fbpx

ହାତୀ ଖାଇଦେଲା ହେଲମେଟ୍! ଭିଡିଓ ଭାଇରାଲ୍…

ଗୌହ୍ୱାଟି(ଓଡ଼ିଶା ଭାସ୍କର): ସତରେ ଏହି ଦୁନିଆ ବଡ଼ ବିଚିତ୍ର । କାରଣ ଆମ ଚତୁଃପାଶ୍ୱର୍ରେ ଘଟୁଥିବା ପ୍ରତ୍ୟେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟ ଚକିତ କଲା ଭଳି ଖବର ସାମ୍ନାକୁ ଆସିଥାଏ । ଏଭଳି ଏକ ଖବର ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିଦେବ । ଯଦି ପଚରା ଯାଏ ହାତୀ କଣ ଖାଏ? ହାତୀ ଏକ ଶାକାହାରୀ ପ୍ରାଣୀ ଆଉ ସେ ବିଭିନ୍ନ ଗଛର ଡାଳପତ୍ର ଆଦି ଖାଏ ବୋଲି ସାଧାରଣ ଉତ୍ତର ଆସିବ । କିନ୍ତୁ ଏମିତି ଏକ ହାତୀ ହେଲମେଟ୍ ଖାଇଦେବା ଘଟଣାକୁ ସହଜରେ ବିଶ୍ୱାସ କରିହେବନି । କିନ୍ତୁ ଭିଡିଓରେ ସେଭଳି ଦୃଶ୍ୟ ସ୍ପଷ୍ଟ ହେଉଛି ।

ଏଭଳି ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଭିଡିଓରେ ଦେଖାଯାଉଥିବା ହାତୀଟିକୁ ଭଲରେ ଦେଖନ୍ତୁ, କିଭଳି ହାତୀଟି ଚାଲି ଚାଲି ଆସୁଛି, ଆଉ ରାସ୍ତାରେ ଥିବା ମୋଟର ସାଇକେଲ ଉପରୁ ହେଲମେଟଟିକୁ ଶୁଣ୍ଢରେ ଟାଣିନେଇ ନିଜ ରାସ୍ତାରେ ଚାଲିଯାଉଛି । ଏଭଳି ଚକିତ କଲାଭଳି ଘଟଣାଟି ଆସାମ-ଗୁଆହାଟି ନାରଙ୍ଗୀସ୍ଥିତ ସେନା ଶିବିର କ୍ୟାମ୍ପସରେ ଘଟିଛି । ହାତୀଟି ଅଭୟାରଣ୍ୟରୁ ବାହାରି ଖାଦ୍ୟ ଅନ୍ୱେଷଣରେ ସେନା ଶିବିର ଭିତରକୁ ପଶି ଯାଇଥିଲା । ତେବେ ସେଠାରେ ରଖାଯାଇଥିବା ଏକ ଗାଡ଼ି ଉପରୁ ହେଲମେଟକୁ ନେଇ କିଛି ଦୂର ଗଲା ପରେ ଖାଉଥିବା ଦେଖାଯାଇଛି । ଅନ୍ୟପକ୍ଷରେ ମୋ ହେଲେମେଟ ହରେଇଲି ଏବଂ ଯିବି କିପରି ବୋଲି କହୁଛନ୍ତି ଗାଡ଼ି ଚାଳକ । ଆଉ ନିଜ ମୋବାଇଲରେ କଏଦ ହୋଇଥିବା ଭିଡିଓ କ୍ଲିପଟିକୁ ସେ ନେଟ୍ ରେ ଅପଲୋଡ କରିଛନ୍ତି ।

Get real time updates directly on you device, subscribe now.