fbpx

ଲୋନ୍ ନେଉଥିବା ଲୋକଙ୍କ ପାଇଁ ଖୁସି ଖବର: ଏଣିକି ଦେବାକୁ ପଡିବନି ସୁଧ ଉପରେ ସୁଧ

ନୂଆଦିଲ୍ଲୀ,୩ ।୧୦: କରୋନା ସମୟରେ ଲୋନ୍ ନେଉଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଋଣ ନେଉଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ରିଲିଫ ଘୋଷଣା କରିଛନ୍ତି ।ଭାରତ ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି ଯେ, ‘ଏମଏସଏମଇ ଲୋନ୍, ଶିକ୍ଷା, ଗୃହ, କ୍ରେଡିଟ କାର୍ଡ ଓ ଗାଡି ଲୋନରେ ସୁଧ ଉପରେ ସୁଧକୁ ଛାଡ କରାଯିବ । ସରକାରଙ୍କ କହିବା ମୁତାବକ, କରୋନା ବିପତ୍ତି ସମୟରେ କ୍ଷୁଦ୍ର ରୁଣକାରୀଙ୍କ ସହିତ ସରକାର ଅଛନ୍ତି । ଦୁଇ କୋଟି ଟଙ୍କାର ଋଣ ଯାଏଁ ଏହି ସୁବିଧା ମିଳିବ ।

ପୂର୍ବରୁ କରୋନା କାଳରେ ବ୍ୟାଙ୍କ ଗୁଡିକ ଋଣ ଉପରେ ମୋରାଟରିୟମ ଘୋଷଣା କରିଥିଲେ । ମାର୍ଚ୍ଚରୁ ଅଗଷ୍ଟ ୬ ମାସ ଯାଏଁ ଏହି ମୋରାଟରିୟମ ଘୋଷଣା କରାଯାଇଥିଲା । ଅର୍ଥାତ ଏହି ସମୟରେ ଲୋକଙ୍କ ରୋଜଗାର ଚାଲିଯିବା ସହ ଦରମା କାଟ ହେଉଥିବାରୁ ରୁଣ ଉପରେ ସୁଧ ପରିଷୋଧ କରିବା ପାଇଁ ଅସମର୍ଥ ଗ୍ରାହକ ଚାହିଁଲେ ସୁଧ ପରିଷୋଧ ପାଇଁ ଅତିରିକ୍ତ ସମୟ ନେଇପାରିବେ ।

କେନ୍ଦ୍ର କହିଛି ଯେ, କରୋନା ମହାମରୀ ସମୟରେ ସୁଧରୁ ଛାଡ ଭାର ସରକାର ବହନ କରିବା ଏକ ପ୍ରକାର ସମାଧାନ । ଉପଯୁକ୍ତ ଅନୁଦାନ ପାଇଁ ସଂସଦରୁ ଅନୁମତି ନିଆଯିବ ।’

Get real time updates directly on you device, subscribe now.