fbpx

ଏସିଆ କପ୍-୨୦୨୩ ପାଇଁ ପାକିସ୍ତାନକୁ ଯିବ କି ଭାରତ? ଉତ୍ତର ରଖିଲେ ବିସିସିଆଇ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି ଏସିଆ କପ୍-୨୦୨୩ । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ହିଁ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ବିଶେଷ କରି ଭାରତ ପାକିସ୍ତାନ ମ୍ୟାଚ ଏସବୁ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ଏସିଆ କପ୍ ପାଇଁ ଭାରତ ପାକିସ୍ତାନ ଗସ୍ତରେ ଯିବ କି ନାହିଁ ସେ ନେଇ ଖୁବ ଆଲୋଚନା ହେବାରେ ଲାଗିଛି । ତେବେ ଏହାର ଏକ ଉତ୍ତର ରଖିଛନ୍ତି ଭାରତୀୟ କ୍ରିକେଟ ବୋର୍ଡର ନୂତନ ଅଧ୍ୟକ୍ଷ ରୋଜର ବିନ୍ନୀ । ବିସିସିଆଇ ସଚିବ ଜୟ ଶାହଙ୍କ ବୟାନ ପରେ ଏହି ମାମଲା ଥମିବାର ନାଁ ନେଉନି ।

ତେବେ ବିସିସିଆଇ ଅଧ୍ୟକ୍ଷ ଜୟ ଶାହଙ୍କ ଅନୁସାରେ, ଭାରତୀୟ ଟିମ୍ ପାକିସ୍ତାନ ଯିବ କି ନାହିଁ ଏହା ବିସିସିଆଇ ହାତରେ ନାହିଁ । ଚେନ୍ନାଇରେ ଆୟେଜିତ ଏକ ଇଭେଣ୍ଟରେ ରୋଜର ବିନ୍ନୀଙ୍କୁ ପ୍ରଶ୍ନ ହୋଇଥିଲା ଯେ, କ’ଣ ଭାରତ ଏସିଆ କପ୍-୨୦୨୩ ପାଇଁ ପାକିସ୍ତାନ ଯିବ? ତେବେ ଏହାର ଉତ୍ତରରେ ବିନ୍ନୀ କହିଛନ୍ତି ଯେ, ଏହା ବିସିସିଆଇ ହାତରେ ନାହିଁ । ସରକାର ଏହାର ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରିଛନ୍ତି ଅଧ୍ୟକ୍ଷ ରୋଜର ବିନ୍ନୀ ।

ସୂଚନା ଅନୁସାରେ, ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତ ପାକିସ୍ତାନକୁ ନଯିବା ନେଇ ବୟାନ ଦେଇଥିଲେ ବିସିସିଆଇ ସଚିବ ଜୟ ଶାହ । ଏହାପରେ ଉଭୟ ଦେଶର ଖେଳାଳିମାନେ ଏ ନେଇ ନିଜ ନିଜ ମନ୍ତବ୍ୟ ଦେଇଛନ୍ତି । ତେବେ ଯଦି ଭାରତ ପାକିସ୍ତାନକୁ ନ ଆସିବ ତାହେଲେ ପାକିସ୍ତାନ ମଧ୍ୟ ଭାରତ ଗସ୍ତ ନ କରିବା ଉଚିତ ବୋଲି କହିଛନ୍ତି ପାକିସ୍ତାନର କିଛି ପୂର୍ବତନ ଖେଳାଳି ।

Get real time updates directly on you device, subscribe now.