତୀଙ୍କ ସହ ନିକାହ ହୋଇଥିଲା । ନିକାହକୁ ଦୁଇମାସ ନ ପୂରୁଣୁ ସେମାନଙ୍କ ମଧ୍ୟରେ ଗାଧୋଇବାକୁ ନେଇ ଯୁକ୍ତିତର୍କ ହେବା ଆରମ୍ଭ ହୋଇଥିଲା ।

ସେ କହିଛନ୍ତି ଯେ, ସେ ପ୍ରତିଦିନ ନିଜ ପତ୍ନୀଙ୍କୁ ଗାଧୋଇବାକୁ ନେଇ ବୁଝାନ୍ତି । କିନ୍ତୁ ତାଙ୍କ ପତ୍ନୀ ଆଦୌ ନ ବୁଝି ଓଲଟି ତାଙ୍କ ସହିତ ଝଗଡ଼ା କରିବା ଆରମ୍ଭ କରନ୍ତି । ଏହା ଭିତରେ ସେମାନଙ୍କୁ ଏକ ପୁଅ ଜନ୍ମ ହୋଇଥିଲା । ହେଲେ ଏହାପରେ ବି ବିବାଦ ଥମିନଥିଲା । ଆଉ ଏହାପରେ ଯୁବକ ଜଣକ ମହିଳା ସୁରକ୍ଷା ସେଲ୍ ରେ ଯାଇ ଘରୋଇ କଳହ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ । ଯୁବକଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ ଯେ, ତାଙ୍କ ପତ୍ନୀ ଗାଧୋଉ ନାହାନ୍ତି । ତେଣୁ କଳହ ଲାଗି ରହୁଛି ।

ତେଣୁ ସେ ଏବେ ନିଜ ପତ୍ନୀଙ୍କ ସହିତ ରହିବାକୁ ଚାହୁଁନାହାନ୍ତି । ତାଙ୍କୁ ଛାଡ଼ପତ୍ର ଦରକାର । ତେବେ ଏହି ଅଜବ ମାମଲା ବିଷୟରେ ଶୁଣି ଅଧିକାରୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ସେମାନଙ୍କର କାଉନ୍ସିଲିଂ ଜାରି ରହିଛି । ସେଲ୍ ର କାଉନସିଲର୍ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଏପରି ମାମଲା ଶୁଣିବାକୁ ପାଇଲି ।

Get real time updates directly on you device, subscribe now.